ରୁଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯିବା ପରେ ମହଙ୍ଗା ହୋଇଛି ଖାଇବା ଦେଲ (Cooking Oil) । ମହଙ୍ଗା ହେଉଛି ଖାଇବା ତେଲ (Cooking Oil)। ସପ୍ତାହକରେ ବଢ଼ିଲା ୫୦ ଟଙ୍କା । ଜାଣନ୍ତୁ କେଉଁ ତେଲ କେତେ ଟଙ୍କା ।
ସୂଚନା ଅନୁଯାୟୀ, ରୁଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯିବା ପରେ ଯୁଦ୍ଧରତ ଉପରୋକ୍ତ ଦୁଇ ଦେଶରୁ ସୂର୍ଯ୍ୟମୁଖୀ ତେଲ (Sunflower Oil)ଆମଦାନି ହୋଇପାରୁ ନଥିବା ବେଳେ ଅନ୍ୟ ଦେଶରୁ ବି ଠିକ୍ ରୂପେ ତେଲ ଆସିପାରୁନି । ପାମୋଲିନ୍ ତେଲ ୫୦ ଟଙ୍କା, ରିଫାଇନ ତେଲ (Fortune Oil)୫୫ ଟଙ୍କା ଓ ସୋୟାବିନ୍ ତେଲ ୫୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ତେଣୁ ପୁରୁଣା ଷ୍ଟକ୍କୁ ବି କିଛି ବ୍ୟବସାୟୀ ବର୍ଦ୍ଧିତ ଦରରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି ।
ଏପରିକି କୋରାପୁଟ, ଜୟପୁର, ସେମିଳିଗୁଡା, ସୁନାବେଡ଼ା, କୋଟପାଡ, ବୋରିଗୁମ୍ମା ଓ ଦାମନଯୋଡି ଭଳି ଅଞ୍ଚଳରେ ନାମୀଦାମୀ କମ୍ପାନିର ପ୍ୟାକେଟ୍ ତେଲ ବ୍ୟବହାର ଅଧିକ ହେଉଥିବାରୁ କିଛି ବ୍ୟବସାୟୀ ଯୁଦ୍ଧର ପୂର୍ବାନୁମାନ କରି ଷ୍ଟକ୍ ଗଚ୍ଛିତ କରି ରଖିଥିଲେ । ଯାହାକୁ ଏବେ 25 ରୁ 30 ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ବିକ୍ରି କରୁଛନ୍ତି ।
କୋରୋନା କାରଣରୁ ଦରଦାମ ଅସ୍ବାଭିବାକ ଭାବେ ବଢ଼ିଥିଲା । ୨୦୨୧ ଆରମ୍ଭ ବେଳକୁ ଲିଟର ପିଛା ଖାଇବା ତେଲ ଦର ପ୍ରାୟ ୧୧୦ ଟଙ୍କା ରହିଥିବା ବେଳେ ଜୁନ୍ ମାସ ବେଳକୁ ୧୩୦ ରୁ ୧୪୦ ଟଙ୍କାରେ ବିକ୍ରି ହେଉଥିଲା । ତେଣୁ ସରକାର ବାଧ୍ୟ ହୋଇ ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଥିଲେ । କିନ୍ତୁ 2022 ଆରମ୍ଭରୁ ପୁଣି ଦର ବଢ଼ି ଖାଇବା ତେଲ ଲିଟର ପିଛା ଦାମ ୧୬୦ ଟଙ୍କା ହେଲାଣି । ଫେବ୍ରୁଆରି ୨୫ ତାରିଖରେ ଅଧିକାଂଶ ତେଲ ଦର ହାରାହାରି ୧୧୦ ରୁ ୧୧୫ ଟଙ୍କା ମଧ୍ୟରେ ରହିଥିଲା । ସପ୍ତାହକ ମଧ୍ୟରେ ଦର ହାରାହାରି ୫୦ ରୁ ୬୦ଟଙ୍କା ପର୍ଯ୍ୟନ୍ତ ବଢ଼ିଛି ।
କୋରାପୁଟ ଜିଲ୍ଲାରେ ୬ ମାସ ତଳେ ବିଭିନ୍ନ ବ୍ରାଣ୍ଡର ପାମୋଲିନ, ରିଫାଇନ, ସୂର୍ଯ୍ୟମୁଖୀ ଓ ସୋୟାବିନ ତେଲ ଦର ଶହେ ଟଙ୍କା ପାଖାପାଖି ରହିଥିବା ବେଳେ ଏବେ ତାହା ୧୫୫ ରୁ ୧୬୫ ଟଙ୍କାରେ ପହଞ୍ଚିଛି । ଗତ ମାସକ ମଧ୍ୟରେ ରିଫାଇନ ତେଲ ଲିଟର ପିଚ୍ଛା ୧୧୫ରୁ ୧୬୫ ଟଙ୍କାକୁ ବୃଦ୍ଧି ପାଇଛି । କିଛି ମାସ ତଳେ ସୋରିଷ ତେଲ (Mustard Oil) ଲିଟର ପିଛା ୨୦୦ ଟଙ୍କାରେ ସ୍ଥିର ରହିଥିବା ବେଳେ ତାହା ବି ସାମାନ୍ୟ ବଢ଼ିବା ଖାଉଟିଙ୍କ ପକେଟକୁ ବାଧିଛି । ଆଉ ପାମୋଲିନ ଲିଟର ପିଛା ୧୧୦ ରୁ ୧୬୦ ଟଙ୍କା ହୋଇଛି । ବିଦେଶରୁ ଆମଦାନି ହେଉଥିବା ପାମୋଲିନ୍ ତେଲର ଦାମ ଅସ୍ବାଭାବିକ ଭାବେ ବଢ଼ିଛି ।
ପ୍ରକାଶ ଥାଉ କି, ଆମ ଦେଶରେ ୭୦ ପ୍ରତିଶତ ଖାଇବା ତେଲ (Cooking Oil) ବିଦେଶରୁ ଆମଦାନି ହୋଇଥାଏ । ତେବେ ଚାହିଦା ଅନୁଯାୟୀ ବଜାରକୁ ତେଲ ଯୋଗାଣ କମିବା ଏବଂ ସେସ୍ ଅଧିକ ଲାଗିବା ଯୋଗୁ ଖାଇବା ତେଲ ଦର ବଢ଼ୁଛି । ଆଗକୁ ମଧ୍ୟ ଏହା ଜାରି ରହିପାରେ ବୋଲି ଜଣାପଡୁଛି । ଗତ ୬ ଦିନ ହେବ ଯେଉଁ ତେଲ ଦର ୧୧୦ ଟଙ୍କା ରହିଥିଲା ତାହା ଏବେ ୧୬୦ଟଙ୍କା, ଆଗକୁ ଏହା ଆହୁରି ମଧ୍ୟ ବଢ଼ିପାରେ । ତେଣୁ ଲୋକଙ୍କ ଆବଶ୍ୟକତାକୁ ମେଣ୍ଟାଇବାକୁ ଆମକୁ ଷ୍ଟକ ରଖି ବ୍ୟବସାୟ କରିବାକୁ ପଡୁଛି । ଗ୍ରାହକ ଯେମିତି ପ୍ରଭାବିତ ନ ହୁଅନ୍ତି ତେଣୁ ଅଳ୍ପ ଲାଭ ରଖି ବିକ୍ରି କରିବାକୁ ବ୍ୟଧ୍ୟ ହୋଇଛୁ ।