News

ଦେଶର ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ଖାଦ୍ୟ ଶସ୍ୟ ଅଛି

ଦେଶର ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ଖାଦ୍ୟ ଶସ୍ୟ ଅଛି l ଭାରତ ସରକାର ନିୟମିତ ମୂଲ୍ୟ ନିୟନ୍ତ୍ରଣ ତଦାରଖ କରୁଛନ୍ତି l ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏସଏଫଏ)ର ଆବଶ୍ୟକତା, ଏହାର ଅନ୍ୟାନ୍ୟ କଲ୍ୟାଣକାରୀ କାର୍ଯ୍ୟକ୍ରମ ତଥା ପିଏମ୍‌ଜିକେୱାଇ ଅଧୀନରେ ଅତିରିକ୍ତ ଆବଂଟନ ପାଇଁ ଭାରତ ସରକାରଙ୍କ ନିକଟରେ ଯଥେଷ୍ଟ ଖାଦ୍ୟଶସ୍ୟ ମହଜୁଦ ରହିଛି ।

18 December, 2022 2:44 PM IST By: Tanushree Mahapatra

ଦେଶର ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ଖାଦ୍ୟ ଶସ୍ୟ ଅଛି l ଭାରତ ସରକାର ନିୟମିତ ମୂଲ୍ୟ ନିୟନ୍ତ୍ରଣ ତଦାରଖ କରୁଛନ୍ତି l ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NSFA) ର ଆବଶ୍ୟକତା, ଏହାର ଅନ୍ୟାନ୍ୟ କଲ୍ୟାଣକାରୀ କାର୍ଯ୍ୟକ୍ରମ ତଥା ପିଏମ୍‌ଜିକେୱାଇ ଅଧୀନରେ ଅତିରିକ୍ତ ଆବଂଟନ ପାଇଁ ଭାରତ ସରକାରଙ୍କ ନିକଟରେ ଯଥେଷ୍ଟ ଖାଦ୍ୟଶସ୍ୟ ମହଜୁଦ ରହିଛି । ଜାନୁୟାରୀ ପହିଲା ୨୦୨୩ ସୁଦ୍ଧା ବଳକା ଖାଦ୍ୟଶସ୍ୟ ମାନଦଣ୍ଡ ଅନୁଯାୟୀ ୧୩୮ଏଲଏମଟି ଗହମ ଓ ୭୬ଏଲ୍‌ଏମ୍‌ଟି ଚାଉଳର ଆବଶ୍ୟକତା ରହିଥିବାବେଳେ ଏହି ସମୟ ସୁଦ୍ଧା ୧୫୯ଏଲଏମ୍‌ଟି ଗହମ ଓ ୧୦୪ ଚାଉଳ ଉପଲବ୍ଧ ହେବ ।

୧୫. ୧୨. ୨୦୨୨ ସୁଦ୍ଧା ପ୍ରାୟ ୧୮୦ ଏଲଏମ୍‌ଟି ଗହମ ଓ ୧୧୧ ଏଲ୍‌ଏମଟି ଚାଉଳ କେନ୍ଦ୍ରୀୟ ପୁଲରେ ଉପଲବ୍ଧ ରହିଛି ।

 ବଳକା ସାମଗ୍ରୀ ମହଜୁଦ ମାନଦଣ୍ଡ ବର୍ଷର ଏପ୍ରିଲ ପହିଲା, ଜୁଲାଇ ପହିଲା, ଅକ୍ଟୋବର ଓ ଜାନୁୟାରୀ ପହିଲାକୁ ଧାର୍ଯ୍ୟ କରାଯାଇଥାଏ । କେନ୍ଦ୍ରୀୟ ପୁଲରେ ଗହମ ଓ ଚାଉଳ ମହଜୁଦ ପରିମାଣ ସବୁବେଳେ ମହଜୁଦ ମାନଦଣ୍ଡଠାରୁ ଊର୍ଦ୍ଧ୍ୱରେ ରହିଛି । ଅକ୍ଟୋବର ପହିଲା ୨୦୨୨ ସୁଦ୍ଧା ପ୍ରାୟ ୨୨୭ଏଲଏମ୍‌ଟି ଗହମ ଓ ୨୦୫ ଏଲଏମଟି ଚାଉଳ ମହଜୁଦ ଥିବାବେଳେ ଏହାର ମହଜୁଦ ସୀମା ସେହି ସମୟ ସୁଦ୍ଧା ହେଉଛି ଯଥାକ୍ରମେ ୨୦୫ଏଲଏମଟି ଗହମ ଓ ୧୦୩ ଏଲଏମଟି ଚାଉଳ । ଜାନୁୟାରୀ ପହିଲା ୨୦୨୩ ସୁଦ୍ଧା ମହଜୁଦ ସୀମାଠାରୁ ଅଧିକ ଖାଦ୍ୟଶସ୍ୟ ଉପଲବ୍ଧ ହେବ ।

ଗତବର୍ଷ କମ୍ ଉତ୍ପାଦନ ଓ ଚାଷୀମାନେ ନ୍ୟୁନତମ ସହାୟକ ମୂଲ୍ୟରୁ ଅଧିକ ଦରରେ ଭୂରାଜନୈତିକ ପରିସ୍ଥିତି ଯୋଗୁଁ ଗହମ ବିକ୍ରି କରିଥିଲେ ମଧ୍ୟ ଦେଶରେ ଆଗାମୀ ଗହମ ଉତ୍ପାଦନ ପର୍ଯ୍ୟନ୍ତ କେନ୍ଦ୍ରୀୟ ପୁଲରେ ଦେଶର ଆବଶ୍ୟକତା ମେଣ୍ଟାଇବା ନିମନ୍ତେ ଯଥେଷ୍ଟ ଗହମ ମହଜୁଦ ରହିଛି ।

ଏହାଛଡା ଏନ୍‌ଏଫଏସ୍‌ଏ ଓ ପିଏମଜିକେଏୱାଇ ଅଧୀନରେ ହେଉଥିବା ଆବଣ୍ଟନ ଚାଉଳ ପାଇଁ ସଂଶୋଧନ କରାଯାଇଛି । କାରଣ ବିଭିନ୍ନ କଲ୍ୟାଣମୂଳକ ଯୋଜନା ବାବଦକୁ କେନ୍ଦ୍ରୀୟ ପୁଲରେ ଯଥେଷ୍ଟ ଗହମ ଉପଲବ୍ଧ ରହିଛି ।

ଭାରତ ସରକାର ଚଳିତବର୍ଷ ଗହମର ନୂନତମ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୧୨୫ ଟଙ୍କାକୁ ବୃଦ୍ଧି କରିଛନ୍ତି। ୨୦୨୨-୨୩ ରବି ବଜାର ଋତୁ (ଆରଏମ୍‌ଏସ୍‌)ରେ ଏହା କ୍ୱିଣ୍ଟାଲ ପିଛା ୨୦୧୫ ଟଙ୍କା ଥିଲା । କ୍ୱିଣ୍ଟାଲ ପିଛା ୧୧୦ଟଙ୍କା ବୃଦ୍ଧି ସହ ଉତ୍ତମ ପାଣିପାଗ ଯୋଗୁଁ ଆଗାମୀ ଋତୁରେ ଗହମ ଉତ୍ପାଦନ ଓ ସଂଗ୍ରହ ସ୍ୱାଭାବିକ ହେବା ଆଶା କରାଯାଉଛି । ଗହମ ସଂଗ୍ରହ ଆସନ୍ତାବର୍ଷ ଏପ୍ରିଲରୁ ଆରମ୍ଭ ହେବାକୁ ଥିବାବେଳେ, ଗତଥର ତୁଳନାରେ ଏଥର ଅଧିକ ଜମିରେ ଗହମ ଚାଷ ହୋଇଥିବା ଜଣାପଡିଛି ।

ଦେଶବ୍ୟାପୀ ବିଭିନ୍ନ କଲ୍ୟାଣକାରୀ ଯୋଜନା ନିମନ୍ତେ କେନ୍ଦ୍ରୀୟ ପୁଲରେ ଯଥେଷ୍ଟ ଖାଦ୍ୟଶସ୍ୟ ଥିବା ତଥା ଦର ନିୟନ୍ତ୍ରଣରେ ରଖିବା ବିଷୟକୁ ଭାରତ ସରକାର ସବୁବେଳେ ସୁନିଶ୍ଚିତ କରି ଆସୁଛନ୍ତି ।

କଳା ଚାଉଳ ଖାଇଲେ ହେବନି ଡାଏବେଟିସ, ଦୂରେଇବ କ୍ୟାନସର

ଡାଲି ଜାତୀୟ ଫସଲ ନିମନ୍ତେ କେନ୍ଦ୍ରର ସହାୟତା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)