ଅନଲାଇନ୍ ମାର୍କେଟିଂ ପ୍ଲାଟଫର୍ମ ମାଧ୍ୟମରେ ଭୋକାଲ ଫର ଲୋକାଲକୁ ସମର୍ଥନ ଦେବାକୁଯାଇ ଏକ ପରିବର୍ତ୍ତନକାରୀ ପଦକ୍ଷେପ ସହିତ ହାତ ମିଳାଇଛନ୍ତି ଫ୍ଲିପକାର୍ଟ ଏବଂ ICAR-IIMR । ଫ୍ଲିପକାର୍ଟ ଏବଂ ICAR-IIMR ମିଳିତ ଭାବେ FPO ଏବଂ SGH ପାଇଁ ବଜାରର ମଞ୍ଚ ଯୋଗାଇଦେବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।
ଭାରତର ସବୁଠୁ ବଡ ଇ-ବାଣିଜ୍ୟ ପ୍ଲାଟଫର୍ମ ଫ୍ଲିପକାର୍ଟ Flipkart India Pvt Ltd ଏକ ଏମଓୟୁ ସ୍ବାକ୍ଷର କରିଛି । ଏହି ଏମୋୟୁ ଅନୁଯାୟୀ, ଏଫପିଓରୁ ସିଧାସଳଖ ଉଚ୍ଚମାନର ଉତ୍ପାଦ କ୍ରୟ କରି ସାରା ଦେଶରେ IIMR ଦ୍ୱାରା ପ୍ରୋତ୍ସାହିତ ଏଫିପିଓ ଏବଂ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ବଜାର ପ୍ରବେଶକୁ ସକ୍ଷମ କରିବ ।
ଏହି ସହଯୋଗ ମାଧ୍ୟମରେ ଫ୍ଲିପକାର୍ଟ ଏହାର ପ୍ଲାଟଫର୍ମରେ 4000 ମିଲିୟନରୁ ଅଧିକ ଗ୍ରାହକଙ୍କୁ ପାନ-ଇଣ୍ଡିଆ ବଜାର ପ୍ରବେଶ ଯୋଗାଇ ସ୍ଥାନୀୟ କୃଷି ସମ୍ପ୍ରଦାୟ ଏବଂ ସ୍ବୟଂ ସହାୟକ ଗୋଷ୍ଠୀକୁ ସଶକ୍ତ କରିବାକୁ ଯୋଜନା କରିଛି । ଏହି ସହଯୋଗ ମାଧ୍ୟମରେ FPO ଇକୋସିଷ୍ଟମର ଏକ ଅଂଶ ହେବା ପାଇଁ ଆବଶ୍ୟକ ଗୁଣବତ୍ତା, ମୂଲ୍ୟ ଏବଂ ଲାଇସେନ୍ସ ବିଷୟରେ ବୁଝାମଣା ନେଇ କମ୍ପାନୀ ଏହି ସମୁଦାୟଗୁଡିକ ସହିତ ଭର୍ଚୁଆଲ୍ ଏବଂ ଅନ୍-ଗ୍ରାଉଣ୍ଡ୍ ଟ୍ରେନିଂ ଏବଂ ଦକ୍ଷତା ବିକାଶ ଦିଗରେ ପଦକ୍ଷେପ ନେବ ।
ଅନ୍ୟପକ୍ଷରେ ICAR-IIMR ଭିତ୍ତିଭୂମି ଏବଂ ସହଯୋଗକୁ ଆଗକୁ ନେବା ପାଇଁ ଆବଶ୍ୟକ ଅନୁମୋଦନ ପ୍ରଦାନ କରିବ ।