News

FSSAI ଲାଗୁକଲା ନୂଆ ନିୟମ: ଖାଉଟି ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ

ଏହି ସଂଶୋଧନ ପାଇଁ ଏକ ଡ୍ରାଫ୍ଟ ବିଜ୍ଞପ୍ତି ଜାରି ହୋଇଛି l

08 July, 2024 6:04 PM IST By: Tanushree Mahapatra

ଫାସାଇ ଦ୍ୱାରା ଗତକାଲି ଏକ ନୂଆ ପଦକ୍ଷେପ ନିଆଯାଇଛି l ଜାରି କରାଯାଇଛି ନୂତନ ନିୟମ l ନୂତନ ନିୟମ ଅନୁଯାୟୀ ଏଣିକି ସମସ୍ତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନୀମାନେ ପ୍ୟାକେଟ୍‌ରେ ବଡ଼ ଅକ୍ଷରରେ ପୁଷ୍ଟିଜନିତ ସୂଚନା ଉଲ୍ଲେଖ କରାଯିବ।

ଏହାବ୍ୟତୀତ ଖାଦ୍ୟ ପ୍ୟାକେଟରେ ଲୁଣ, ଚିନି ଏବଂ ଚର୍ବି ସମ୍ବନ୍ଧୀୟ ସମସ୍ତ ସୂଚନା ଦେବା ବାଧ୍ୟତାମୂଳକ l ଏହା କରିବାକୁ ସଂସ୍ଥା ଲେବଲ୍ ନିୟମରେ ପରିବର୍ତ୍ତନକୁ ଅନୁମୋଦନ କରାଯାଇଛି । ଏହି ସଂଶୋଧନ ପାଇଁ ଏକ ଡ୍ରାଫ୍ଟ ବିଜ୍ଞପ୍ତି ଜାରି ହୋଇଛି l ଏ ନେଇ ସମସ୍ତ ହିତାଧିକାରୀଙ୍କଠାରୁ ପରାମର୍ଶ ଗ୍ରହଣ କରାଯିବ।

ଏହିକ୍ରମରେ ଫାସାଇ ନିଜ ଦ୍ବାରା ଜାରି କରାଯାଇଥିବା ଏକ ବିବୃତ୍ତିରେ କହିଛି ଯେ , ଖାଦ୍ୟ ନିରାପତ୍ତା ଏବଂ ମାନକ ନିୟମାବଳୀ ଅନୁଯାୟୀ, ୨୦୨୦ରେ ପୁଷ୍ଟିକର ସୂଚନା ଲେବେଲିଂ ସମ୍ବନ୍ଧୀୟ ସଂଶୋଧନକୁ ଫାସାଇର ଅଧ୍ୟକ୍ଷ ଅପୂର୍ବ ଚନ୍ଦ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବ ଖାଦ୍ୟ ପ୍ରାଧିକରଣର ୪୪ ତମ ବୈଠକରେ ଅନୁମୋଦନ କରାଯାଇଛି । ଗ୍ରାହକଙ୍କୁ ଉତ୍ପାଦର ପୁଷ୍ଟିକର ମୂଲ୍ୟକୁ ଭଲ ଭାବରେ ବୁଝିବା ପାଇଁ ଏହି ପଦକ୍ଷେପ ନିଆଯାଇଛି l ଅନ୍ୟପଟେ ଉତ୍ତମ ନିଷ୍ପତ୍ତି ନେବାକୁ ସକ୍ଷମ ମଧ୍ୟ କରିବାକୁ ଏହି ସଂଶୋଧନର ଲକ୍ଷ୍ୟ ରହିଛି ।

ତେବେ ଫଏସଏସ ରେଗୁଲେସନ୍, ୨୦୨୦ ର ନିୟମାବଳୀ ଅନୁଯାୟୀ  ୨ (ଭି) ଏବଂ ୫ (୩) ଯଥାକ୍ରମେ ଖାଦ୍ୟ ଉତ୍ପାଦ ଲେବଲ୍ ଉପରେ ସେବା ଏବଂ ପୁଷ୍ଟିକର ସୂଚନା ଉଲ୍ଲେଖ କରାଯାଇଥାଏ । ଗ୍ରାହକଙ୍କ ସ୍ବାସ୍ଥ୍ୟକର ପସନ୍ଦ ଖାଦ୍ୟ ସାମଗ୍ରୀ ଚୟନ କରିବା l ଏହି ସଂଶୋଧନ ଅଣ ସଂକ୍ରମିତ ରୋଗର ମୁକାବିଲା ତଥା ଜନସ୍ୱାସ୍ଥ୍ୟ ସଠିକ କରିବା ଏବଂ ଉନ୍ନତି ସ୍ୱାସ୍ଥ୍ୟ ପ୍ରୟାସରେ ସହାୟକ ହେବ ବୋଲି ବିବୃତ୍ତିରେ ପ୍ରକାଶ କରାଯାଇଛି । ସଠିକ ତଥ୍ୟ ଉପସ୍ଥାପନ କରିବାକୁ କୁହାଯାଇଛି l

ଅଧିକ ପଢ଼ନ୍ତୁ

E-Shram Card: ଶ୍ରମିକଙ୍କ ପାଇଁ ବଡ଼ ଖବର !

ନାମୋ ଡ୍ରୋନ୍ ଦିଦି: କୃଷିରେ ମହିଳାଙ୍କୁ କରିବ ସଶକ୍ତ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)