News

କାର ଦୁର୍ଘଟଣାରେ ଟାଟା ସନ୍ସ ପୂର୍ବତନ ଚେୟାରମ୍ୟାନ ସାଇରସ ମିସ୍ତ୍ରୀଙ୍କ ପରଲୋକ

ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ସାଇରସ ମିସ୍ତ୍ରୀଙ୍କ ଦୁର୍ଘଟଣାରେ ପରଲୋକ । ମୁମ୍ବାଇ ନିକଟସ୍ଥ ପାଲଘରରେ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି ସାଇରସ ମିସ୍ତ୍ରୀ

04 September, 2022 5:43 PM IST By: Shuvanshu Kar

ଟାଟା ସନ୍(Tata Sons)ସର ପୂର୍ବତନ ଚେୟାରମ୍ୟାନ ସାଇରସ ମିସ୍ତ୍ରୀ(Cyrus Mistry)ଙ୍କ ଦୁର୍ଘଟଣାରେ ପରଲୋକ । ମୁମ୍ବାଇ ନିକଟସ୍ଥ ପାଲଘରରେ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି ସାଇରସ ମିସ୍ତ୍ରୀ(Cyrus Mistry) । ସୂଚନା ଅନୁଯାୟୀ, ସାଇରସ ମିସ୍ତ୍ରୀଙ୍କ ସହିତ ଆଉ 4 ଜଣ ପାଲଘର ଯାଉଥିବା ସମୟରେ ଏହି ଦୁର୍ଘଟଣା(accident) ଘଟିଥିଲା । ମିସ୍ତ୍ରୀଙ୍କ ମୃତ୍ୟୁ ନେଇ ତାଙ୍କ କମ୍ପାନୀ ନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି ।

ଦୁର୍ଘଟଣା ସମ୍ପର୍କରେ ପୋଲିସ ସୂଚନା ଦେଇଛି ଯେ ସାଇରସ ମିସ୍ତ୍ରୀଙ୍କ କାର ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏକ ଡିଭାଇଡର ସହିତ ପିଟିହୋଇଯାଇଥିଲା । ମିସ୍ତ୍ରୀ ମରସିଡିଜ କାରରେ ଅହମଦାବାଦରୁ ମୁମ୍ବାଇ ଆସୁଥିଲେ । ଦୁର୍ଘଟଣା ସୂର୍ଯ୍ୟା ନଦୀ ବ୍ରିଜ ଉପରେ ହୋଇଛି ।

ସାଇରସ ମିସ୍ତ୍ରୀଙ୍କ ସହିତ କାରରେ ଜହାଙ୍ଗୀର ଦିନେଶ ପଣ୍ଡୋଲ, ଅନାହିତା ପଣ୍ଡୋଲ, ଡେରିୟସ ପଣ୍ଡୋଲ ଯାତ୍ରା କରୁଥିଲେ । ଏମାନଙ୍କ ମଧ୍ୟରୁ ସାଇରସ ମିସ୍ତ୍ରୀ ଓ ଜହାଙ୍ଗର ପଣ୍ଡୋଲଙ୍କ ନିଧନ ହୋଇଯାଇଛି । ଅନ୍ୟ 2 ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

2006ରେ ପାଲୋନଜୀ ମିସ୍ତ୍ରୀଙ୍କର ସବୁଠୁ ସାନ ପୁଅ ସାଇରସ ମିସ୍ତ୍ରୀ ଟାଟା ସନ୍ସ ସହ ଯୋଡି ହୋଇଥିଲେ । ଏହାପରେ ଡିସେମ୍ବର 2012ରେ ରତନ ଟାଟାଙ୍କ ସ୍ଥାନରେ ସାଇରସଙ୍କୁ ଟାଟା ସନ୍ସ ଚେୟାରମ୍ୟାନ ନିଯୁକ୍ତ କରାଯାଇଥିଲା । 4 ବର୍ଷ ପରେ 2016ରେ ତାଙ୍କୁ ପଦରୁ ହଟାଇ ଦିଆଯାଇଥିଲା ।

ଘାଟିକୁ ଓଲଟିଲା ବସ, 16 ମୃତ

ନର୍ମଦା ନଦୀକୁ ଖସିଲା ବସ, 13 ମୃତ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)