ଆନ୍ଧ୍ରପ୍ରଦେଶର କୃଷକମାନେ ସାର ଅଭାବର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ଆନ୍ଧ୍ରପ୍ରଦେଶର କୃଷି ମନ୍ତ୍ରୀ କୁରାସାଲା କନ୍ନ ବାବୁ କୁହନ୍ତି ଯେ, ରାଜ୍ୟରେ ସାରର ଅଭାବ ନାହିଁ। କିନ୍ତୁ ବାସ୍ତବ କଥା ହେଉଛି ରାଜ୍ୟରେ ସାର ଅଭାବ ପାଇଁ କୃଷକମାନେ ଧାନ ଚାଷ କରିବା ପାଇଁ କଷ୍ଟକର ହୋଇ ପଡ଼ୁଛି। କୃଷି ମନ୍ତ୍ରୀଙ୍କ କଥା ଶୁଣି ଚାଷୀମାନେ ନିରାଶ ହୋଇଛନ୍ତି। ବର୍ଷା ଦିନରେ କୃଷକମାନେ ଧାନ ଚାଷକରି ଲାଭବାନ ହୋଇଥାନ୍ତି। କିନ୍ତୁ ଏଥର ଡାଇଆମୋନିୟମ୍ ଫସଫେଟ୍ (DAP) ସାର ଅଭାବ ଯୋଗୁଁ ଚାଷୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମୁଖ୍ୟ କଥା ହେଉଛି କିଛି ଦିନ ଧରି ୭୦ ରୁ ୮୦ ଟଙ୍କା ଅଧିକ ମୂଲ୍ୟରେ ସାର ବିକ୍ରି କରାଯାଉଛି। କାରଣ ବର୍ତ୍ତମାନ ସାର ନମିଳିବାରୁ ସାରର ଚାହିଦା ବୃଦ୍ଧି ପାଇଛି।
କୃଷକମାନେ ମଧ୍ୟ ଅଧିକ ମୂଲ୍ୟରେ ସାର କିଣିବାକୁ ପ୍ରସ୍ତୁତ। କିନ୍ତୁ କିଛି କୃଷକମାନେ ସାର ପାଉନାହାଁନ୍ତି l କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ସାରର ମୂଲ୍ୟ ବୃଦ୍ଧି ନକରିବା ପାଇଁ ଏହା ବିଭିନ୍ନ ସାର କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ, ଯଦି ସାର ମିଳୁନାହିଁ ତାହାର ବିକଳ୍ପ ବାଛିବା ପାଇଁ। କୃଷି ବିଭାଗର ସୂଚନା ଅନୁଯାୟୀ, କୃଷକମାନେ ଏକର ପିଛା ୪୦ କିଲୋ DAP ପାଉଛନ୍ତି। ସେହି ସାର ବ୍ୟବହାର କରନ୍ତୁ। ଏହି ସମୟରେ କ୍ରିଷ୍ନା ପୂର୍ବ ଡେଲଟା ଏବଂ ଗୋଦାବରୀ ଡେଲ୍ଟାରେ ବିଭିନ୍ନ କିସମର ଧାନ ପ୍ରତିରୋପଣ ସରିଲାଣି। ଆଉ କେତେକ ସ୍ଥାନରେ ଧାନ ଚାଷ ଜାରି ରହିଛି। ଏଥର ସରକାର ରାଜ୍ୟରେ ୧୫.୯୯ ଲକ୍ଷ ହେକ୍ଟର ଧାନ ଲଗାଇବା ଲକ୍ଷ୍ୟ ରଖିଛନ୍ତି। ଏଥି ସହିତ, ସେପ୍ଟେମ୍ବର 1 ପର୍ଯ୍ୟନ୍ତ ୧୨.୧୯ ଲକ୍ଷ ହେକ୍ଟର ପର୍ଯ୍ୟନ୍ତ ଧାନ ରୋପଣ କରାଯାଇଛି।