News

ଏଥର ରାଜ୍ୟର ଚାଷୀଙ୍କ ମୁହଁରେ ହସ ଫୁଟାଇବ ପିଆଜ

ପିଆଜର କମ ମୂଲ୍ୟ ଯ଼ୋଗୁଁ ମହାରାଷ୍ଟ୍ରର ଚାଷୀ ଚିନ୍ତାରେ ଥିବାବେଳେ ଏହା ଓଡିଶାର ଚାଷୀଙ୍କ ମୂହଁରେ ଫୁଟାଇଛି ହସ । ଏଥର ପିଆଜର ଉଚିତ ମୂଲ୍ୟ ମିଳିବ ବୋଲି ବେଶ ଆଶାବାଦୀ ଓ ଖୁସି ନଜର ଆସିଛନ୍ତି କଳାହାଣ୍ଡିର ଚାଷୀ ।

10 May, 2022 10:29 AM IST By: Sudesna Nayak

ପିଆଜର କମ ମୂଲ୍ୟ(Onion Price) ଯ଼ୋଗୁଁ ମହାରାଷ୍ଟ୍ରର ଚାଷୀ ଚିନ୍ତାରେ ଥିବାବେଳେ ଏହା ଓଡିଶାର ଚାଷୀଙ୍କ ମୂହଁରେ ଫୁଟାଇଛି ହସ । ଏଥର ପିଆଜର ଉଚିତ ମୂଲ୍ୟ ମିଳିବ ବୋଲି ବେଶ ଆଶାବାଦୀ ଓ ଖୁସି ନଜର ଆସିଛନ୍ତି କଳାହାଣ୍ଡିର ଚାଷୀ(Farmers) ।

କଳାହାଣ୍ଡିରେ ଏବେ ଚାଲିଛି ପିଆଜ ଅମଳ । ବର୍ତ୍ତମାନସୁଦ୍ଧା 15 ପ୍ରତିଶତ ପିଆଜ ଅମଳ ସରିଲାଣି । ଏହାରି ମଧ୍ୟରେ ସ୍ଥାନୀୟ ବ୍ୟବସାୟୀ ଓ ଛତିଶଗଡରୁ ଆସୁଥିବା ଲୋକେ ଏହି ଚାଷୀଙ୍କଠାରୁ କିଲୋ ପିଛା 5ରୁ 8ଟଙ୍କା ମୂଲ୍ୟରେ ପିଆଜ କିଣୁଛନ୍ତି । ତେବେ ଆଗାମୀ ସପ୍ତାହରୁ ପିଆଜ କ୍ରୟ ଜୋରଶୋରରେ ଆରମ୍ଭ ହେବାକୁ ଥିବାବେଳେ ଏହାର ମୂଲ୍ୟ ବୃଦ୍ଧି ହୋଇ କିଲୋପିଛା 20 ଟଙ୍କା ହେବ ବୋଲି ଅନୁମାନ କରାଯ଼ାଉଛି । ଦରବୃଦ୍ଧି ଆଶାରେ ଚଷୀମାନଙ୍କ ମୂହଁରେ ହସ ଫୁଟିଛି ।

ସେପଟେ ପଡୋଶୀ ଛତିଶଗଡର ରାୟପୁରର ସ୍ଥାନୀଯ ବଜାରରେ ଏବେ ପିଆଜ କିଲୋପିଛା 20 ଟଙ୍କାରେ ବିକ୍ରି ହେଉଛି । ଆମ ରାଜ୍ୟର କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଅଧଇକାଂଶ ପିଆଜ ଚାଷ କ୍ଷୂଦ୍ର ଚାଷୀଙ୍କ ଦ୍ବାରା ହୋଇଛି । ଏହାର ସଂଖ୍ୟା ପାଖାପାଖି 6000 ବୋଲି କୁହାଯ଼ାଉଛି । ସେହିପରି ଏହି ବର୍ଷ ପିଆଜ ଗତ ବର୍ଷ 2450 ହେକ୍ଟର ତୁଳନାରେ 2450 ହେକ୍ଟରରେ କରାଯ଼ାଇଥିଲା ।

ଚାଷୀଙ୍କ ପାଇଁ ସମସ୍ୟା

ଶୀତଳିକରଣ ସଂରକ୍ଷଣର ଅଭାବ ଓ ସଂଗଠିତ ବଜାର ନେଟୱାର୍କ ନଥିବା କାରଣରୁ ଜିଲ୍ଲାର ଚାଷୀଙ୍କୁ ବଡ ସମସ୍ୟାର ସାମ୍ନା କରିବାକୁପଡୁଛି । ଏହି କାରଣରୁ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି । ହେଲେ ଗତ 3 ବର୍ଷରେ ଜିଲ୍ଲାର ଜାତୀୟ ଉଦ୍ୟାନ ମିଶନ ଅନ୍ତର୍ଗତ 25 ମେଟ୍ରିକଟନ କ୍ଷମତା ବିଶିଷ୍ଟ 110 ପିଆଜ ଭଣ୍ଡାରଣ ନିର୍ମାଣ ପାଇଁ ସବସିଡି ମିଳିଥିଲା । ଏଥିରେ 2750 ମେଟ୍ରିକଟନ ପିଆଜ ରହିଛି । ପ୍ରତିଟି ଭଣ୍ଡାରଣ ପାଇଁ 1.75 ଲକ୍ଷ ଟଙ୍କାର ପୂର୍ଣ୍ଣ ଭଣ୍ଡାରଣ ମୂଲ୍ୟ ତୁଳନାରେ ଚାଷୀଙ୍କୁ 87,500 ଟଙ୍କା ମିଳିଥିଲା ।

ଚଳିତ ଆର୍ଥିକ ବର୍ଷରେ 50,000 ମେଟ୍ରିକଟନରୁଅଧିକ ଉତ୍ପାଦନର ଅନୁମାନ

କୃଷି ବିଭାଗର ଆକାଳନ ଅନୁଯ଼ାୟୀ ଚଳିତ ଆର୍ଥିକ ବର୍ଷରେ 50 ହଜାର ମେଟ୍ରିକଟନରୁ ଅଧିକ ପିଆଜ ଉତ୍ପାଦନର ସମ୍ଭାବନା ରହିଛି । ସେପଟେ ସଂଗଠିତ ବଜାର ସହ ଯୋଡି ପିଆଜର ଚାଷ ଜମିକୁ 6000 ହେକ୍ଟର ଯାଏଁ ବଢାଇବାର ଯ଼ୋଜନା ରହିଛି । ଏଥିଯୋଗୁଁ ଜିଲ୍ଲାର ପିଆଜ ଚାଷୀଙ୍କୁ ଏହାର ଲାଭ ମିଳିବ ।

ଗ୍ରାହକଙ୍କୁ ମହଙ୍ଗା ମାଡ, ଆକାଶଛୁଆଁ ଏବେ ପିଆଜ ଦର

ପିିଆଜ ଆମଦାନୀ କଟକଣା ଅବଧି ବଢିଲା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)