News

ବସ୍ତରରେ ପ୍ରଥମ ଥର ପ୍ରାକୃତିକ କୃଷି କରିବେ ଚାଷୀ, ମିଳିବ 2000 ଟଙ୍କା

ପଡୋଶୀ ଛତିଶଗଡରେ ମଧ୍ୟ ପ୍ରାକୃତିକ କୃଷିକୁ ବେଶ ପ୍ରୋତ୍ସାହନ ମିଳୁଥିବା ଦେଖିବାକୁ ମିଳିଛି । ଛତିଶଗଡର ଅନେକ ଚାଷୀ ଏବେ ପ୍ରାକୃତକ କୃଷିକୁ ଆପଣାଇଛନ୍ତି ।

14 June, 2022 12:06 PM IST By: Shuvanshu Kar

ଦେଶରେ ପ୍ରାକୃତିକ କୃଷି(natural farming)କୁ ପ୍ରୋତ୍ସାହନ ଦେବା ପାଇଁ କ୍ରମାଗତ ପ୍ରଚେଷ୍ଟା ଜାରି ରହିଛି । ଏହା ଅନ୍ତର୍ଗତ ଅନେକ ରାଜ୍ୟ ଅଛନ୍ତି, ଯେଉଁମାନେ ନିଜ ନିଜ ସ୍ତରରେ ପ୍ରାକୃତିକ କୃଷିର ପ୍ରୋମୋଟ କରୁଛନ୍ତି । ପଡୋଶୀ ଛତିଶଗଡରେ ମଧ୍ୟ ପ୍ରାକୃତିକ କୃଷି(natural farming)କୁ ବେଶ ପ୍ରୋତ୍ସାହନ ମିଳୁଥିବା ଦେଖିବାକୁ ମିଳିଛି ।

ଛତିଶଗଡର ଅନେକ ଚାଷୀ ଏବେ ପ୍ରାକୃତକ କୃଷି(natural farming)କୁ ଆପଣାଇଛନ୍ତି । ବସ୍ତର ଜିଲ୍ଲାରେ ମଧ୍ୟ ପ୍ରାକୃତିକ କୃଷି(natural farming) ଆରମ୍ଭ କରିଛନ୍ତି । ଏହି କ୍ରମରେ ହଜାର ହଜାର ଚାଷୀ ପାରମ୍ପରିକ ରସାୟନିକ ସାର ପ୍ରୟୋଗରେ ହେଉଥିବା ଚାଷଠୁ ଦୂରେଇ ରହୁଛନ୍ତି । ଜିଲ୍ଲାରେ ପ୍ରାକୃତିକ ଚାଷକୁ ନେଇ ଚାଷୀଙ୍କ ଟ୍ରେଣ୍ଡ ପ୍ରଥମ ଥର ଅଧିକ ଦେଖିବାକୁ ମିଳୁଛି ।

'ପ୍ରାକୃତିକ କୃଷିରେ ଓଡିଶାକୁ ସହଯୋଗ କରିବ କେନ୍ଦ୍ର'

କେତେ ଲାଭ ଦିଏ ଜୈବିକ ପଦ୍ଧତିରେ ଲେମ୍ବୁ ଚାଷ ? ଜାଣନ୍ତୁ...

ପ୍ରାକୃତିକ ଚାଷ ପାଇଁ ଜିଲ୍ଲାର 5 ହଜାର ଚାଷୀ ସାମ୍ନାକୁ ଆସିଛନ୍ତି । ସମସ୍ତ ଚାଷ ମିଶି ପାଖାପାଖି 7 ହଜାର ହେକ୍ଟର ଜମିରେ ପ୍ରାକୃତିକ ଚାଷ କରିବେ । ଜିଲ୍ଲାରେ କୃଷି ବିଭାଗ ମଧ୍ୟ ଚାଷଙ୍କୁ ପ୍ରାକୃତିକ ଚାଷ ପାଇଁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ଏହା ବ୍ୟତୀତ ଚାଷୀଙ୍କୁ ହେକ୍ଟର ପିଛା 2000 ଲେଖାଏଁ ଟଙ୍କା ଦେବାକୁ ଯୋଜନା କରାଯାଇଛି । ଚାଷୀଙ୍କୁ ଦିଆଯିବାୁଥିବା ଏହି ପ୍ରୋତ୍ସାହନ ରାଶି ସିଧଆସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରିଦିଆଯିବ । ଜିଲ୍ଲାରେ ଧାନ, ମକା, ମିଲେଟ ସମେତ ଅନ୍ୟ ପ୍ରକାର ଫସଲର ମଧ୍ୟ ଚାଷ କରାଯାଉଛି ।

ଜିଲ୍ଲାରେ କୃଷି ବିଭାଗ ପକ୍ଷରୁ ରାଜ୍ୟରେ ଜୈବିକ ଚାଷ ମିଶନ ଅନ୍ତର୍ଗତ ଚାଷୀଙ୍କୁ ପ୍ରାକୃତିକ ଚାଷ କରିବା ପାଇଁ ଜାଗୃତ କରାଯାଉଛି । ପ୍ରାକୃତିକ ଚାଷ ପାଇଁ ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଟ୍ରେନିଂ ପରେ ଚାଷୀଙ୍କ କହିବାନୁଯାୟୀ ସେମାନେ ଏବେ ପ୍ରାକୃତିକ କୃଷି ହିଁ କରିବେ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)