News

ମୁଣ୍ଡରେ ହାତ ଦେଲାଣି ଚାଷୀ, ହନ୍ତସନ୍ତ କରୁଛି ମଣ୍ଡି !

। ମଣ୍ଡି ସମସ୍ୟାକୁ ନେଇ କେତେବେଳେ ଚାଷୀ ଧାରଣାରେ ବସୁଛି ତ ଆଉ କେତେବେଳେ ଚାଷୀଙ୍କ ପାଇଁ ରାଜନେତାମାନେ ଧାରଣା ଦେଉଥିବା ଦେଖିବାକୁ ମିଳିଛି ।ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ମଣ୍ଡି ସମସ୍ୟା ଲାଗି ରହିଥିବା ବେଳେ ଯଥା ଶିଘ୍ର ଏହାର ସମାଧାନ ପାଇଁ ବିଭିନ୍ନ କୃଷକ ସଙ୍ଗଠନଙ୍କ ସମେତ ରାଜ ରାସ୍ତାକୁ ଓହ୍ଲାଇଛି ଚାଷୀ କୂଳ ।

22 December, 2022 2:06 PM IST By: Priyambada Rana

ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି ମଣ୍ଡି ସମସ୍ୟା(Paddy Procurement issue) । ମଣ୍ଡି ସମସ୍ୟାକୁ ନେଇ କେତେବେଳେ ଚାଷୀ ଧାରଣାରେ ବସୁଛି ତ ଆଉ କେତେବେଳେ ଚାଷୀଙ୍କ ପାଇଁ ରାଜନେତାମାନେ ଧାରଣା ଦେଉଥିବା ଦେଖିବାକୁ ମିଳିଛି ।ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ମଣ୍ଡି ସମସ୍ୟା ଲାଗି ରହିଥିବା ବେଳେ ଯଥା ଶିଘ୍ର ଏହାର ସମାଧାନ ପାଇଁ ବିଭିନ୍ନ କୃଷକ ସଙ୍ଗଠନଙ୍କ ସମେତ ରାଜ ରାସ୍ତାକୁ ଓହ୍ଲାଇଛି ଚାଷୀ କୂଳ ।

ବରଗଡ(Baragarh) ଜିଲ୍ଲା ପଦ୍ମପୁର ଉପଖଣ୍ଡ ପ୍ରାୟ ୭୦ଟି ମଣ୍ଡିରେ ପ୍ରାୟ ୭ଲକ୍ଷ ପ୍ୟାକେଟରୁ ଅଧିକ ଧାନ ପଡି ରହିଛି । ଏବଂ ପ୍ରାୟ ୪୫୦୦ ଚାଷୀଙ୍କ ଟୋକନ ଲ୍ୟାପ୍ସ ହୋଇଯାଇଥିବା ନେଇ ଧାନ ଉଠାଇବା ପାଇଁ ଗତ ୭ ଦିନ ହେବ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ଚାଷୀ । ପ୍ରଶାସନ ଚାଷୀଙ୍କ ସମସ୍ୟାକୁ ଅଣଦେଖା କରୁଥିବା ଚାଷୀ କୂଳ ଅଭିଯୋଗ ଆଣିଛନ୍ତି । ଖରା କାକରରେ ଖୋଲା ଆକାଶ ତଳେ ଚାଷୀଙ୍କ ଧାନ ପଡ଼ିଥିବାରୁ ଏହା ସବୁଠୁ ବଡ଼ ଚିନ୍ତା ସୃଷ୍ଟି କରିଛି ।

ସେପଟେ ସମ୍ବଲପୁର(Sambalpur) ଜିଲ୍ଲାରେ ଏକ କମାସ ହେବ ମଣ୍ଡି ଖୋଲାଯାଇଥିଲେ ମଧ୍ୟ ଏଯାଏଁ ବସି ପାରିନି ଧାନ ସଂଗ୍ରହ ଉପ ସମିତି ବୈଠକ । ଏ ନେଇ ଧାନ ସଂଗ୍ରହ ସମ୍ପର୍କିତ ନିୟମକାନୁନକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ଚାଷୀଙ୍କ ସମସ୍ୟାକୁ ବୁଝିବାରେ ପ୍ରଶାସନ ଆନ୍ତରିକତା ଦେଖାଉନଥିବା କହିଛନ୍ତି ବିଭିନ୍ନ କୃଷି ସଙ୍ଗଠନ । ମଣ୍ଡି ଖୋଲାଯିବାର ଏକ ସପ୍ତାହ ମଧ୍ୟରେ ଥରେ ଧାନ ସଂଗ୍ରହ ଉପସମିତି ବୈଠକର ଆୟୋଜନ କରିବାକୁ କୃଷକ ସଙ୍ଗଠନ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ।

ସେହିପରି ବରଗଡ଼ ଅତାବିରାରେ ଟୋକନ ସମସ୍ୟା(Token Issue)କୁ ନେଇ ହନ୍ତସନ୍ତ ଚାଷୀ । ଟୋକନ ଅବଧି ଚାଷୀଙ୍କ ପାଖରେ ଜାନୁଆରି, ଫେବ୍ରୁଆରୀ ପର୍ଯ୍ୟନ୍ତ ଥିବା ବେଳେ ଧାନ ବିକ୍ରି କରିବାରୁ ବଞ୍ଚିତ ହେଉଛନ୍ତି ଚାଷୀ । ଟୋକନ ବିଭ୍ରଟ ଯୋଗୁ ଗତ ୨ ତାରିଖରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ରାସ୍ତାରୋକ କରି ପ୍ରତିବାଦ କରାଯାଇଥିଲା ।ଉପଜିଲ୍ଲାପାଳ, ଯୋଗାଣ ଓ ସମବାୟ ବିଭାଗ(Department of Supply and Cooperationର ଅଧିକାରୀ ଡିସେମ୍ବର ୧୫ ତାରିଖ ମଧ୍ୟରେ ସମସ୍ତ ଚାଷୀଙ୍କୁ ଟୋକନ ଯୋଗାଇ ଦିଆଯାଇ ଡିସେମ୍ବର ମାସରେ ଧାନ ସଂଗ୍ରହ ସାରିବାକୁ ପ୍ରତିଶୃତି ଜଦେଇଥିଲେ । ମାତ୍ର ଦିନ କେଇଟାରେ ଡିସେମ୍ବର ମାସ ସରିବାକୁ ବସିଥିବା ବେଳେ ଏ ଯାଏଁ ଧାନ ସଂଗ୍ରହ ଶେଷ ହୋଇପାରିନାହିଁ । ଏ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଚାଷୀ ।

ଅନ୍ୟପଟେ ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ରାଜ୍ୟ ବିଜେପି (BJP) । ମଣ୍ଡି ପ୍ରକ୍ରିୟାରେ ସରକାରଙ୍କ ଖାମଖିଆଲି ମନୋଭାବ ଯୋଗୁ ବର୍ଷ ବର୍ଷ ଧରି ଚାଷୀ କୂଳ ହନ୍ତସନ୍ତ ହେଉଥିବା ଅଭିଯୋଗ ଆଣିଛି ବିଜେପି ।ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ବିକ୍ଷୋଭ ପ୍ରଦର୍ଶନ ସହ ଶୋଭାଯାତ୍ରା କରି ସରକାରଙ୍କ ଉଦ୍ଦ୍ୟେଶ୍ୟରେ ପ୍ରଶାସନକୁ ଦାବି ପତ୍ର ଦେଉଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ରାଜ୍ୟରେ ମଣ୍ଡି ଦୁର୍ନିତୀ ଓ ମଣ୍ଡିରେ ଅନିୟମିତତା ଅଭିଯୋଗ ଆଣି ମନ୍ତ୍ରୀ ପିୟୁସ ଗୋଏଲ(Piyush Goel)ଙ୍କୁ ଭେଟିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଢ଼ଙ୍ଗୀଙ୍କ, ସାଂସଦ ବସନ୍ତ ପଣ୍ଡା, ସାଂସଦ ସୁରେଶ ପୂଜାରୀ ଓ ପ୍ରତାପ ଷଢ଼ଙ୍ଗୀ । ରାଜ୍ୟରେ କୃଷକଙ୍କୁ ସହାୟତା ପାଇଁ କେନ୍ଦ୍ର ସରକାର ବିଭିନ୍ନ ସମୟରେ ଅନୁଦାନ ରାଶି ପ୍ରଦାନ କରିବା ସହ ଅନେକ କୃଷକ କଲ୍ୟାଣ ଯୋଜନାମାନ କରିଛନ୍ତି । ମାତ୍ର ତାହା ଓଡ଼ିଶାର ଚାଷୀ କୂଳଙ୍କ ନିକଟରେ ପହଞ୍ଚି ପାରୁନଥିବା ଅଭିଯୋଗ ଆଣିଛି ରାଜ୍ୟ ବିଜେପି ।

ରାଜ୍ୟରେ ଚାଷୀଙ୍କୁ ନେଇ ରାଜନୀତି ଜୋରସୋରରେ ଚାଲିଥିବା ବେଳେ ପ୍ରକୃତରେ କୃଷକମାନଙ୍କ ପାଇଁ କେତେ ସମ୍ବେଦନଶୀଳ ସରକାର ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଦେଶର ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ଖାଦ୍ୟ ଶସ୍ୟ ଅଛି

ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୁପେନ୍ଦରଙ୍କ ର ଜୈବ ବିବିଧତା ସମ୍ମିଳନୀରେ ଜାତୀୟ ବିବୃତ୍ତି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)