News

Gold Price: ଏତିକି କମିଲା ସୁନାଦର

ବଢ଼ିଛି ସୁନା ଦର, ସୁନା କିଣିବାକୁ ଯୋଜନା ଥିଲେ ଜାଣନ୍ତୁ ଆଜିର ଦର .....

26 June, 2024 11:41 AM IST By: Tanushree Mahapatra

ବଦଳିଛି ସୁନା ଦର l ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ରହିଥିଲା ଦଶ ଗ୍ରାମ ପ୍ରତି ୨୫୦ଟଙ୍କା ଯାହା କମି ୬୬୦୦୦ ଟଙ୍କା ହୋଇଛି l ଅନ୍ୟପଟେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୨୩୦ ଟଙ୍କାରୁ କମି ୭୨୦୦୦ ଟଙ୍କା ହୋଇଛି । ମଙ୍ଗଳବାର ଅପେକ୍ଷା ବୁଧବାର ଅର୍ଥାତ ଆଜି ସୁନା ରେଟ୍‌ କମିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ସୁନା ଦାମ୍‌ ବଢିଛି । ୨୨ କ୍ୟାରେଟ୍ ୧୦ ଗ୍ରାମ ପ୍ରତି ୬୬୦୦୦ ଟଙ୍କା ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୨୦୦୦ ଟଙ୍କା ରହିଛି ।

ପ୍ରମୁଖ ସହରମାନଙ୍କରେ ସୁନା ଦର ବଢିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ମୂଲ୍ୟ ୬୬୦୦୦ ଟଙ୍କା ଓ ୨୪ କ୍ୟାରେଟ୍ ମୂଲ୍ୟ ୭୨୦୦୦ ଟଙ୍କା ଥିବା ରେକର୍ଡ କରାଯାଇଛି । ତେବେ ରାଜଧାନୀ ଦିଲ୍ଲୀରେ ମଧ୍ୟ ସୁନା ଦର ବୃଦ୍ଧି ପାଇଛି । ଏଠାରେ ୧୦ ଗ୍ରାମ ସୁନା ଦର ଯଥାକ୍ରମେ ୬୬୧୫୦ ଟଙ୍କା ଓ ୭୨୧୫୦ ଟଙ୍କା ରହିଥିବା ସୂଚନା ରହିଛି । ଦକ୍ଷିଣ ଭାରତର ଚେନ୍ନାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ଦର ମଧ୍ୟ ବୃଦ୍ଧି ପାଇଛି । ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ୍ ପ୍ରତି ୬୬,୬୦୦ ଟଙ୍କା ରହିଛି l ଅନ୍ୟପଟେ ୨୪ କ୍ୟାରେଟ ମୂଲ୍ୟ ୭୨,୬୬୦ ଟଙ୍କା ଥିବା ରେକର୍ଡ ହୋଇଛି ।

ସେହିପରି କୋଲକାତା ସହରରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ଯଥାକ୍ରମେ ୬୬,୦୦୦ ଟଙ୍କା ଏବଂ ୭୨,୦୦୦ ଟଙ୍କା ରହିଛି । ବେଙ୍ଗାଲୁରୁରେ ମଧ୍ୟ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୬୬,୦୦୦ ଟଙ୍କା ଓ ୭୨,୦୦୦ ଟଙ୍କା ରହିଛି । ଯଦି ଆପଣ ସୁନା କିମ୍ବା ସୁନାର ଅଳଙ୍କାର କିଣିବାକୁ ଯୋଜନା ରଖିଛନ୍ତି, ତେବେ ଆପଣ ୨୨ କ୍ୟାରେଟ୍ ଏବଂ ୧୮ କ୍ୟାରେଟ୍ ସୁନା ଅଳଙ୍କାରର ଖୁଚୁରା ହାର ଜାଣିବା ପାଇଁ ଏହି 8955664433 କୁ ଏକ ମିସ୍ କଲ ଦିଅନ୍ତୁ ।

ଏହା ଅଳ୍ପ ସମୟ ମଧ୍ୟରେ ଆପଣଙ୍କୁ SMS ମାଧ୍ୟମରେ ମୋବାଇଲରେ ମୂଲ୍ୟର ସୂଚନା ପ୍ରଦାନ କରିବ । ଏହା ସହିତ, କ୍ରମାଗତ ଭାବେ ଆପଣଙ୍କୁ ଅପଡେଟ ପ୍ରଦାନ କରିବ ଅନ୍ୟପଟେ ଆପଣ www.ibja.co କିମ୍ବା ibjarates.com ପରିଦର୍ଶନ ମଧ୍ୟ କରିପାରିବେ । 

ଅଧିକ ପଢ଼ନ୍ତୁ

Weather Update: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା

Mango: ଆମ୍ବକୁ ଫ୍ରିଜରେ ରଖିବା ଠିକ୍ କି ଭୁଲ୍ ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)