News

ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାରେ ଚାକିରୀ ପାଇଁ ଆଜି ହିଁ କରନ୍ତୁ ଆବେଦନ

ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥା (Indian Council of Agricultural Research) ଚାକିରୀ ପାଇଁ (Job apply)ଇଛୁକ ପ୍ରାର୍ଥୀ ଅଫିସିଆଲ ୱେବ୍‌ସାଇଟ୍‌ iari.res.in କୁ ଯାଇ ଆବେଦନ କରିପାରିବେ |

22 May, 2022 2:28 PM IST By: Rajashree

କୃଷି ଅଧିକାରୀ ଭାବେ ଚାକିରୀ କରିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଏହି ସୁବର୍ଣ୍ଣ ସୁଯୋଗ ଆଣିଦେଉଛି ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥା (Indian Council of Agricultural Research) | ସଂସ୍ଥା ତରଫରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି | ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥା (ICAR) ବିଜ୍ଞପ୍ତି ମୁତାବକ, ସଂସ୍ଥାରେ ଆସିଷ୍ଟାଣ୍ଟ ପଦ ପାଇଁ ନିଯୁକ୍ତି କରାଯିବ । ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକିୟା ଆରମ୍ଭ ହୋଇସାରିଲାଣି। ଏହି ନିଯୁକ୍ତି ପ୍ରକ୍ରିୟା ଜୁନ୍‌ ୧ ଯାଏଁ ଚାଲିବ। ଜୁନ୍‌ ୧ ପରେ ପ୍ରାର୍ଥୀ ଆଉ ଆବେଦନ କରିପାରିବେ ନାହିଁ।

ମୋଟ୍‌ ୪୬୨ ପଦ ପୂରଣ ପାଇଁ ଥିବା ଏହି ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଛି | ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥା (Indian Council of Agricultural Research) ଚାକିରୀ ପାଇଁ (Job apply)ଇଛୁକ ପ୍ରାର୍ଥୀ ଅଫିସିଆଲ ୱେବ୍‌ସାଇଟ୍‌ iari.res.in କୁ ଯାଇ ଆବେଦନ କରିପାରିବେ | ଏହି ପଦ ପାଇଁ ଆବେଦନ କରିବା ଲାଗି ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏଟ୍‌ ହୋଇଥିବା ଆବଶ୍ୟକ | ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ୩୦ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ। ସଂରକ୍ଷିତ ବର୍ଗଙ୍କ ବୟସ ସରକାରୀ ମାନଦଣ୍ଡ ଅନୁସାରେ କୋହଳ କରାଯିବ | ପ୍ରାର୍ଥୀ ଚୟନ ପ୍ରାରମ୍ଭିକ ପରୀକ୍ଷା, ମୁଖ୍ୟ ପରୀକ୍ଷା ଓ ସ୍କିଲ୍‌ ଟେଷ୍ଟ ଆଧାରରେ ହେବ | ଏହି ପଦ ପାଇଁ ଆବେଦନ କରୁଥିବା ସାଧାରଣ ବର୍ଗ ଓ ଓବିସି ବର୍ଗର ପିଲାଙ୍କୁ ୧୨୦୦ ଟଙ୍କାର ଶୁଳ୍କ ଜମା କରିବାକୁ ପଡ଼ିବ। ସେହିପରି ଏସ୍‌ସି ଓ ଏସ୍‌ଟି ବର୍ଗର ଆଶାୟୀ ପ୍ରାର୍ଥୀଙ୍କୁ ୫୦୦ ଟଙ୍କାର ଆବେଦନ ଶୁଳ୍କ ଦେବାକୁ ପଡ଼ିବ |

କେମିତି କରିବେ ଆବେଦନ:

ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ପ୍ରଥମେ ଅଫିସିଆଲ ୱେବ୍‌ସାଇଟ୍‌ iari.res.in କୁ ଯିବାକୁ ପଡ଼ିବ।
ଏହା ପରେ ହୋମ୍‌ ପେଜ୍‌ରେ ଦିଆଯାଇଥିବା online application portal କୁ ଯାଆନ୍ତୁ।
ଏବେ ଆବଶ୍ୟକ ଦସ୍ତାବିଜ୍‌ ଅପଲୋଡ୍‌ କରନ୍ତୁ।

ଏହା ପରେ ଆବେଦନ ଶୁଳ୍କ ଭରନ୍ତୁ ଓ ସବ୍‌ମିଟ୍‌ କରନ୍ତୁ।
ଶେଷରେ ଫର୍ମ ସବ୍‌ମିଟ୍‌ କରି ଦିଅନ୍ତୁ ଓ ଏହାର ପ୍ରିଣ୍ଟ ଆଉଟ୍‌ ବାହାର କରି ନିଅନ୍ତୁ।

ସରକାରୀ ଚାକିରୀ ପାଇଁ ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

ବିନା ପରୀକ୍ଷାରେ ଚାକିରୀ; ESICରେ ଖାଲିପଡିଛି ପଦବୀ,ଶୀଘ୍ର କରନ୍ତୁ ଆବେଦନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)