News

4 ରାଜ୍ୟରେ ବନ୍ୟା ତାଣ୍ଡବ, 270 ମୃତ

ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ ବନ୍ୟା ବିପର୍ଯ୍ୟୟ ଦେଖିବାକୁ ମିଳିଛି । ବନ୍ୟା କାରଣରୁ ବର୍ତ୍ତମାନସୁଦ୍ଧା 270ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି ।

14 July, 2022 10:45 AM IST By: Shuvanshu Kar

ଦେଶର କିଛି ରାଜ୍ୟରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି । ତାଣ୍ଡବ ରଚିଛି ବନ୍ୟା(Flood Situation) । ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ ବନ୍ୟା ବିପର୍ଯ୍ୟୟ ଦେଖିବାକୁ ମିଳିଛି । ବନ୍ୟା(Flood Situation) କାରଣରୁ ବର୍ତ୍ତମାନସୁଦ୍ଧା 270ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ କଲେଜଗୁଡିକୁ ଛୁଟି ଘୋଷଣା କରାଯାଇଛି । ମହାରାଷ୍ଟ୍ରରେ ବନ୍ୟା(Maharastra Flood) କାରଣରୁ 89 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 83 ଜଣ ପ୍ରାଣ ହରାଇଛନ୍ତି । ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେପଟେ ମଧ୍ୟପ୍ରଦେଶର 5ଟି ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି ।

ମହାରାଷ୍ଟ୍ରରେ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ପାଲଘରେ 13 ଜଣ ଦିନମଜୁରିଆ ନଦୀରେ ଫସିଥିବା ଖବର ସାମ୍ନାକୁ ଆସୁଛି । ଉଦ୍ଧାର କାର୍ଯ୍ୟ ପାଇଁ ଅପରେସନ ଜାରି ରହିଛି । ଜଳ ସ୍ରୋତ ଏତେ ପ୍ରଖର ଯେ NDRF ଟିମକୁ ଅନେକ କଷ୍ଟର ସାମ୍ନା କରିବାକୁପଡୁଛି ।

ମହାରାଷ୍ଟ୍ରରେ ଗୋଟିଏ ପକ୍ଷେ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ କରିଥିବା ବେଳେ ଅନ୍ୟପକ୍ଷେ ଭୁସ୍ଖଳନ ଲୋକଙ୍କ ଭୟକୁ ଆହୁରି ବଢାଇ ଦେଇଛି । ଗୋଟିଏ ନଦୀ ଉପରେ ଥିବା ପୋଲ ଭୁସୁଡିପଡିଥିବା ଜଣାପଡିଛି । ଭୁସ୍ଖଳନ କାରଣରୁ ଅନେକ ସ୍ଥାନରେ ରାସ୍ତା ବନ୍ଦ ରହିଛି । ମହାରାଷ୍ଟ୍ରର ଅନେକ ଜିଲ୍ଲାରୁ ଏଭଳି ଖବର ସାମ୍ନାକୁ ଆସିଛି ।

ଗୁଜୁରାଟରେ ବନ୍ୟାର ଭୟାବହ ରୂପ ଦେଖିବାକୁ ମିଳିଛି । ନବସାରୀରେ ଫୁଲୁଥିବା ନଦୀ ସବୁକିଛି ଭସାଇନେବା ଉପରେ ପହଞ୍ଚିଛି । ନଦୀରେ ଥିବା ପୋଲ ଉପର ଦେଇ ବନ୍ୟାଜଳ ପ୍ରବାହିତ ହେଉଛି । ତଳିଆ ଅଞ୍ଚଳରେ ଏହାର ପ୍ରଭାବ ପଡିଛି । ଅନେକ ଅଞ୍ଚଳପାଣି ଘେରରେ ରହିଛି । କିଛି ଘରର ତଳମହଲା ସମ୍ପୂର୍ଣ୍ଣ ବୁଡିଯାଇଛି ।

ମଧ୍ୟପ୍ରଦେଶର ସ୍ଥିତି ମଧ୍ୟ ଗମ୍ଭୀର ରହିଛି । ପ୍ରବଳ ବର୍ଷା କାରଣରୁ ବନ୍ୟା ସ୍ଥିତି ଉପୁଜିଛି । କେଉଁଠି ପୋଲ ଭୁଷୁଡିପଡିଛି ତ ଆଉ କେଉଁଠି ଲୋକେ ଭାସିଯାଇଛନ୍ତି । ଅନେକ ତଳିଆ ଅଞ୍ଚଳରେ ପାଣି ପଶିଯାଇଛି । ନାଗପୁର ରାଜପଥ ପାଣିରେ ବୁଡିଯିବା କାରଣରୁ ଦୀର୍ଘ ଘଣ୍ଟା ଯାଏଁ ଜାତାୟତ ବାଧାପ୍ରାପ୍ତ ହୋଇଛି ।

Assam Flood: ଚାଷ ଜମିରେ ବ୍ୟାପକ କ୍ଷତି, 42 ଲକ୍ଷ ବାସହରା

ଆସାମରେ ଜଳ ପ୍ରଳୟ, ପରିସ୍ଥିତି ଉପରେ ପ୍ରଧାନମନ୍ତ୍ରୀଙ୍କ ନଜର