News

Heat Wave: କାଲିଠୁ କଲବଲ କରିବ ତାତି....

ଆଗାମୀ ରାଜ୍ୟରେ ଆସନ୍ତା ୨ଦିନ ପର୍ଯ୍ୟନ୍ତ ପାଣିପାଗ ପରିବର୍ତ୍ତନର କୌଣସି ସମ୍ଭାବନା ନାହିଁ। ତେବେ ୨୮ ତାରିଖରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ବୃଦ୍ଧି ହୋଇପାରେ।

27 February, 2025 10:57 AM IST By: Tanushree Mahapatra

କିଛି ଦିନର ବ୍ୟବଧାନ ପରେ ଫେରିବ ତାତି । ପୁଣି ଠାରେ ଗରମ ପବନରେ ଆଉଟୁପାଉଟୁ ହେବେ ଓଡ଼ିଶାବାସୀ । କାରଣ ଆସନ୍ତାକାଲିଠାରୁ ପୁଣି ବଢିବ ତାତି ଏ ନେଇ ପୂର୍ବାନୁମାନ କରାଯାଇଛି ।

ପଶ୍ଚିମାଝଡ଼ ପ୍ରଭାବରେ ସାରା ରାଜ୍ୟରେ ଦିନ ତାପମାତ୍ରା କିଛି ମାତ୍ରାରେ ହ୍ରାସ ପାଇଥିଲା। ରାତି ତାପମାତ୍ରାରେ ମଧ୍ୟ ବିଶେଷ ପରିବର୍ତ୍ତନ ହୋଇନଥିଲା । ଅନ୍ୟପଟେ ପଶ୍ଚିମାଝଡ଼ ପ୍ରଭାବରୁ ଆସନ୍ତା ୨୮ତାରିଖରୁ ରାତି ତାପମାତ୍ରା ବୃଦ୍ଧି ପାଇବ l ଏ ନେଇ  ପାଣିପାଗ ବିଭାଗ ପୂର୍ବାନୁମାନ କରାଯାଇଛି ।

ତେବେ ଆଗାମୀ ରାଜ୍ୟରେ ଆସନ୍ତା ୨ଦିନ ପର୍ଯ୍ୟନ୍ତ ପାଣିପାଗ ପରିବର୍ତ୍ତନର କୌଣସି ସମ୍ଭାବନା ନାହିଁ। ତେବେ ୨୮ ତାରିଖରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ବୃଦ୍ଧି ହୋଇପାରେ।

ଅନ୍ୟପଟେ ଗତକାଲି ବୁଧବାର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୬.୮ ଡିଗ୍ରୀ ରେକର୍ଡ ହୋଇଥିଲା l  ଝାରସୁଗୁଡା ୩୫.୪ ରେ ରହିଥିବାବେଳେ ସମ୍ବଲପୁର ୩୫.୩, ଟିଟିଲାଗଡ ୩୫ ଡିଗ୍ରୀ ରହିଥିଲା l ଭୁବନେଶ୍ବରରେ ୩୩ ଏବଂ କଟକରେ ୩୦.୬ ଡିଗ୍ରୀ ରହିଥିଲା l

ବୁଧବାର ସକାଳେ ପାରାଦ୍ବୀପରେ ଘନକୁହୁଡି ଅନୁଭୂତ ହୋଇଥିଲା l ଗୁରୁବାର ଅର୍ଥାତ ଆଜି ସକାଳେ ଜଗତସିଂହପୁର ଏବଂ ଭଦ୍ରକ ଜିଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି ।