News

କଣ ଚାଷ କରିବେ ଏଇ ସପ୍ତାହ ରେ (୨ ମାର୍ଚ୍ଚ ରୁ ୬ ମାର୍ଚ୍ଚ )

କଣ ଚାଷ କରିବେ ଏଇ ସପ୍ତାହ ରେ (୨ ମାର୍ଚ୍ଚ ରୁ ୬ ମାର୍ଚ୍ଚ ) ପ୍ରତି ସପ୍ତାହ ରେ ଭାରତ ର ପାଣିପାଗ ବିଭାଗ ଦେଇଥାନ୍ତି ପାଣିପାଗ ଅନୁଯାୟୀ ଚାଷ ର ସୂଚନା ,କଣ ଲାଗିବ ପୋକ ଏବଂ କିପରି କରିବେ ଉପଚାର | ଏହି ସୂଚନା କେବଳ ୭ ମାର୍ଚ୍ଚ ଯାଏ କାର୍ଯ୍ୟକାରୀ ଅଟେ |

02 March, 2019 3:46 PM IST By: KJ Staff


ପ୍ରତି ସପ୍ତାହ ରେ ଭାରତ ର ପାଣିପାଗ ବିଭାଗ ଦେଇଥାନ୍ତି ପାଣିପାଗ ଅନୁଯାୟୀ ଚାଷ ର ସୂଚନା ,କଣ ଲାଗିବ ପୋକ ଏବଂ କିପରି କରିବେ ଉପଚାର |
ଏହି ସୂଚନା କେବଳ ୭ ମାର୍ଚ୍ଚ ଯାଏ କାର୍ଯ୍ୟକାରୀ ଅଟେ |

ଜିଲ୍ଲା :ଝାରସୁଗୁଡା ,ସାମ୍ବାଳୁପୁର ,ସୁନ୍ଦରଗଡ ,ଦେଓଗଡ

ଉପରୁକ୍ତ ଜିଲ୍ଲା ର ଚାଷୀ ଭାଇ ମାନଙ୍କ ଲାଗି କଣ ଅଛି ଚାଷ ର ସୂଚନା ,ଜାଣିବା ଲାଗି ଆଗକୁ ପଢନ୍ତୁ |

ରବି ଧାନ : ରୁଆ ଧାନ ରେ ,ରୋଇବା ର ୩ ଦିନପରେ ଏକର ପିଚା ୧୬ କି.ଗ୍ରା ଯବକ୍ଷାରଜାନ ପ୍ରୟୋଗ କରନ୍ତୁ |

ଯଦି ବହୁ ଆଗରୁ ରୋଇ ସାରିଥିବେ ତେବେ ଫୁଲ ଧରିବା ର ୧୫ ଦିନ ପୂର୍ବରୁ ଏକର ପିଚା ୮ କି.ଗ୍ରା ଯବକ୍ଷାରଜାନ ପ୍ରୟୋଗ କରନ୍ତୁ |

 

ଶ୍ରୀ ଧାନ :

ଏହି ପ୍ରଣାଳୀ ରେ ଗଛ କୁ ଗଛ ଏବଂ ଧାଡି କୁ ଧାଡି ୨୫ ସେ.ମି ର ବ୍ୟବଧାନ ରେ କେବଳ ଗୋଟେ ତଳି ରୁଅନ୍ତୁ | କୋନୋ ୱେଡ଼ର ଦ୍ୱାରା ଘାସ ନିୟନ୍ତ୍ରଣ କରନ୍ତୁ |ଏହା ଲାଗି ପ୍ରଥମେ ଜମି ରେ ପାଣି ମଡ଼ାଇ ଗୋଟେ ଦିନ ରଖନ୍ତୁ ଏବଂ ତା ପରା ଦିନ ପାଣି କାଟିଲା ପରେ ହିଁ ୱେଡ଼ର ଚାଲନ୍ତୁ |

ଗହମ : ୮ ସପ୍ତାହ ବୟସ ର ଗଛ ରେ ୮ କି.ଗ୍ରା ର ଯବକ୍ଷାରଜାନ ପ୍ରୟୋଗ କରନ୍ତୁ |

ଡାଲି ଜାତିଆ ଫସଲ :

-ଗତ ସପ୍ତାହ ରେ ହୋଇଥିବା ବର୍ଷା ହେତୁ ଏହି ସପ୍ତାହ ରେ ଜମି ହଳ କରିବାର ଏହା ପ୍ରକୃଷ୍ଟ ସମୟ |

-ମଞ୍ଜି ଏକର ପିଚା ୧୦ କି,ଗ୍ରା ଲାଗିଲା ବେଳେ ୨୫-୩୦ ସେ.ମି ଧାଡି କୁ ଧାଡି ଏବଂ ୧୦ ସେ.ମି ମଞ୍ଜି କୁ ମଞ୍ଜି ର ବ୍ୟବଧାନ ରକ୍ଷା କରନ୍ତୁ |

-ରିଜୋବିଏମ ୨୦ ଗ୍ରାମ ପ୍ରତି କି.ଗ୍ରା ମଞ୍ଜି ରେ ମିଶାଇ ବିଶୋଧାନା କରନ୍ତୁ |

-୮:୧୬:୮ ମାତ୍ର ରେ ଯବକ୍ଷାରଜାନ ,ଫସଫରସ ଏବଂ ପଟାସ ପ୍ରୟୋଗ କରନ୍ତୁ |

-ମଞ୍ଜି ବୁଣା ସାରିଥିଲେ ଜଳସେଚନ ର ବ୍ୟବସ୍ତା ଆରମ୍ଭ କରନ୍ତୁ |

 

ପନି ପରିବା

ଲଙ୍କା :ଊଂକୁଣିଆ ପୋକ ନିୟନ୍ତ୍ରଣ ଲାଗି ଡାଇମେଥୋଏଟ ୨ ମିଲି ପ୍ରତି ଲିଟର ପନି ରେ ମିଶାଇ ପ୍ରୟୋଗ କରନ୍ତୁ |

ପିଆଜ ପତ୍ର ହଳଦିଆ ହୋଇଗଲେ ପିଆଜ ଅମଳ କରନ୍ତୁ |

ସୂର୍ଯ୍ୟମୁଖୀ ମଞ୍ଜି ଲଗାଇବାର ୫ ଦିନ ପରେ ୬କି.ଗ୍ରା ଯବକ୍ଷାରଜାନ ପ୍ରୟୋଗ କରନ୍ତୁ |

 

ରାଶି :ଉତ୍ତମ କିସମ କନକ ,ବିନାୟକ ଆଳିକ ଇତ୍ୟାଦି ଚାଷ କରନ୍ତୁ | ବୁଣିବା ଲାଗି ଏକର ପିଚା ୪ କି.ଗ୍ରା ମଞ୍ଜି ଆବଶ୍ୟକ ହୋଇଥାଏ | ୨-୩ ସପ୍ତାହ ହୋଇଥିବା ଅବସ୍ଥା ଏ ଏକର ପ୍ରତି ୬ କି.ଗ୍ରା ଯବକ୍ଷାରଜାନ ର ଆବଶ୍ୟକ ହୋଇଥାଏ |

ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲା :


ଧାନ :
-ତାପମାତ୍ରା ବୃଦ୍ଧି ହେତୁ କାଣ୍ଡ ବିନ୍ଧ ପୋକ ଲାଗିବାର ସମ୍ଭାବନା ରହିଛି |ତେବେ ଏହା ଲାଗି ଫେରମୋନ ଜନତା ବ୍ୟବହାର କରନ୍ତୁ |
-ପୋକ ମାତ୍ର ଅଧିକ ହେଲେ ୧ ଲିଟର ପନି ରେ ୨ ମି.ଲି ଫିପ୍ରଣିଲ ମିଶାଇ ସିଞ୍ଚନ କରନ୍ତୁ|

-ଘାସ ନିୟନ୍ତ୍ରଣ ଲାଗି ପେନୋକ୍ସଉଲାମ ୨୦ ଗ୍ରାମ ଏ.ଆଇ ପ୍ରତି ହେକ୍ଟର ପିଚା ପ୍ରୟୋଗ କରନ୍ତୁ |


ମୁଗ ବିରି
-ଅଧିକ ଅମଳକ୍ଷମ କିସମ ଚାଷ କରନ୍ତୁ |
-ଏକର ପିଛା ୧୦ କି.ଗ୍ରା ମଞ୍ଜି ର ପ୍ରୟୋଗ କରନ୍ତୁ |ମଞ୍ଜି ବୁଣିବା ଆଗରୁ ପ୍ରଥମେ ଗ୍ରାମ ଥିରାମ ଏବଂ୧.୫ ଗ୍ରାମ କାରବେନ୍ଦଜିମ ସହ ବିଶୋଧାନା କରି ୭ ଦିନ ପରେ ରିଜୋବିଏମ ମିଶାନ୍ତୁ |
-ମଞ୍ଜି କୁ ୨୫ ସେ.ମି ବ୍ୟବଧାନରେ ଲଗାନ୍ତୁ ଏବଂ ୯୦% ମଞ୍ଜି ପାକଳ ହେଲେ ଅମଳ କରନ୍ତୁ |
-ଅମଳ ର ୨-୩ ଦିନ ପଶ୍ଚ୍ୟତ ଏହାକୁ ଖରା ରେ ଶୁଖାଇବା ଆବଶ୍ୟକ |

ପନି ପରିବା :
ଧଳା ମାଛି ର ପାଦୃଭାଵ ଦେଖିବାକୁ ମିଳିପାରେ ତେଣୁ ୫ ମି.ଲି ଇମିଡାକ୍ଳପ୍ରିଡ଼ ୧୦ ଲିଟର ପନି ରେ ମିଶାଇ ପ୍ରୟୋଗ କରନ୍ତୁ |

ଝାଉଁଳା ରୋଗ ଦେଖିଲେ :
ଆକ୍ରାନ୍ତ ଗଛ ଉପାଡି ଜାଳି ଦିଅନ୍ତୁ |
ଜମି ରୁ ଜଳ ନିଷ୍କାସନ ବ୍ୟବସ୍ତା କରନ୍ତୁ |
ଅଧିକ ଯବକ୍ଷାରଜାନ ପ୍ରୟୋଗ କରନ୍ତୁ ନାହିଁ |
ଟେବୁକୋନାଜୋଲ ୨୦୦ ମି ପ୍ରତି ଏକର ସହ ସ୍ଟ୍ରେପଟୋସାଇକ୍ଲିନ ୨୦ ଗ୍ରାମ ପ୍ରତି ଏକର ମିଶାଇ ପ୍ରୟୋଗ କରନ୍ତୁ |

 


ଅନ୍ୟ ଜିଲ୍ଲା ଲାଗି ଫୋରକାଷ୍ଟ ଷୋମବାର ପ୍ରକାଶିତ ହେବ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)