News

ବାଇଗଣ ଲାଗି ମିଳିଲା ୨୦ ପଇସା!! ଚାଷୀ ନଷ୍ଟ କଲା ସମଗ୍ର ୨ ଏକର ର ବାଇଗଣ ଫସଲ ..

ବଜାର ରେ ବାଇଗଣ କି. ଗ୍ରା ପିଛା ୨୦ ପଇସା ଦେଖି ମହାରାଷ୍ଟ୍ର ର ଜଣେ ଚାଷୀ ସମ୍ପୂର୍ଣ୍ଣ ବାଇଗଣ କ୍ଷେତ କୁ ନଷ୍ଟ କରିଦେଲେ । ଅହମ୍ମଦ ନଗର ର ସାକୁରି ଗ୍ରାମ ର ରାଜେନ୍ଦ୍ର ବାୱାକେ,କହିଛନ୍ତି ଯେ ୨ ଲାଖ ଟଙ୍କା ଖର୍ଚ୍ଚ କଲା ପରେ,ସେ ମାତ୍ର ୬୫୦୦୦ ରୋଜଗାର କରିଛନ୍ତି ।ଏପରି ପରିସ୍ଥିତି ରୁ ବିଚଳିତ ହୋଇ ସେ ସମଗ୍ର କ୍ଷେତ କୁ ନଷ୍ଟ କରିଦେଇଛନ୍ତି।

03 December, 2018 9:53 PM IST By: KJ Staff

ବଜାର ରେ ବାଇଗଣ କି. ଗ୍ରା ପିଛା ୨୦ ପଇସା ଦେଖି ମହାରାଷ୍ଟ୍ର ର ଜଣେ ଚାଷୀ ସମ୍ପୂର୍ଣ୍ଣ ବାଇଗଣ କ୍ଷେତ କୁ ନଷ୍ଟ କରିଦେଲେ । ଅହମ୍ମଦ ନଗର ର ସାକୁରି ଗ୍ରାମ ର ରାଜେନ୍ଦ୍ର ବାୱାକେ,କହିଛନ୍ତି ଯେ ୨ ଲାଖ ଟଙ୍କା ଖର୍ଚ୍ଚ କଲା ପରେ,ସେ ମାତ୍ର ୬୫୦୦୦ ରୋଜଗାର କରିଛନ୍ତି ।ଏପରି ପରିସ୍ଥିତି ରୁ ବିଚଳିତ ହୋଇ ସେ ସମଗ୍ର ଫସଲ କୁ ନଷ୍ଟ କରିଦେଇଛନ୍ତି।
"୨ ଏକର ଜମି ରେ ଚାଷ କରିବାର ର ନିର୍ଣ୍ଣୟ ନେଇ ମୁଁ ବୁନ୍ଦା ଜଳସେଚନ ର ବ୍ୟବସ୍ଥା ମଧ୍ୟ କରିଥିଲି।ଫସଲ ସୁରକ୍ଷା ଲାଗି ସାର ଖତ , ଔଷଧ ଇତ୍ୟାଦି ସମସ୍ତ ପଦକ୍ଷେପ ମଧ୍ୟ ନେଇଥିଲି ।ମାତ୍ରା ଏବେ ୬୫୦୦୦ ଟଙ୍କା ରୋଜଗାର ହେବା ଦ୍ଵାରା , ଋଣ ବାବଦରେ ମୋର ଆହୁରି ୩୫୦୦୦ ଟଙ୍କା ବାକି ଅଛି। ଋଣ ସୂଜିବା ଲାଗି ମୁଁ ଚିନ୍ତିତ",ବୋଲି ଦୁଃଖ ପ୍ରକାଶ କରିଛନ୍ତି ଚାଷୀ ରାଜେନ୍ଦ୍ର।

ବାଇଗଣ ଚାଷ ରୁ ସେ କୌଣସି ମତେ ଲାଭ ପାଇ ନାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି ଏବଂ ପରିସ୍ଥିତି ର ସମ୍ମୁଖୀନ ନ ହୋଇ ପାରି ସେ ସମଗ୍ର ଫସଲ ନଷ୍ଟ କରିଦେଇଥିଲେ।
ତାଙ୍କର ୩ ଟି ଗାଈ ମଧ୍ୟ ଅଛନ୍ତି।ମାତ୍ରା ଏବେ ସେ ଗାଈ ମାନଙ୍କ ରକ୍ଷଣ ଭକ୍ଷଣ ଲାଗି ମଧ୍ୟ ଧନ ରାଶି ର ଅଭାବ ସୃଷ୍ଟି ହୋଇଛି ବୋଲି ସ୍ପଷ୍ଟ କରିଛନ୍ତି।
ଘଟଣା ର ଏକ ବିକଳ୍ପ ନାସିକ ଠାରେ ମଧ୍ୟ ଦେଖିବାକୁ ମିଳିଛି ଯେଉଁଠି ଚାଷୀ ୭୫୦ କି. ଗ୍ରା ପିଆଜ ବିକ୍ରି କରି ମାତ୍ର ୧୦୬୪ ଟଙ୍କା ରୋଜଗାର କରିଛନ୍ତି ଏବଂ ଏହି ସମ୍ପୂର୍ଣ୍ଣ ରାଶି କୁ ସେ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ତିରସ୍କାର ଭାବ ପ୍ରକାଶ କରିବା ଲାଗି ପଠାଇ ଦେଇଛନ୍ତି।
ଏହି ପରି ବିଭିନ୍ନ ଦାବି ନେଇ ଗତ ଗୁରୁବାର ଦିନ ନୂଆ ଦିଲ୍ଲୀ ଠାରେ ଲକ୍ଷାଧିକ ଚାଷୀ ମାନେ ବିରୋଧ କରିଛନ୍ତି।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)