News

ଦିଲ୍ଲୀରେ ଚାଷୀଙ୍କ ମହାପଞ୍ଚାୟତ, ସୁରକ୍ଷା କଡାକଡି

ପ୍ରାୟ 8 ମାସ ପରେ ପୁଣି ରାଜଧାନୀ ଦିଲ୍ଲୀରେ ରଣହୁଙ୍କାର ଦେବାକୁ ପହଞ୍ଚିଛନ୍ତି ଚାଷୀ । ଦିଲ୍ଲୀର ଜନ୍ତରମନ୍ତରରେ ଚାଷୀଙ୍କ ମହା ପଞ୍ଚାୟତ ହେବ ।

22 August, 2022 3:30 PM IST By: Shuvanshu Kar

କେନ୍ଦ୍ର ସରକାରଙ୍କ ତିନୋଟି କୃଷି ନିୟମ ବିରୁଦ୍ଧରେ ଆନ୍ଦୋଳନ(Farmers' Protest) ଶେଷ ହେବାର ପ୍ରାୟ 8 ମାସ ପରେ ପୁଣି ରାଜଧାନୀ ଦିଲ୍ଲୀରେ ରଣହୁଙ୍କାର ଦେବାକୁ ପହଞ୍ଚିଛନ୍ତି ଚାଷୀ । ଦିଲ୍ଲୀର ଜନ୍ତରମନ୍ତର(Jantar Mantar)ରେ ଚାଷୀଙ୍କ ମହା ପଞ୍ଚାୟତ(mahapanchayat) ହେବ । ପୁଣିଥରେ ଦିଲ୍ଲୀ ସୀମାରେ କୃଷକ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି। ପୋଲିସ ଦିଲ୍ଲୀର ଗାଜିପୁର ସୀମାରେ ଚାଷୀଙ୍କୁ ଅଟକ ରଖିଥିବା ନେଇ ସୂଚନା ମିଳିଛି । ମହାପଞ୍ଚାୟତ(mahapanchayat) ପାଇଁ ଚାଷୀଙ୍କୁ ପ୍ରଶାସନ ପକ୍ଷରୁ ଅନୁମତି ମିଳିନାହିଁ ।

ଚାଷୀଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦିଲ୍ଲୀ ସୀମାରେ ପ୍ରବଳ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହି ମହା ପଞ୍ଚାୟତକୁ ସଂଯୁକ୍ତ କିସାନ ମୋର୍ଚ୍ଚା ଏବଂ ଅନ୍ୟାନ୍ୟ କୃଷକ ସଂଗଠନ ସମର୍ଥନ କରୁଛନ୍ତି । ଚାଷୀମାନେ 9 ସୂତ୍ରୀୟ ଦାବି ରଖିଛନ୍ତି । ଏମଏସପି ଗ୍ୟାରେଣ୍ଟିରୁ ନେଇ ଲଖିମପୁର ଖେରୀ ମାମଲାରେ ଗିରଫ ହୋଇଥିବା ଚାଷୀଙ୍କୁ ମୁକ୍ତ କରିବା, କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଆଦି ଦାବି ନେଇ ଚାଷୀମାନେ ଦିଲ୍ଲୀରେ ପହଞ୍ଚିଛନ୍ତି ।

ଏହାପୂର୍ବରୁ ଡିସେମ୍ବର 2021ରେ ଆନ୍ଦୋଳନ ଶେଷ ହେବା ପରେ ଚାଷୀମାନେ ଘରକୁ ଫେରିଥିଲେ । ସେତେବେଳେ ସରକାର ଏମଏସପି ସମ୍ପର୍କରେ ଏକ କମିଟି ଗଠନ କରିବାକୁ ପ୍ରତିଶୃତି ଦେଇଥିଲେ। ଏହି ଆଧାରରେ ଜୁଲାଇ 2022ରେ ସରକାର ପୂର୍ବତନ କୃଷି ସଚିବ ସଞ୍ଜୟ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ।

ଏହା ବ୍ୟତୀତ ନୀତି ଆୟୋଗ (କୃଷି) ସଦସ୍ୟ ପ୍ରଫେସର ରମେଶ ଚାନ୍ଦ, କୃଷି ଅର୍ଥନୀତିଜ୍ଞ ସିଏସସି ଶେଖର, ଆଇଆଇଏମ ଅହମ୍ମଦାବାଦର ସୁଖପାଲ ସିଂ ଏହି କମିଟିରେ ଅନ୍ତର୍ଭୁକ୍ତ ହୋଇଥିଲେ। ଏହା ସହିତ ସଂଯୁକ୍ତ କିସାନ୍ ମୋର୍ଚ୍ଚାର 3 ଜଣ ସଦସ୍ୟଙ୍କୁ କମିଟିରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଏହି କମିଟିକୁ ପ୍ରତ୍ୟାଖ୍ୟାନ କରିଥିଲା ସଂଯୁକ୍ତ କିସାନ୍ ମୋର୍ଚ୍ଚା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ବର୍ଷ ନଭେମ୍ବର 19ରେ କୃଷକଙ୍କ ବ୍ୟାପକ ବିରୋଧ ଏବଂ 11 ରାଉଣ୍ଡ ଆଲୋଚନା ପରେ ସମସ୍ତ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲେ। ଏହା ପରେ, 29 ନଭେମ୍ବରରେ, ନୂତନ କୃଷି ଆଇନ ଲୋକସଭା ଓ ରାଜ୍ୟସଭା ଦ୍ୱାରା ପାରିତ ହୋଇ ଏହାକୁ ପ୍ରତ୍ୟାହାର କରାଯାଇଥିଲା।

ଚାଷୀଙ୍କ ପାଇଁ ବଡ ଖବର, MSP ଉପରେ କମିଟି ଗଠନକଲେ ସରକାର

ମୌସୁମୀ ଆରମ୍ଭରୁ ଚାଷୀଙ୍କୁ କେନ୍ଦ୍ରର ବଡ ଉପହାର, ବଢିଲା MSP

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)