News

ଦେଶରେ ରେକର୍ଡ ୩୧୫.୭୨ ମିଲିୟନ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନର ଅଟକଳ

ଦେଶରେ ରେକର୍ଡ ୩୧୫.୭୨ ମିଲିୟନ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ହେବାର ଅଟକଳ କରା ଯାଇଛି, ଯାହା ୨୦୨୦ - ୨୧ ବର୍ଷରେ ଉତ୍ପାଦିତ ହୋଇଥିବା ଖାଦ୍ୟଶସ୍ୟ ତୁଳନାରେ ୪.୯୮ ମିଲିୟନ୍ ଟନ୍ ଅଧିକ ଅଟେ ।

20 August, 2022 12:20 PM IST By: Shuvanshu Kar

କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଦ୍ୱାରା ୨୦୨୧ -୨୨ ବର୍ଷ ନିମନ୍ତେ ପ୍ରମୁଖ ଫସଲ(major agriculture crops) ଗୁଡିକର ଚତୁର୍ଥ ଅଗ୍ରୀମ ଅଟକଳ(Fourth advance estimates) ଜାରି କରା ଯାଇଛି । ଦେଶରେ ରେକର୍ଡ ୩୧୫.୭୨ ମିଲିୟନ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ହେବାର ଅଟକଳ କରା ଯାଇଛି, ଯାହା ୨୦୨୦ - ୨୧ ବର୍ଷରେ ଉତ୍ପାଦିତ ହୋଇଥିବା ଖାଦ୍ୟଶସ୍ୟ ତୁଳନାରେ ୪.୯୮ ମିଲିୟନ୍ ଟନ୍ ଅଧିକ ଅଟେ । ଚାଉଳ, ମକା, ଚଣା, ଡାଲି ଜାତୀୟ ଶସ୍ୟ, ଧଳା ସୋରିଷ (ରେପ ସିଡ୍‌) ଏବଂ କଳା ସୋରିଷ, ତୈଳ ବୀଜ ଏବଂ ଆଖୁ ରେକର୍ଡ ପରିମାଣର ଉତ୍ପାଦିତ ହେବା ଅଟକଳ କରା ଯାଇଛି ।

କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ, ଏହି ରେକର୍ଡ ଉତ୍ପାଦନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସକ୍ଷମ ନେତୃତ୍ୱରେ କେନ୍ଦ୍ର ସରକାରଙ୍କର କୃଷକ - ଅନୁକୂଳ ନୀତି ନିୟମ ତଥା କଠିନ ପରିଶ୍ରମୀ କୃଷକ ଓ ଉଦ୍ୟମୀ ବୈଜ୍ଞାନିକ ମାନଙ୍କର ଅଧିକ ପରିଶ୍ରମର ଫଳ ଅଟେ ।

ଚତୁର୍ଥ ଅଗ୍ରୀମ ଅଟକଳ ଅନୁସାରେ, ୨୦୨୧ - ୨୨ ବର୍ଷରେ ପ୍ରମୁଖ ଫସଲ ଗୁଡିକର ଆକଳନ କରା ଯାଇଥିବା ଉତ୍ପାଦନ ଏହି ପ୍ରକାରର ଅଟେ । ଖାଦ୍ୟଶସ୍ୟ ୩୧୫.୭୨ ମିଲିୟନ୍ ଟନ୍‌, ଚାଉଳ ୧୩୦.୨୯ ମିଲିୟନ୍ ଟନ୍ (ରେକର୍ଡ ଉତ୍ପାଦନ), ଗହମ ୧୦୬.୮୪ ମିଲିୟନ୍ ଟନ୍‌, ପୁଷ୍ଟିକର ଖାଦ୍ୟଶସ୍ୟ/ ମୋଟା ବା ଖଦଡ଼ା ଖାଦ୍ୟଶସ୍ୟ ୫୦.୯୦ ମିଲିୟନ୍ ଟନ୍‌, ମକା ୩୩.୬୨ ମିଲିୟନ୍ ଟନ୍ (ରେକର୍ଡ ଉତ୍ପାଦନ), ଡାଲି ଜାତୀୟ ଫସଲ ୨୭.୬୯ ମିଲିୟନ୍ ଟନ୍ (ରେକର୍ଡ ଉତ୍ପାଦନ), ହରଡ଼ ଡାଲି ୪.୩୪ ମିଲିୟନ୍ ଟନ୍‌, ବିରି ୧୩.୭୫ ମିଲିୟନ୍ ଟନ୍ (ରେକର୍ଡ ଉତ୍ପାଦନ), ତୈଳ ବୀଜ ୩୭.୭୦ ମିଲିୟନ୍ ଟନ୍‌, ଚିନାବାଦାମ ୧୦.୧୧ ମିଲିୟନ୍ ଟନ୍‌, ସୋୟାବିନ୍ ୧୨.୯୯ ମିଲିୟନ୍ ଟନ୍‌, ଧଳା ଏବଂ କଳା ସୋରିଷ ୧୧.୭୫ ମିଲିୟନ୍ ଟନ୍ (ରେକର୍ଡ ଉତ୍ପାଦନ), ଆଖୁ ୪୩୧.୮୧ ମିଲିୟନ୍ ଟନ୍ (ରେକର୍ଡ ଉତ୍ପାଦନ), କପା ୩୧.୨୦ ମିଲିୟନ୍ ଟନ୍ ଗାଣ୍ଠି (ପ୍ରତ୍ୟେକ ଗାଣ୍ଠିର ଓଜନ ୧୭୦ କିଲୋଗ୍ରାମ୍‌), ଝୋଟ ଏବଂ ମେସ୍ତା ୧୦.୩୨ ମିଲିୟନ୍ ଟନ୍ ଗାଣ୍ଠି (ପ୍ରତ୍ୟେକ ଗାଣ୍ଠିର ଓଜନ ୧୮୦ କିଲୋଗ୍ରାମ୍‌) ।

୨୦୨୧ -୨୨ ବର୍ଷରେ ଚାଉଳ ଉତ୍ପାଦନର ମୋଟ ଅଟକଳ ରେକର୍ଡ ୧୩୦.୨୯ ମିଲିୟନ୍ ଟନ୍ କରା ଯାଇଛି । ଏହା ଗତ ପାଂଚ ବର୍ଷ ମଧ୍ୟରେ ହାରାହାରି ଉତ୍ପାଦନ ୧୧୬. ୪୪ ମିଲିୟନ୍ ଟନ୍‌ରୁ ୧୩.୮୫ ମିଲିୟନ୍ ଟନ୍ ଅଧିକ ଅଟେ ।

୨୦୨୧ -୨୨ ସମୟରେ ଗହମର ମୋଟ ଉତ୍ପାଦନ ୧୦୬.୮୪ ମିଲିୟନ୍ ଟନ୍ ହେବା ଅଟକଳ କରା ଯାଇଛି । ଏହା ଗତ ପାଂଚ ବର୍ଷ ମଧ୍ୟରେ ଉତ୍ପାଦିତ ହୋଇଥିବା ହାରାହାରି ୧୦୩.୮୮ ମିଲିୟନ୍ ଟନ୍‌ରୁ ୨.୯୬ ମିଲିୟନ୍ ଟନ୍ ଅଧିକ ଅଟେ ।

ପୁଷ୍ଟିକର ଖାଦ୍ୟଶସ୍ୟ / ମୋଟା ବା ଖଦଡ଼ା ଖାଦ୍ୟଶସ୍ୟର ମୋଟ ଉତ୍ପାଦନ ୫୦.୯୦ ମିଲିୟନ୍ ଟନ୍ ହେବ ବୋଲି ଅଟକଳ କରା ଯାଇଛି । ଏହା ଗତ ପାଂଚ ବର୍ଷ ସମୟ ମଧ୍ୟରେ ହୋଇଥିବା ହାରାହାରି ଉତ୍ପାଦନ ୪୬.୫୭ ମିଲିୟନ୍ ଟନ୍‌ରୁ ୪.୩୨ ମିଲିୟନ୍ ଟନ୍ ଅଧିକ ଅଟେ ।

୨୦୨୧ - ୨୨ ବର୍ଷରେ ମୋଟ ଡାଲି ଜାତୀୟ ଶସ୍ୟର ଉତ୍ପାଦନ ରେକର୍ଡ ପରିମାଣ ୨୭.୬୯ ମିଲିୟନ୍ ଟନ୍ ହେବାର ଅଟକଳ କରା ଯାଇଛି । ଏହା ଗତ ପାଂଚ ବର୍ଷ ସମୟ ମଧ୍ୟରେ ହୋଇଥିବା ହାରାହାରି ଉତ୍ପାଦନ ୨୩.୮୨ ମିଲିୟନ୍ ଟନ୍‌ରୁ ୩.୮୭ ମିଲିୟନ୍ ଟନ୍ ଅଧିକ ଅଟେ ।

୨୦୨୧ - ୨୨ ସମୟରେ ତୈଳ ବୀଜର ମୋଟ ଉତ୍ପାଦନ ରେକର୍ଡ ୩୭.୭୦ ମିଲିୟନ୍ ଟନ୍ ହେବା ନେଇ ଅଟକଳ କରା ଯାଇଛି । ଏହା ଗତ ପାଂଚ ବର୍ଷ ସମୟ ମଧ୍ୟରେ ହୋଇଥିବା ହାରାହାରି ଉତ୍ପାଦନ ୩୫.୯୫ ମିଲିୟନ୍ ଟନ୍‌ରୁ ୧.୭୫ ମିଲିୟନ୍ ଟନ୍ ଅଧିକ ଅଟେ । ପୁନଶ୍ଚ, ୨୦୨୧ - ୨୨ ସମୟରେ ତୈଳ ବୀଜର ଉତ୍ପାଦନ ହାରାହାରି ତୈଳବୀଜ ଉତ୍ପାଦନ ଠାରୁ ୫.୦୧ ମିଲିୟନ୍ ଟନ୍ ଅଧିକ ଅଟେ ।

୨୦୨୧ - ୨୨ ବର୍ଷରେ ଦେଶରେ ଆଖୁର ମୋଟ ଉତ୍ପାଦନ ରେକର୍ଡ ୪୩୧.୮୧ ମିଲିୟନ୍ ଟନ୍ ହେବାର ଅଟକଳ କରା ଯାଇଛି । ଏହା ହାରାହାରି ଉତ୍ପାଦନ ୩୭୩.୪୬ ମିଲିୟନ୍ ଟନ୍‌ରୁ ୫୮.୩୫ ମିଲିୟନ୍ ଟନ୍ ଅଧିକ ଅଟେ ।

୩୧.୨୦ ମିଲିୟନ୍ ଟନ୍ ଗାଣ୍ଠି କପା (ପ୍ରତ୍ୟେକ ଗାଣ୍ଠି ୧୭୦ କିଲୋଗ୍ରାମ୍‌), ଝୋଟ ଏବଂ ମେସ୍ତା ୧୦.୩୨ ମିଲିୟନ୍ ଟନ୍ ଗାଣ୍ଠି (ପ୍ରତ୍ୟେକର ଓଜନ ୧୮୦ କିଲୋଗ୍ରାମ୍‌) ଉତ୍ପାଦନ ହେବାର ଅଟକଳ କରା ଯାଇଛି ।

ବିଭିନ୍ନ ଫସଲ ଗୁଡିକର ଉତ୍ପାଦନର ମୂଲ୍ୟାଙ୍କନ ରାଜ୍ୟ ଗୁଡିକରୁ ପ୍ରାପ୍ତ ହୋଇଥିବା ତଥ୍ୟ ଉପରେ ଆଧାରିତ ଅଟେ । ଏହା ସହିତ ଅନ୍ୟ ଉତ୍ସରୁ ପ୍ରାପ୍ତ ସୂଚନା ଜରିଆରେ ଏହା ସମ୍ପର୍କରେ ପୁଷ୍ଟି କରା ଯାଇଅଛି । ଏହି ଭଳି ଦୁଇ ଆଧାରକୁ ନେଇ ମୂଲ୍ୟାଙ୍କନ କରା ଯାଇଛି । ୨୦୨୧ - ୨୨ ନିମନ୍ତେ ଚତୁର୍ଥ ଅଗ୍ରୀମ ଅଟକଳ ଗୁଡିକ ଅନୁସାରେ ବିଭିନ୍ନ ଫସଲ ଗୁଡିକର ଆନୁମାନିକ ଉତ୍ପାଦନ ବନାମ ୨୦୦୭ - ୦୮ ରୁ ଆଗକୁ ଉପଲବ୍ଧ ତୁଳନାତ୍ମକ ଅଟକଳ ଗୁଡିକର ସମ୍ପୂର୍ଣ୍ଣ ତଥ୍ୟ ଏଥି ସହିତ ସଂଲଗ୍ନ ହୋଇଛି ।

ସରକାରଙ୍କ ସୁଧ ରିହାତି ଘୋଷଣାରୁ କଣ ମିଳିବ ଲାଭ ? ଜାଣନ୍ତୁ...

ଅର୍ଥବ୍ୟବସ୍ଥାରେ ଅଭିବୃଦ୍ଧି, କୃଷିରେ କମାଲ, ଆତ୍ମନିର୍ଭର ସଙ୍କଳ୍ପ; 75 ବର୍ଷରେ କେଉଁଠି ଭାରତ ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)