News

ଗହମ ରପ୍ତାନିରେ ଭାରତର ବ୍ରେକ, ବିଶ୍ବରେ ହଇଚଇ

ଗହମ ରପ୍ତାନୀ ଉପରେ ଭାରତ ସରକାରଙ୍କ ପ୍ରତିବନ୍ଧକ ନିଷ୍ପତିକୁ ସମାଲୋଚନା କରିଛନ୍ତି ଜି-୭ ଦେଶ । ଭାରତର ଏଭଳି ନିଷ୍ପତ୍ତି ସମଗ୍ର ବିଶ୍ବରେ ହଲଚଲ ସୃଷ୍ଟି କରିଛି ।

15 May, 2022 12:00 PM IST By: KJ Staff


ଦିନକୁ ଦିନ ବଢିବାରେ ଲାଗିଛି ଗହମ ମୂଲ୍ୟ । ଏହା ପ୍ରଭାବରେ ଅଟାର ଦରବୃଦ୍ଧି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଅଚାନକ ଗହମ ରପ୍ତାନୀ ଉପରେ ରୋକ ଲଗାଇ ଦେଇଛନ୍ତି କେନ୍ଦ୍ର ସରକାର । ସେପଟେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯୋଗୁଁ ସାରା ବିଶ୍ବରେ ଗହମ ଯୋଗାଣ ପ୍ରଭାବିତ ହୋଇଛି । ଏହାରି ମଧ୍ୟରେ ଭାରତର ଏଭଳି ନିଷ୍ପତ୍ତି ସମଗ୍ର ବିଶ୍ବରେ ହଲଚଲ ସୃଷ୍ଟି କରିଛି ।

G7 ଦେଶମାନଙ୍କ ସମାଲୋଚନା

ଗହମ ରପ୍ତାନୀ ଉପରେ ଭାରତ ସରକାରଙ୍କ ପ୍ରତିବନ୍ଧକ ନିଷ୍ପତିକୁ ସମାଲୋଚନା କରିଛନ୍ତି ଜି-୭ ଦେଶ । ଭାରତ ପରି ଅନ୍ୟଦେଶ ଗୁଡିକ ମଧ୍ୟ ଯଦି ରପ୍ତାନୀ ଉପରେ କଟକଣା ଲଗାଇବାକୁ ନିଷ୍ପତି ନିଅନ୍ତି କିମ୍ବା ସେମାନଙ୍କ ବଜାରକୁ ବନ୍ଦ କରନ୍ତି ତେବେ ଏହି ସମସ୍ୟା ଆହୁରି ଜଟିଳ କରିଦେବ ବୋଲି ଜର୍ମାନୀର କୃଷି ମନ୍ତ୍ରୀ ସେମ ଓଜଡେମିର ଷ୍ଟଡଗାର୍ଡ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ବର୍ତ୍ତମାନ ଜଟିଳ ମୁହୁର୍ତ୍ତରେ କୌଣସି ଦେଳ କଟକଣା ମୂଳକ ପଦକ୍ଷେପ ନନେବା ପାଇଁ ଜି-୭ ଦେଶର କୃଷିମନ୍ତ୍ରୀ ମୀାନେ ବିଶ୍ବକୁ ଆହ୍ବାନ କରିଛନ୍ତି । ଆସନ୍ତା ଜୁନରେ ଜର୍ମାନୀରେ ଜି-୭ର ଶୀର୍ଷ ବୈଠକ ହେବ । ସେହି ବୈଠକରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଜି-୭ କୃଷିମନ୍ତ୍ରୀ ମାନେ ସୁପାରିଶ କରିବେ ।

ମାର୍ଚ୍ଚରେ ଭାରତ 70 ଟନ୍ ଗହମ ରପ୍ତାନି କରିଥିଲା

ମାର୍ଚ୍ଚରେ ଭାରତ 70 ଲକ୍ଷ ଟନ୍ ଗହମ ରପ୍ତାନି କରିଥିଲା । ​​ଅର୍ଥାତ୍ ଗତ ଆର୍ଥିକ ବର୍ଷରେ ଏହା ଗତ ବର୍ଷ ତୁଳନାରେ 250 ଗୁଣ ଅଧିକ। ଏଥିସହିତ ଏପ୍ରିଲରେ ଦେଶ 14 ଲକ୍ଷ ଟନ୍ ଗହମ ରପ୍ତାନି କରିଥିଲା । ବର୍ତ୍ତମାନ ଭାରତ ଗହମ ରପ୍ତାନିକୁ 'ପ୍ରତିବନ୍ଧିତ' ସାମଗ୍ରୀର ଶ୍ରେଣୀରେ ରଖିଛି ।

ଏପରି ପରିସ୍ଥିତି କାହିଁକି ହେଲା?

ଏହା ମଧ୍ୟ ବୁଝିବା ଜରୁରୀ ଯେ ମାଗଣା ଖାଦ୍ୟ ଶସ୍ୟର ଯୋଜନା ହେତୁ ଗହମ ଆବଶ୍ୟକତା କାହିଁକି ହେଲା? ସରକାର ଏମଏସପିରେ ଚାଷୀଙ୍କ ଠାରୁ ଗହମ କିଣୁଛନ୍ତି ଏବଂ ମାଗଣା ଖାଦ୍ୟ ଶସ୍ୟ ଯୋଜନା ଅଧୀନରେ ଜନସାଧାରଣଙ୍କୁ ତାହା ବିତରଣ କରୁଛନ୍ତି। ତେବେ ବର୍ତ୍ତମାନ ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ବିଶ୍ୱ ବଜାରରେ ଗହମର ମୂଲ୍ୟ ବୃଦ୍ଧି ପାଇଛି। ଏହାର କାରଣ ହେଉଛି ଉଭୟ ଋଷ ଏବଂ ୟୁକ୍ରେନ ଗହମର ବଡ ରପ୍ତାନିକାରୀ ଦେଶ । ଦର ବୃଦ୍ଧି ଯୋଗୁଁ ସରକାରୀ ମଣ୍ଡି ବଦଳରେ ବ୍ୟବସାୟୀମାନେ ଚାଷୀଙଅକ ଗହମ କିଣିଲେ ।

ଫଳସ୍ୱରୂପ, ମେ ପହିଲା ପର୍ଯ୍ୟନ୍ତ ତଥ୍ୟ ଅନୁଯାୟୀ ସରକାରୀ ଗୋଦାମରେ ଗହମର ଷ୍ଟକ୍ ପାଞ୍ଚ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଆକଳନ କରାଯାଇଛି ଯେ ଗତ ବର୍ଷ ତୁଳନାରେ ସରକାରୀ ଗହମ କ୍ରୟ 30 ପ୍ରତିଶତ ହ୍ରାସ ପାଇଛି। ଭବିଷ୍ୟତରେ ଏହା ଆହୁରି ହ୍ରାସ ହେବାର ଆଶଙ୍କା ରହିଛି ।

ଶନିବାର ଗହମର ଦର ବୃଦ୍ଧି ମଧ୍ୟରେ ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଗହମର ରପ୍ତାନୀ ଉପରେ କେନ୍ଦ୍ରରେ ନେତୃତ୍ବାଧିନ ମୋଦି ସରକାର ସର୍ତ୍ତମୂଳକ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି । ଘରୋଇ ବଜାରରେ ଗହମର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ସରକାର ।

ଗହମ ଦରବୃଦ୍ଧି ଉପରେ ସରକାରଙ୍କ ବଡ ନିଷ୍ପତ୍ତି, ରପ୍ତାନୀ ଉପରେ ଲାଗିଲା ପ୍ରତିବନ୍ଧକ

ଗହମର ଅଧିକ ଅମଳ ପାଇଁ ଏହାକୁ ବୈଜ୍ଞାନିକ ପ୍ରଣାଳୀରେ ବୁଣନ୍ତୁ, ଏହି ଜିନିଷଗୁଡ଼ିକର ବିଶେଷ ଯତ୍ନ ନିଅନ୍ତୁ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)