News

Garlic Price: ରସୁଣ ସପ୍ତାହକରେ ୨ଶହ ବଢ଼ିଲାଣି!

କନ୍ଦାଉଛି ରସୁଣ ଦର , ଖାଉଟି ଅସନ୍ତୋଷ !

05 September, 2024 11:51 AM IST By: Tanushree Mahapatra

ଆଳୁ , ପିଆଜ ପରେ ଏବେ ରସୁଣ ଦର ଆକାଶ ଛୁଆଁ ହୋଇଗଲାଣି l ଏହି ଦର ସିଧା ହାଣ୍ଡିଶାଳ ଉପରେ ମାଡ଼ କରିଛି l ଲୋକେ ରସୁଣ କିଣିବାକୁ ଭୟ କଲେଣି l ରସୁଣ ଦର ୪୦୦ ହେଲାଣି l ବଜାରରେ ରସୁଣ ଦେଖିବାକୁ ମିଳୁନାହିଁ l ଅଧିକ ଦର ଯୋଗୁଁ ବ୍ୟବସାୟୀ ମଧ୍ୟ କିଣିବାକୁ ଡରୁଛନ୍ତି l ମହାରାଷ୍ଟ୍ର ଓ ଆନ୍ଧ୍ରରେ ପ୍ରବଳ ବର୍ଷା ହୋଇଥିବା ଯୋଗୁଁ ମହଙ୍ଗା ସ୍ଥିତି ରାଜ୍ୟରେ ଦେଖିବାକୁ ମିଳିଛି ।

ସପ୍ତାହେ ତଳେ ରସୁଣ ୧୬୦ ଟଙ୍କାରେ ବିକ୍ରି ହେଉଥିଲା ଯାହା ଏବେ ୩୬୦ ଟଙ୍କାରେ ବିକ୍ରି କରାଯାଉଛି । ପ୍ରାୟ ୭ ଦିନ ମଧ୍ୟରେ ୨ଶହ ଟଙ୍କା ବଢିଲାଣି ରସୁଣ ଦର ।

ବଡ ସାଇଜ୍‌ର ରସୁଣ ଚାରିଶହ ଟଙ୍କା ପାର୍ ହୋଇଛି । ରସୁଣ ଦର ଅଧିକ ହେବାରୁ ଲୋକ ରସୁଣ କିଣିବାକୁ ଭୟ କରୁଛନ୍ତି l

ଆମ ରାଜ୍ୟ ଓଡିଶାକୁ ଗୁଜରାଟ ଓ ୟୁପିରୁ ରସୁଣ ଆସିଥାଏ। ପ୍ରବଳ ବର୍ଷା ଯୋଗୁଁ ଆମଦାନୀ କମିଛି ରାଜ୍ୟକୁ । ଜାନୁଆରୀ ମାସରେ ନୂଆ ଫସଲ ବାହାରିବା ପର୍ଯ୍ୟନ୍ତ ଦର କମିବା ସମ୍ଭାବନା କମ୍ ରହିଛି । ସେ ପର୍ଯ୍ୟନ୍ତ ଦର ଏହିପରି ଅଧିକ ରହିବ l ସେପଟେ ପିଆଜ ଅବସ୍ଥା ମଧ୍ୟ ସମାନ ରହିବ ।

ବର୍ଷା ଯୋଗୁଁ ମହାରାଷ୍ଟ୍ର ନାସିକରେ ପିଆଜ ଚାଷ ନଷ୍ଟ ହୋଇଛି । ଆନ୍ଧ୍ରରୁ ଆସୁଥିବା ପିଆଜ ରାଜ୍ୟର ଆବଶ୍ୟକ ମେଣ୍ଟାଈ ପାରୁନାହିଁ । ତେଣୁ ଆଗକୁ ପିଆଜ ଦର ମଧ୍ୟ ବଢିବା ନେଇ ସମ୍ଭାବନା ଅଧିକ l ତେବେ ଆଗକୁ କେବେ ଖାଉଟିଙ୍କୁ ରସୁଣ ଓ ପିଆଜ ଦରରୁ ମୁକ୍ତି ମିଳିବ, ତାକୁ ଅପେକ୍ଷା।

ଅଧିକ ପଢ଼ନ୍ତୁ

Heavy Rain: ୫ଟି ଜିଲ୍ଲାରେ ପ୍ରବଳ ବର୍ଷା

ଖାତାକୁ ଆସିବ ପିଏମ୍ କିସାନ ଟଙ୍କା!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)