News

ବଢୁଛି ଚାଷୀଙ୍କ ଆୟ: କୃଷିମନ୍ତ୍ରୀ

ଚାଷୀଙ୍କ ଆୟ ବୃଦ୍ଧି ହେଉଛି । ଗତ 8 ବର୍ଷ ମଧ୍ୟରେ ଦେଶରେ କୃଷି କ୍ଷେତ୍ରରେ ଅନେକ କାର୍ଯ୍ୟ ହୋଇଥିବା କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ।

19 June, 2022 4:19 PM IST By: Shuvanshu Kar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ସରକାର କୃଷିକୁ ଆଗକୁ ବଢାଇବାକୁ ବିଭିନ୍ନ ଯୋଜନା ମାଧ୍ୟମରେ କାର୍ଯ୍ୟ କରୁଛନ୍ତି । ଏଥିରେ କୃଷି କ୍ଷେତ୍ରରେ ଅନେକ ସୁଧାର ଆସିଛି । ଏହାସହିତ ଚାଷୀଙ୍କ ଆୟ ବୃଦ୍ଧି ହେଉଛି । ଗତ 8 ବର୍ଷ ମଧ୍ୟରେ ଦେଶରେ କୃଷି କ୍ଷେତ୍ରରେ ଅନେକ କାର୍ଯ୍ୟ ହୋଇଥିବା କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର(Narendra Singh Tomar )

ବିହାର କୃଷି ବିଶ୍ବ ବିଦ୍ୟାଳୟ ଓ ସବୌରରେ ଆୟୋଜିତ ରାଷ୍ଟ୍ରୀୟ ସଂଘୋଷ୍ଟି ଭର୍ଚୁଆଲ ଶୁଭାରମ୍ଭ ଅବସରରେ ଦେଶର କୃଷି ବିକାଶ ଉପରେ ସରକାରଙ୍କ ଭୂମିକା ସମ୍ପର୍କରେ ଅବଗତ କରାଇଛନ୍ତି । କୃଷିମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ଚାଷିଙ୍କୁ ଆର୍ଥିକ ସହାୟତା ଦେବାରେ ସମସ୍ତ ପ୍ରୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିରୁ ବର୍ତ୍ତମାନସୁଦ୍ଧା 11 କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ 2 ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ସିଧାସଳଖ ସ୍ଥାନାନ୍ତର ହୋଇସାରିଛି । ଏହା ବିଶ୍ବରେ ମୋଦି ସରକାରଙ୍କ ସବୁଠୁ ବଡ କାର୍ଯ୍ୟକ୍ରମ ।

ସରକାର ଚାଷୀ ହିତରେ କରିଥିବା ନିୟମ ତଥା ଚାଷୀ ଓ ବୈଜ୍ଞାନିକଙ୍କ ପରିଶ୍ରମର ପରିଣାମ ଆଜି କୃଷି ଉତ୍ପାଦନକୁ ପ୍ରତିକୂଳ ପରିସ୍ଥିତିରେ ଅନ୍ୟ ଦେଶକୁ ପହଞ୍ଚାଉଛି ଭାରତ । ଅଧିଂକାଶ କୃଷି ଉତ୍ପାଦର ଉତ୍ପାଦନ ଦୃଷ୍ଟିରୁ ଆଜି ବିଶ୍ବରରେ ପ୍ରଥମ କିମ୍ବା ଦ୍ବିତୀୟ ସ୍ଥାନରେ ଅଛି ଭାରତ ।ସେହିପରି ଦେଶରୁ ସାଢେ 4 ଲକ୍ଷ କୋଟି କୃଷି ଉତ୍ପାଦର ରପ୍ତାନି ହୋଇଛି ।

ଇସ୍ରାଏଲର ହାଇଟେକ ଚାଷଜମି ବୁଲିଲେ କେନ୍ଦ୍ର କୃଷିମନ୍ତ୍ରୀ

ଓଡିଶାକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ପ୍ରଶଂସା

ଆଜି କୃଷିରେ ଟେକ୍ନୋଲୋଜୀର ଅଧିକ ପ୍ରୟୋଗ କରିବା, ଚାଷୀଙ୍କୁ ମହଙ୍ଗା ଫସଲ ଆଡକୁ ଆକୃଷ୍ଠ କରିବା, ଚାଷ ଖର୍ଚ୍ଚ କମ କରିବା, ମୃତ୍ତିକା ସ୍ବାସ୍ଥ୍ୟ, ଚାଷୀଙ୍କୁ ସେମାନଙ୍କ ଫସଲ ର ଉପଯ଼ୁକ୍ତ ମୂଲ୍ୟ ମିଳିବାର ଆବଶ୍ୟକତା ରହିଛି । ଏହି ସମ୍ପର୍କରେ ଭାରତ ସରକାର ରାଜ୍ୟ ସରକାରଙ୍କ ସହିତ ମିଶି କାମ କରୁଛନ୍ତି । ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ମଧ୍ୟ ଦୃତ ଗତିରେ କାମ କରୁଛି । ଏହାସହିତ କୃଷିରେ ସମସ୍ତ ସଂସ୍ଥା ଉତ୍ତମ କାର୍ଯ୍ୟ କରୁଥିବା କହିଛନ୍ତି ତୋମାର ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)