News

Free Gas Connection: ମିଳିବ ମାଗଣା ଗ୍ୟାସ୍‌ ସିଲିଣ୍ଡର !

ଏହାଦ୍ୱାରା ଅନେକ ଗରିବ ପରିବାର ଲାଭ ପାଇ ପାରିବେ ବୋଲି କୁହାଯାଉଛି l

14 June, 2024 11:25 AM IST By: Tanushree Mahapatra

ବିଭିନ୍ନ ରାଜ୍ୟ ସରକାର ସାଧାରଣ ଜନତାଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏଭଳି  ଯୋଜନା ମାଧ୍ୟମରେ ଲୋକଙ୍କୁ ଅନେକ ସୁବିଧା ଯୋଗାଇ ଦିଆଯାଉଛି । ତେବେ ଏବେ ଏକ ନୂଆ ଯୋଜନା କାର୍ଯ୍ୟକାରୀ ହୋଇଛି ସରକାରଙ୍କ ଦ୍ୱାରା । ଏହି ଯୋଜନାର ନା ହେଉଛି ଗୃହିଣୀ ସୁବିଧା ଯୋଜନା ଯେଉଁ ଯୋଜନା ମାଧ୍ୟମରେ ରାଜ୍ୟରେ ପ୍ରତ୍ୟେକ ପରିବାରକୁ ଏଲ୍‌ପିଜି କନେକ୍ସନ ଏଥର ମାଗଣାରେ ଯୋଗାଇ ଦିଆଯାଉଛି । ଏହାଦ୍ୱାରା ଅନେକ ଗରିବ ପରିବାର ଲାଭ ପାଇ ପାରିବେ ବୋଲି କୁହାଯାଉଛି l

ଏହି ଯୋଜନା ମାଧ୍ୟମରେ ଗରିବ ସୀମାରେଖା ତଳେ ଥିବା ବିପିଏଲ୍‌ କାର୍ଡଧାରୀଙ୍କୁ ସୁବିଧା ଯୋଗାଇ ଦିଆଯାଉଛି । କିନ୍ତୁ ଏହି ଯୋଜନା ପାଇଁ କେତେକ ନିର୍ଦ୍ଦିଷ୍ଟ ମାନଦଣ୍ଡ ମଧ୍ୟ ରହିଛି । ଏହି ଯୋଜନାର ଲାଭ ଉଠାଇବାକୁ ହେଲେ କିଛି ଜରୁରୀ ନିୟମ ଜାଣିବା ଆବଶ୍ୟକ ।

ଉଜ୍ଜଳା ଯୋଜନାରେ ଆବଶ୍ୟକ କରୁଥିବା ମହିଳାଙ୍କୁ ଗ୍ୟାସ କନେକ୍ସନ ମାଗଣାରେ ଯୋଗାଇ ଦିଆଯାଉଛି । ତେବେ ଯେଉଁ ପରିବାର ଏହି ସୁବିଧାର ଲାଭ ପାଇ ନଥିବେ ସେମାନଙ୍କୁ ଗୃହିଣୀ ଯୋଜନାରେ ସୁବିଧା ଯୋଗାଇ ଦିଆଯିବ ସରକାରଙ୍କ ତରଫରୁ । ସେହିପରି ଗତ ୨୦୧୮ ମସିହାରୁ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିବା ସୂଚନା ରହିଛି । ଯାହା ସୂଚନା ରହିଛି ତାହା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ହିମାଚଳ ପ୍ରଦେଶରେ ୧.୩୬ ଲକ୍ଷ ଫ୍ରି ଗ୍ୟାସ କନେକ୍ସନ ଦିଆଯାଇଛି ଏହି ଯୋଜନା ମାଧ୍ୟମରେ । ଏଥିପାଇଁ ୨୧.୮୧ କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଥିବା ରାଜ୍ୟ ସରକାର ରିପୋର୍ଟରେ ଦର୍ଶାଇଛନ୍ତି ।

ଏହି ଯୋଜନା ମାଧ୍ୟମରେ ମହିଳାଙ୍କ ଜୀବନ ଧାରଣ ଉନ୍ନତ ସ୍ତରକୁ ଉନ୍ନତି ଘଟିବା ନେଇ ଆଶା ରଖାଯାଇଛି   । ଏହା ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ ମାଧ୍ୟମରେ ଲାଭ ଉଠାଯାଇ ପାରିବ । ଏଥିପାଇଁ ହିତାଧିକାରୀ ଯଦି ହିମାଚଳ ପ୍ରଦେଶର ପ୍ରବାସୀ ତେବେ ଏଥିପାଇଁ ଅଫିସିଆଲ୍‌ ୱେବ୍‌ସାାଇଟ୍‌ ଆପଣଙ୍କୁ ଭିଜିଟ୍‌ କରିବାକୁ ପଡ଼ିବ । କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନା ମାଧ୍ୟମରେ ମହିଳା ମାଗଣା ଗ୍ୟାସ୍‌ କନେକ୍ସନ ଦ୍ୱାରା ଲାଭ ଉଠାଉଛନ୍ତି । ତେବେ ଏହି ଯୋଜନା ଆବେଦନ କରିବା ମଧ୍ୟ ଅତ୍ୟନ୍ତ ସରଳ l

ଅଧିକ ପଢ଼ନ୍ତୁ

କ'ଣ ଏହି ଶିଶୁ ମୁଦ୍ରା ଲୋନ ? କିପରି କରିବେ ଆବେଦନ ?

ଗ୍ରୀଷ୍ମ ଋତୁରେ କିପରି ନେବେ ପଶୁଙ୍କ ଯତ୍ନ ଓ କିପରି କରିବେ ଚିକିତ୍ସା ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)