News

ଜାଣନ୍ତୁ, କୃଷି ମହାକୁମ୍ଭରେ କେଉଁ ବଡ଼ ବଡ଼ କମ୍ପାନୀ ହେଲେ ସାମିଲ !

ମିଲେନିୟର୍ ଫାର୍ମର୍ ଅଫ୍ ଇଣ୍ଡିଆ ' ପୁରସ୍କାର ଶୋ ପଦକ୍ଷେପ ଆରମ୍ଭ କରିଛନ୍ତି, ଯାହା ମାଧ୍ୟମରେ କେବଳ ଗୋଟିଏ କିମ୍ବା ଦୁଇଟି ଜିଲ୍ଲା କିମ୍ବା ରାଜ୍ୟ ସ୍ତରରେ ନୁହେଁ, ଜାତୀୟ ସ୍ତରରେ ମଧ୍ୟ କୃଷକମାନେ ଏକ ଭିନ୍ନ ପରିଚୟ ପାଇବେ ।

15 November, 2024 12:35 PM IST By: Tanushree Mahapatra

ଦେଶର ପ୍ରାୟ ପ୍ରତ୍ୟେକ ଅଞ୍ଚଳରେ ନିଶ୍ଚିତ ଭାବରେ କିଛି ବଡ ବ୍ୟକ୍ତିତ୍ୱ ଅଛନ୍ତି l ଯାହାର ଏକ ସ୍ୱତନ୍ତ୍ର ପରିଚୟ ରହିଛି l କିନ୍ତୁ, ଯେତେବେଳେ କୃଷକଙ୍କ କଥା ଆସେ, କିଛି ଲୋକ କ୍ଷେତରେ ବସିଥିବା ଜଣେ ଗରିବ ଏବଂ ଅସହାୟ କୃଷକଙ୍କ ମୁହଁ ଭାବନାରେ ଆଣିଥାନ୍ତି l କିନ୍ତୁ ପ୍ରକୃତ ପରିସ୍ଥିତି ଏହିପରି ନୁହେଁ l ଏହି ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ କୃଷି ଜାଗରଣ ' ମିଲେନିୟର୍ ଫାର୍ମର୍ ଅଫ୍ ଇଣ୍ଡିଆ ' ପୁରସ୍କାର ଶୋ ପଦକ୍ଷେପ ଆରମ୍ଭ କରିଛନ୍ତି, ଯାହା ମାଧ୍ୟମରେ କେବଳ ଗୋଟିଏ କିମ୍ବା ଦୁଇଟି ଜିଲ୍ଲା କିମ୍ବା ରାଜ୍ୟ ସ୍ତରରେ ନୁହେଁ, ଜାତୀୟ ସ୍ତରରେ ମଧ୍ୟ କୃଷକମାନେ ଏକ ଭିନ୍ନ ପରିଚୟ ପାଇବେ ।

କୃଷି ଜାଗରଣର ଏହି ପଦକ୍ଷେପ କେବଳ ଜାତୀୟ ସ୍ତରରେ ନୁହେଁ, ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଦେଶର କେତେକ ଅଗ୍ରଣୀ କୃଷକ ଚୟନ କରି ଏକ ଭିନ୍ନ ପରିଚୟ ଦେବା ପାଇଁ କାର୍ଯ୍ୟ କରିବ । ଏହି ପୁରସ୍କାର ଶୋ’ରେ ସେହି କୃଷକମାନଙ୍କୁ ସମ୍ମାନିତ କରାଯିବ ଯେଉଁମାନେ ବାର୍ଷିକ ୧୦ ଲକ୍ଷରୁ ଅଧିକ ରୋଜଗାର କରୁଛନ୍ତି ଏବଂ କୃଷି କ୍ଷେତ୍ରରେ ନୂତନତ୍ୱ କରି ସେମାନଙ୍କ ଆଖପାଖରେ ଥିବା ଚାଷୀଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରୁଛନ୍ତି l

ଚଳିତ ବର୍ଷ ମଧ୍ୟ ଡିସେମ୍ବର ମାସରେ ଏହି ପୁରସ୍କାର ସୋ ଆୟୋଜନ କରାଯାଉଛି l  IARI, ମେଳା ପଡ଼ିଆ, ନୂଆଦିଲ୍ଲୀରେ ୧-୩  ଡିସେମ୍ବରରେ ଆୟୋଜିତ ହେବ l ୩ ଦିନ ଧରି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ l ଯେଉଁଠି ୩୦୦ ରୁ ଅଧିକ କ୍ୟାଟେଗୋରୀରେ ଚାଷୀଙ୍କୁ ସମ୍ମାନିତ କରାଯିବ l ବ୍ଲକରୁ ଆରମ୍ଭ କରି ରାଜ୍ୟସ୍ତରୀୟ ପର୍ଯ୍ୟନ୍ତ ଚାଷୀଙ୍କୁ ସମ୍ମାନିତ କରାଯିବ l ତେବେ ଏହି କାର୍ଯ୍ୟକ୍ରମରେ ଅନେକ ବଡ଼ ବଡ଼ କୃଷି ଶିଳ୍ପ କମ୍ପାନୀ ଆମ ସହିତ ସାମିଲ ହୋଇଛନ୍ତି l

ଦେହାତ( DeHaat ) , ଷ୍ଟିଲ(STIHL) , ସେନି(SANY) , ଇସବ(ISAB Imperial school of business), କଲସ( KALASH) , ଗ୍ଲୋବାଲ ଇଲେକ୍ଟ୍ରୋନିକ(Global electronics) , ଅମୁଲ (Amul), ଜେନରେଷ୍ଟ(Gencrest) , ମହିନ୍ଦ୍ରା ଫାଇନାନ୍ସ( Mahindra finance) , ବାରମତି ଏଗ୍ରୋ (Baramati agro) ଭଳି ବିଭିନ୍ନ ବଡ଼ ବଡ଼ କମ୍ପାନୀକୁ ମିଶାଇ ୨୪ଟି କମ୍ପାନୀ ଆମ ସହିତ ଅଂଶଗ୍ରହଣକାରୀ ଭାବେ ସାମିଲ ହୋଇଛନ୍ତି l ପ୍ରିମିୟର ପାର୍ଟନର ଭାବେ ଛତିଶଗଡ ଆଦିବାସୀ ସ୍ଥାନୀୟ ସ୍ୱାସ୍ଥ୍ୟ ପରମ୍ପରା ଏବଂ ଔଷଧୀୟ ଉଦ୍ଭିଦ ବୋର୍ଡ (Chhattisgarh Tribal Local Health Traditions & Medicinal Plants Board) ଆମ ସହିତ ସାମିଲ ହୋଇଛି l ଏହି କାର୍ଯ୍ୟକ୍ରମରେ hybrid cross X -35 ମୂଳା ଭେରାଇଟି ପାଇଁ କ୍ୟାଟେଗୋରୀ ସ୍ପନସର ରହିଛି ସୋମାନି ସିଡ୍ସ , ଇଣ୍ଡମ 13405 ଭେରାଇଟି ଟମାଟର ପାଇଁ କ୍ୟାଟେଗୋରୀ ସ୍ପନସର ରହିଛି ଇଣ୍ଡୋ ଆମେରିକାନ ହାଇବ୍ରିଡ଼ ସିଡ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ଏବଂ ଯାଇଟନିକ କିନୋ ପାଇଁ କ୍ୟାଟେଗୋରୀ ସ୍ପନସର ରହିଛି ଜୟଡେକ୍ସ କମ୍ପାନୀ l

ଅଧିକ ପଢ଼ନ୍ତୁ

ଦେଶର ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେବ କୃଷି ମହାକୁମ୍ଭ