News

ସୁନା କିଣାବିକା ପାଇଁ ବଦଳିଲା ନିୟମ, ଏପ୍ରିଲରୁ ନୂଆ ହଲମାର୍କିଂ

ସୁନା କୁ ନେଇ ସମସ୍ତେ ଆଗ୍ରହୀ ପ୍ରାୟ l ଖାସ କରି ମହିଳାଙ୍କ ପାଇଁ ସୁନା ବେଶ ପସନ୍ଦ l ତେବେ ପ୍ରତିଦିନ ସୁନା କୁ ନେଇ ନୂଆ ନୂଆ ଦର ଆସିଥାଏ ଯାହାକୁ ନେଇ ଗ୍ରାହକ ଚିନ୍ତିତ ରୁହନ୍ତି l

04 March, 2023 2:04 PM IST By: Tanushree Mahapatra

ସୁନା କୁ ନେଇ ସମସ୍ତେ ଆଗ୍ରହୀ ପ୍ରାୟ l ଖାସ କରି ମହିଳାଙ୍କ ପାଇଁ ସୁନା ବେଶ ପସନ୍ଦ l ତେବେ ପ୍ରତିଦିନ ସୁନା କୁ ନେଇ ନୂଆ ନୂଆ ଦର ଆସିଥାଏ ଯାହାକୁ ନେଇ ଗ୍ରାହକ ଚିନ୍ତିତ ରୁହନ୍ତି l ଦର ପ୍ରତିଦିନ ପରିବର୍ତନ ହେତୁ ସୁନା କିଣିବାରେ ଲୋକେ ହଇରାଣ ହରକତ ରେ ପଡନ୍ତି l  ତେବେ ଏବେ ସୁନାକୁ  ନେଇ ଆସିଛି ନୂଆ ସୂଚନା l

ସୁନା ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହା ଗ୍ରାହକଙ୍କୁ ଖୁସି କଲାଭଳି  । ଏବେ ଆପଣ ମାର୍ଚ୍ଚ ୩୦ ପରେ ଯଦି ସୁନା କିମ୍ବା ସୁନା ଅଳଙ୍କାର କିଣିବାକୁ ଯାଆନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ |

ସୁନା ଓ ସୁନା ଅଳଙ୍କାର କ୍ରୟ-ବିକ୍ରୟ ପାଇଁ କେନ୍ଦ୍ର ସରକାର ନୂଆ ନିୟମ ଆଣିଛନ୍ତି  । ଆଗକୁ ଏପ୍ରିଲ ୧ ପରେ ସୁନା ପାଇଁ ନୂଆ ହଲମାର୍କ ଲାଗୁ ହେବ ଯାହା ପୁରୁଣା ହାଲମାର୍କ ସୁବିଧା କୁ ପରିବର୍ତନ କରିବାକୁ ଯାଉଛି l ତେବେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ଏହି ସୂଚନା ଦେଇଛି ।

ସୁନା ହଲମାର୍କିଂ ହେଉଛି ଶୁଦ୍ଧତାର ଏକ ସାର୍ଟିଫିକେସନ୍ ଯାହା ସୁନା ରେ ଥିବା ସୁଦ୍ଧତାକୁ ପରିଚୟ ଦିଏ   l  ଆପଣ ମାନେ ଦେଖିଥିବେ ଏଥିରେ ୬ ସଂଖ୍ୟା ବିଶିଷ୍ଟ ଏଚ୍ୟୁଆଇଡି ନମ୍ବର ରହିଥାଏ ଯାହା ଦ୍ୱାରା ସୁନା ଅସଲି କି ନକଲି ମଧ୍ୟ ଜାଣିହୁଏ l ୨୦୨୧ ଜୁନ୍ ୧୬ ପର୍ଯ୍ୟନ୍ତ ସୁନା ହଲମାର୍କିଂ ସ୍ୱେଚ୍ଛାଧୀନ ଭାବେ ଥିଲା l  ଏହାକୁ ପର୍ଯ୍ୟାୟକ୍ରମେ ବାଧ୍ୟତାମୂଳକ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଯାହା ଏକ ସଠିକ ପଦକ୍ଷେପ  l  ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୨୫୬ଟି ଜିଲ୍ଲାରେ ସୁନା ହଲମାର୍କିଂକୁ ବାଧ୍ୟତାମୂଳକ କରାଯାଇଥିଲା  l  ପରେ ପରେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୩୨ଟି ଜିଲ୍ଲାକୁ ଏଥିରେ ସାମିଲ କରାଯାଇଥିଲା  l ତେବେ ଆଜିର ସୂଚନା ଅନୁଯାୟୀ ଏବେ ଆଉ ୫୫ଟି ଜିଲ୍ଲାରେ ଏହାକୁ ବାଧ୍ୟତାମୂଳକ କରାଯିବ l  ଯାହା ସୁନା ଗ୍ରାହକଙ୍କ ପାଇଁ ଏକ ଶୁଭ ତଥା ଭଲ ଖବର l

ଆଜି ମନ୍ତ୍ରଣାଳୟ କହିଛି ଯେ ‘୪ ଅଙ୍କ ଏବଂ ୬ ଅଙ୍କ ବିଶିଷ୍ଟ ହଲମାର୍କିଂକୁ ନେଇ ଗ୍ରାହକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦୂର କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । ନୂତନ ନିୟମ ଅନୁଯାୟୀ, ଏପ୍ରିଲ୍ ୧ ରୁ କେବଳ ଛଅ ଅଙ୍କ ବିଶିଷ୍ଟ ଆଲଫା ନ୍ୟୁମେରିକ୍ ହଲମାର୍କିଂ ବୈଧ ହେବ ଏବଂ ପୁରୁଣା ହାଲମାର୍କ କୁ ବଦଳା ଯିବ  | ଏହି ନୂଆ ହଲମାର୍କିଂ ବିନା ସୁନା ଓ ସୁନା ଅଳଙ୍କାର ବିକ୍ରି ହୋଇପାରିବ ନାହିଁ | ଏହାଛଡ଼ା ଚାରି ଅଙ୍କ ବିଶିଷ୍ଟ ହଲମାର୍କିଂ ସଂପୂର୍ଣ୍ଣ ବନ୍ଦ ହୋଇଯିବ | ତେବେ ନକଲି ସୁନା ବଜାରରେ ଆଉ ଗ୍ରାହକଙ୍କୁ ଠକେଇ କରିପାରିବ ନାହିଁ l

ସୁନାର ଶୁଦ୍ଧତା ଚିହ୍ନଟ ପାଇଁ ହଲମାର୍କିଂ ବ୍ୟବହାର କରାଯାଏ | ଏହି ନିୟମ ଇଚ୍ଛାଧୀନ ଭାବ ୧୬ ଜୁନ୍ ୨୦୨୧ ପର୍ଯ୍ୟନ୍ତ ଲାଗୁ ଥିଲା। ସୂଚନାଯୋଗ୍ୟ ଅନେକ ହଲମାର୍କ ୟୁନିକ୍ ଆଇଡି (HUID) ନମ୍ବର ଅଳଙ୍କାର ଚିହ୍ନଟ ପାଇଁ ବ୍ୟବହୃତ ହୁଏ | HUID ନମ୍ବର ହେଉଛି ଏକ ଛଅ ଅଙ୍କ ବିଶିଷ୍ଟ ଆଲଫା ନ୍ୟୁମେରିକ୍ କୋଡ୍ ଯାହା ସାହାଯ୍ୟରେ ଗ୍ରାହକ ଅଳଙ୍କାର ସମ୍ବନ୍ଧୀୟ ସମସ୍ତ ସୂଚନା ପାଇଥା’ନ୍ତି | ଏହାଛଡ଼ା ଅଳଙ୍କାର ବେପାରୀଙ୍କୁ ବିଏସ୍ ପୋର୍ଟାଲରେ ଏହି ସବୁ ସୂଚନା ଅପଲୋଡ୍ କରିବାକୁ ପଡ଼ିଥାଏ |

ବଢ଼ିଲା ସୁନା ଦର, ଜାଣନ୍ତୁ ସୁନାର ମାର୍କେଟ ଦାମ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)