News

ଆସୁଛି ବଡ଼ ବର୍ଷା...ଦୁଇ ଦିନ ଏହି ଜିଲ୍ଲାରେ ପ୍ରବଳ ଛେଚିବ

ଆସୁଛି ବଡ଼ ବର୍ଷା । ଦୁଇ ଦିନ ଏହି ଜିଲ୍ଲାରେ ପ୍ରବଳ ଛେଚିବ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ଲଘୁଚାପର ରୂପ ନେବ ବୋଲି ସୂଚନା ମିଳିଛି ।

25 July, 2023 1:45 PM IST By: Omkar Mohanty

ଆସୁଛି ବଡ଼ ବର୍ଷା l ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ଲଘୁଚାପର ରୂପ ନେବ ବୋଲି ସୂଚନା ମିଳିଛି। ୨୬ ତାରିଖରେ ରେ ଏହା ଅବପାତ ପରିଣତ ହୋଇ ସ୍ଥଳ ଭାଗ ଛୁଇଁବାର ପୂର୍ବାନୁମାନ କରାଯାଇଛି। ଯାହାର ପ୍ରଭାବରେ ଆସନ୍ତା ୨୬ ଓ ୨୭ ଦୁଇ ଦିନ ଧରି ସମଗ୍ର ଓଡିଶା ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବାର ଆଶଙ୍କା କରାଯାଉଛି ।

ବିଶେଷ କରି ଆସନ୍ତା ୩ ଦିନ ପାଇଁ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଥିଲା । ସରକାରଙ୍କ ସମୀକ୍ଷା ପରେ ହୀରାକୁଦର ଆଉ ୩ ଟି ଗେଟ୍କୁ ମିଶାଇ ମୋଟ ୮ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସିତ ହେଉଛି ।ପଶ୍ଚିମ-କେନ୍ଦ୍ରୀୟ ଏବଂଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସୂଚନା ମିଳିଛି । ଏହା ଆସନ୍ତା ୨୪ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହେବ। ପରେ ଅଧିକ ଘନୀଭୂତ ହୋଇ ୨୬ ତାରିଖ ବେଳକୁ ଅବପାତର ରୂପ ନେବ ବୋଲି ପାଣିପାଗ ବିଭାଗ ଦ୍ୱାରା ପ୍ରକାଶ କରାଯାଇଛି ।

ଯାହା ଫଳରେ ସମଗ୍ର ରାଜ୍ୟରେ ପ୍ରାୟ ୨୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ରହିଛି । ଦକ୍ଷିଣ, ଉତ୍ତର ଓ ଉପକୂଳ ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପ୍ରକାଶ କରିଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ପୁରୀ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅର୍ଥାତ୍ ୭ ରୁ ୨୦ ସେମି ବର୍ଷା ନେଇ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ଏହାର ପାଶ୍ବବର୍ତ୍ତୀ ୯ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ ଜାରିକରଯାଇଛି । ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ ଓ ମୟୂରଭଞ୍ଜ ୟେଲୋ ଆଲର୍ଟ ଜାରିକରଯାଇଛି । ଲଘୁଚାପ ପ୍ରଭାବରେ ସମୁଦ୍ର ନିଶ୍ଚିତ ଭାବରେ ଅଶାନ୍ତ ରହିବ । ଏହି ସମୟରେ ୪୫ରୁ ୫୫ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ୨୫ ତାରିଖ ରୁ ୨୭ ତାରିଖ ମଧ୍ୟରେ ମତ୍ସଜିବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ମୌସୁମି ଜନିତ ନିମ୍ନ ଚାପ ଯୋଗୁଁ ଦକ୍ଷିଣାଭିମୁଖି ଚଳନ ଯୋଗୁଁ ଏହି ଘୁର୍ଣ୍ଣିବଳୟ ଉତ୍ତର ଆନ୍ଧ୍ର ମୁହାଁ ହେବା ସମ୍ଭାବନା ଅଧିକ।

ଦିନରେ ଆସୁଛିକି ହାଇ, ହୋଇପାରେ ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା

ଏହି ଚାରୋଟି ଉପାୟ ଦୂର କରିବ କିଡନୀ ସମସ୍ୟା

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)