News

ଚାଷୀଙ୍କୁ ଖୁସିଖବର; ମିଳିବ ମାସିକ ଅଧିକ ୩ ହଜାର ଟଙ୍କା,ଜାଣନ୍ତୁ କିପରି ଉଠାଇବେ ଲାଭ

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ହିତାଧିକାରୀମାନଙ୍କୁ ସରକାରଙ୍କ ତରଫରୁ ମିଳୁଛି ଆଉ ଏକ ଲାଭ ମିଳିବାକୁ ଯାଉଛି । ଏହି ଯୋଜନା ଅଧୀନରେ ପୂର୍ବରୁ ଚାଷୀମାନଙ୍କୁ ବାର୍ଷିକ ୬,୦୦୦ ମିଳୁଥିଲା । ବର୍ତ୍ତମାନ ମାସକୁ ମିଳିବ ୩,୦୦୦ ଟଙ୍କା ମିଳିବାର ସୂଚନା ରହିଛି ।

18 May, 2022 12:12 PM IST By: Sudesna Nayak

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana)ର ହିତାଧିକାରୀମାନଙ୍କୁ ସରକାରଙ୍କ ତରଫରୁ ମିଳୁଛି ଆଉ ଏକ ଲାଭ ମିଳିବାକୁ ଯାଉଛି । ଏହି ଯୋଜନା ଅଧୀନରେ ପୂର୍ବରୁ ଚାଷୀମାନଙ୍କୁ ବାର୍ଷିକ ୬,୦୦୦ ମିଳୁଥିଲା । ବର୍ତ୍ତମାନ ମାସକୁ ମିଳିବ ୩,୦୦୦ ଟଙ୍କା ମିଳିବାର ସୂଚନା ରହିଛି ।

ସୂଚନା ଅନୁଯାୟୀ, ଏଥିପାଇଁ କୃଷକମାନଙ୍କୁ ଅଧିକ କୌଣସି ତଥ୍ୟ ମଧ୍ୟ ଦେବାକୁ ପଡ଼ିବ ନାହିଁ । ପିଏମ କିସାନ ମନଧନ ଯୋଜନା (Pradhan Mantri Kisan Maan-Dhan Yojana)ଅନ୍ତର୍ଗତ ଚାଷୀ (Farmers)ମାନଙ୍କୁ ପ୍ରତି ମାସରେ ପେନସନ (PENSION)ଦିଆଯାଉଛି ।

ଏହି କ୍ରମରେ ୬୦ ବର୍ଷରୁ ଅଧିକ ବୟସର ଚାଷୀମାନଙ୍କୁ ପ୍ରତ୍ୟେକ ମାସ ୩,୦୦୦ ଟଙ୍କା ଅର୍ଥାତ ବାର୍ଷିକ ୩୬,୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଉଛି । ତେବେ ଏଥିପାଇଁ ନିଜର ଆଧାର କାର୍ଡ଼, ବ୍ୟାଙ୍କ ଆକାଉଣ୍ଟ ଜମା କରିବାକୁ ପଡ଼ିବ ।

ଏଥିପାଇଁ ବୟସ ସୀମା ୧୮ ରୁ ୪୦ ବର୍ଷ ରହିଛି । ଯେଉଁ ଚାଷୀମାନଙ୍କ (Farmers)ର ୨ ହେକ୍ଟର କିମ୍ବା କମ ଚାଷଜମି ଅଛି ସେମାନେ ଏହାର ଫାଇଦା ଉଠାଇ ପାରିବେ । ଅତିକମରେ ୨୦ ଓ ଅତି ବେଶୀରେ ୪୦ ବର୍ଷ ବୟସ ବର୍ଗ ପର୍ଯ୍ୟନ୍ତ ଚାଷୀମାନଙ୍କୁ ୫୫ ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ନିବେଶ କରିବାକୁ ହେବ । ୧୮ ବର୍ଷୀୟ ଚାଷୀମାନେ ପାଇଁ ମାସିକ ୫୫ ଟଙ୍କା ଅର୍ଥରାଶି ଜମା କରିବାକୁ କରିବେ । ୩୦ ବର୍ଷର ଚାଷୀ (Farmers) ଏହି ଯୋଜନା ଅଧୀନରେ ୧୧୦ ଟଙ୍କା ଜମା କରିବେ । ସେହିପରି ୪୦ ବର୍ଷର ଚାଷୀମାନେ ଏଥିରେ ସାମିଲ ହେଲେ ୨୦୦ ଟଙ୍କା ଲେଖଏଁ ଜମା କରିବାକୁ ପଡ଼ିବ ।

ପ୍ରକାଶ ଥାଉ ଯେ, ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana)ର ହିତାଧିକାରୀମାନଙ୍କୁ ସରକାରଙ୍କ ତରଫରୁ ଏକ ବଡ ଲାଭ ମିଳିବାକୁ ଯାଉଛି । ବର୍ତ୍ତମାନ ମାସକୁ ମିଳିବ ୩,୦୦୦ଟଙ୍କା ମିଳିବାର ସୂଚନା ରହିଛି ।

PM Kisan yojana:ଏହି ତାରିଖରେ ମିଳିବ ୧୧ତମ କିସ୍ତି!

ମୋଦି ସରକାର ଦେଲେ ଆଶ୍ବସ୍ତି, ଖରାପ ଗହମକୁ MSP ଦରରେ ବିକ୍ରି କରିପାରିବେ ଚାଷୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)