News

କୃଷକଙ୍କୁ ମିଳିବ ୨୦ ହଜାର କୋଟି

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କିଷାନ ନିଧିର ୧୭ତମ କିସ୍ତି ଜାରି କରିବା ପାଇଁ ତାଙ୍କର ପ୍ରଥମ ଫାଇଲରେ ସ୍ୱାକ୍ଷର କରିଛନ୍ତି।

10 June, 2024 5:03 PM IST By: Tanushree Mahapatra

କୃଷକ କଲ୍ୟାଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇଲା ନୂଆ ସରକାରଙ୍କ ପ୍ରଥମ ନିଷ୍ପତ୍ତି l ପିଏମ କିଷାନ ସମ୍ମାନ ନିଧି ଅର୍ଥରାଶି ଜାରି କରିବା ସଂକ୍ରାନ୍ତ ପ୍ରଥମ ଫାଇଲରେ ଦସ୍ତଖତ କଲେ ପ୍ରଧାନମନ୍ତ୍ରୀ l କୃଷକ କଲ୍ୟାଣ ପାଇଁ ଆମ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । ତେଣୁ ଦାୟିତ୍ୱ ନେବା ପରେ ସ୍ୱାକ୍ଷରିତ ପ୍ରଥମ ଫାଇଲ କୃଷକ କଲ୍ୟାଣ ସହ ଜଡିତ l ଆଗାମୀ ଦିନରେ ଆମେ କୃଷକ ଓ କୃଷି କ୍ଷେତ୍ର ପାଇଁ ଆହୁରି ଅଧିକ କାମ କରିବାକୁ ଚାହୁଁଛୁ l

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କିଷାନ ନିଧିର ୧୭ତମ କିସ୍ତି ଜାରି କରିବା ପାଇଁ ତାଙ୍କର ପ୍ରଥମ ଫାଇଲରେ ସ୍ୱାକ୍ଷର କରିଛନ୍ତି। ଏହା ଦ୍ୱାରା ୯ କୋଟି ୩୦ ଲକ୍ଷ କୃଷକ ଉପକୃତ ହେବେ ଏବଂ ସେମାନଙ୍କୁ ପ୍ରାୟ ୨୦,୦୦୦ କୋଟି ଟଙ୍କା ବିତରଣ କରାଯିବ ।

ଫାଇଲରେ ଦସ୍ତଖତ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘‘କୃଷକଙ୍କ କଲ୍ୟାଣ ପାଇଁ ଆମର ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ତେଣୁ ଦାୟିତ୍ୱ ନେବା ପରେ ସ୍ୱାକ୍ଷରିତ ପ୍ରଥମ ଫାଇଲ କୃଷକ କଲ୍ୟାଣ ସହ ଜଡିତ ହେବା ଏକ ଉପଯୁକ୍ତ ନିଷ୍ପତ୍ତି । ଆଗାମୀ ଦିନରେ ଆମେ କୃଷକ ଓ କୃଷି କ୍ଷେତ୍ର ପାଇଁ ଆହୁରି ଅଧିକ କାମ କରିବାକୁ ଚାହୁଁଛୁ।’

ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (pm kisan) ହେଉଛି ଏକ କେନ୍ଦ୍ରୀୟ ସରକାରୀ ଯୋଜନା। ଏହି ଯୋଜନାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଛି । କେନ୍ଦ୍ର ସରକାର କୃଷକମାନଙ୍କ ପାଇଁ ପ୍ରଧାନ ମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନା ପରିଚାଳନା କରୁଛନ୍ତି । ଯୋଗ୍ୟ କୃଷକମାନେ ଏହି ଯୋଜନାରେ ଯୋଗ ଦେଇ ଆର୍ଥିକ ଲାଭ ପାଇପାରିବେ l ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ସରକାର ପ୍ରତି ଚାରି ମାସରେ ୨ ,୦୦୦  ଟଙ୍କା କିସ୍ତି ପ୍ରଦାନ କରନ୍ତି l ଅର୍ଥାତ କୃଷକମାନେ ବାର୍ଷିକ ୬ ,୦୦୦ ଟଙ୍କା ଲାଭ ପାଇଥାନ୍ତି ।

କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ଏବଂ ଚାଷରେ ଅସୁବିଧାର ସମ୍ମୁଖୀନ ହେଉଥିବା ଆର୍ଥିକ ସମସ୍ୟାକୁ ଦୂର କରିବା ହେଉଛି କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ । ସେଥିପାଇଁ ସେ ଚାଷୀଙ୍କ ପାଇଁ ଦେଶରେ ପ୍ରଚଳନ କରିଛନ୍ତି ଅନେକ କୃଷି ଯୋଜନା l ଯାହା ମଧ୍ୟରୁ ପିଏମ କିସାନ ଯୋଜନା ହେଉଛି ଅନ୍ୟତମ l କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିସାନ ସମାନ ନିଧି ଯୋଜନା ଆରମ୍ଭ କରିଥିଲେ ।

ଅଧିକ ପଢ଼ନ୍ତୁ

ମଧ୍ୟପ୍ରଦେଶ ଗୱାଲିୟରରେ ଏକ ଦିବସୀୟ କୃଷି ମେଳା

ଉତ୍ତର ପ୍ରଦେଶ ଆଗ୍ରାରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)