News

'ଫେନୀ' କଣ, ଆପଣ ଜାଣନ୍ତି କି ???

ଆମ ରାଜ୍ୟରେ ଯେପରି ହାଣ୍ଡିଆ, ମହୁଲି ଭଳି ଦେଶୀ ମଦ୍ୟର ଆଦର ରହିଛି ସେହିପରି ଭାବରେ ଗୋଆରେ 'ଫେନୀ'ର ଆଦର ରହିଛି l ଫେନୀ ହେଉଛି କାଜୁ ଫଳରୁ ପ୍ରସ୍ତୁତ ସୁରା ବା ମଦ୍ୟ l ଏହି ପାରମ୍ପରିକ ଦେଶୀ ମଦ୍ୟ ଗୋଆରେ ବହୁଳ ମାତ୍ରାରେ ପରିଚିତ ଅଟେ l ଏପରିକି ଆପଣ ଜାଣିକରି ଆଶ୍ଚର୍ଯ୍ୟ ହୋଇଯିବେ, ୨୦୦୯ ଏବଂ ୨୦୧୬ ମସିହାରେ ଦୁଇ ଦୁଇ ଥର ଫେନୀ ମଧ୍ୟ ଉଚ୍ଚକୋଟୀର ଜିଆଇ ଟ୍ୟାଗ ଅନୁମୋଦନ ଲାଭ କରିଛି l ଗୋଆର ପାରମ୍ପରିକ ପାନୀୟ ଭାବରେ ଏହା ନିଜର ସ୍ଥିତି ସୁଦୃଢ଼ କରିପାରିଛି l ତେଣୁ ଫେନୀ ହିଁ ହେଉଛି ଏହି ଅଞ୍ଚଳର ସ୍ୱତନ୍ତ୍ର ପରିଚୟ l ଆସନ୍ତୁ ଆଜି ଫେନୀ ବିଷୟରେ କିଛି ରୋଚକ ତଥ୍ୟର ଆଲୋଚନା କରିବା l

25 February, 2021 7:16 PM IST By: Sugyan Kumar Nayak

ଆମ ରାଜ୍ୟରେ ଯେପରି ହାଣ୍ଡିଆ, ମହୁଲି ଭଳି ଦେଶୀ ମଦ୍ୟର ଆଦର ରହିଛି ସେହିପରି ଭାବରେ ଗୋଆରେ 'ଫେନୀ'ର ଆଦର ରହିଛି l ଫେନୀ ହେଉଛି କାଜୁ ଫଳରୁ ପ୍ରସ୍ତୁତ ସୁରା ବା ମଦ୍ୟ l ଏହି ପାରମ୍ପରିକ ଦେଶୀ ମଦ୍ୟ ଗୋଆରେ ବହୁଳ ମାତ୍ରାରେ ପରିଚିତ ଅଟେ l ଏପରିକି ଆପଣ ଜାଣିକରି ଆଶ୍ଚର୍ଯ୍ୟ ହୋଇଯିବେ, ୨୦୦୯ ଏବଂ ୨୦୧୬ ମସିହାରେ ଦୁଇ ଦୁଇ ଥର ଫେନୀ ମଧ୍ୟ ଉଚ୍ଚକୋଟୀର ଜିଆଇ ଟ୍ୟାଗ ଅନୁମୋଦନ ଲାଭ କରିଛି l ଗୋଆର ପାରମ୍ପରିକ ପାନୀୟ ଭାବରେ ଏହା ନିଜର ସ୍ଥିତି ସୁଦୃଢ଼ କରିପାରିଛି l ତେଣୁ ଫେନୀ ହିଁ ହେଉଛି ଏହି ଅଞ୍ଚଳର ସ୍ୱତନ୍ତ୍ର ପରିଚୟ l ଆସନ୍ତୁ ଆଜି ଫେନୀ ବିଷୟରେ କିଛି ରୋଚକ ତଥ୍ୟର ଆଲୋଚନା କରିବା l

ଗୋଆର ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଖାଯାଉଥିବା କାଜୁ ଉଦ୍ୟାନଗୁଡ଼ିକରେ ଫେବୃଆରୀ ଠାରୁ ମେ ମାସ ମଧ୍ୟରେ ଫେନୀର ପ୍ରସ୍ତୁତ କରାଯାଏ l ଫେନୀ ପାନୀୟର ମୂଲ୍ୟ ମୁଖ୍ୟତଃ କାଜୁ ଗଛର ଫଳ ଧାରଣ ଉପରେ ନିର୍ଭର କରିଥାଏ l ଏହା ସମ୍ପୂର୍ଣ୍ଣ ଭାବରେ ଦେଶୀ ଉପାୟରେ ପ୍ରସ୍ତୁତ କରାଯାଏ l ଫେନୀ ପ୍ରସ୍ତୁତ କରିବା ପାଇଁ ସ୍ୱତନ୍ତ୍ର ଭାଟି ରହିଥାଏ l ସେଥି ନିମନ୍ତେ ଏହାର ସୁବ୍ୟବସ୍ଥିତ ବଜାରର ଅଭାବ ରହିଛି l  ଧୀରେ ଧୀରେ ବ୍ୟବସାୟୀ ମାନେ ଏହି ବ୍ୟବସାୟକୁ ଶୃଙ୍ଖଳିତ କରୁଛନ୍ତି ଏବଂ ଗୋଆରେ ବୃଦ୍ଧି ପାଉଥିବା ପର୍ଯ୍ୟଟନ ଶିଳ୍ପ ସହିତ ଏହାକୁ ଯୋଡ଼ିବାକୁ ଲକ୍ଷ୍ୟ ରଖିଛନ୍ତି l ଯାହା ଦ୍ୱାରା ପର୍ଯ୍ୟଟକମାନେ ଫେନୀର ମଜା ପାଇବା ସହିତ ଫେନୀ ପ୍ରସ୍ତୁତକାରୀମାନେ ବେଶ ଦୁଇ ପଇସା ରୋଜଗାର କରିପାରିବେ l 

ଫେନୀ ପ୍ରସ୍ତୁତକାରୀମାନେ ରାଜ୍ୟର ପର୍ଯ୍ୟଟନ ବିଭାଗ ସହିତ ବିଶେଷ ଆଲୋଚନା କରିଛନ୍ତି l ଯାହା ଦ୍ୱାରା ଆସୁଥିବା ପର୍ଯ୍ୟଟକମାନେ ଭାଟିକୁ ଯାଇ ଫେନୀ ପ୍ରସ୍ତୁତର ପାରମ୍ପରିକ ପ୍ରକ୍ରିୟାକୁ ପ୍ରତ୍ୟକ୍ଷ ଭାବରେ ଦେଖିବାର ଅନୁଭୂତି ହାସଲ କରିପାରିବେ l ପର୍ଯ୍ୟଟକମାନେ ଗୋଆର ପରମ୍ପରା ସମ୍ପର୍କରେ ବିଶେଷ ଅବଗତ ହୋଇପାରିବେ l ଏହାଦ୍ୱାରା ପର୍ଯ୍ୟଟନର ବିକାଶ ହୋଇପାରିବ l ଏହି ପ୍ରସ୍ତାବଟି ଗତ ବର୍ଷରୁ କାର୍ଯ୍ୟକାରୀ ହେବାର ଥିଲା କିନ୍ତୁ କରୋନା ମହାମାରୀ ଯୋଗୁଁ ତାଲାବନ୍ଦ ଏବଂ ସ୍ୱଳ୍ପ ପରିମାଣର କାଜୁ ଫଳ ଉତ୍ପାଦନ ଯୋଗୁଁ ଏହା ସ୍ଥଗିତ ରଖାଯାଇଥିଲା l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)