News

ସରକାରୀ କର୍ମଚାରୀଙ୍କ ବଢ଼ିଲା ପେନସନ

କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଏକ ଖୁସିଖବର ଆସିଛି । ଏକ କୋଟି ଛଅ ଲକ୍ଷରୁ ଅଧିକ କର୍ମଚାରୀଙ୍କ ଦରମା ଓ ପେନସନରେ ବୃଦ୍ଧି ହେବାକୁ ଯାଉଅଛି ।

21 April, 2022 12:11 PM IST By: Sudesna Nayak

କେନ୍ଦ୍ର ସରକାର (Central Government)ଙ୍କ ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଏକ ଖୁସିଖବର (GOOD NEWS) ଆସିଛି । ଏକ କୋଟି ଛଅ ଲକ୍ଷରୁ ଅଧିକ କର୍ମଚାରୀଙ୍କ ଦରମା ଓ ପେନସନ (Pension)ରେ ବୃଦ୍ଧି ହେବାକୁ ଯାଉଅଛି ।

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister of India Narendra Modi)ଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏନେଇ ଉପସ୍ଥାପିତ ପ୍ରସ୍ତାବକୁ ମୋହର ଲାଗିଛି । ପିଛିଲା ଭାବେ ଚଳିତ ବର୍ଷ ଜାନୁଆରୀ ପହିଲାରୁ ଏହି ନିୟମ ଲାଗୁହେବ ।

କେନ୍ଦ୍ର କ୍ୟାବିନେଟରେ ସରକାରୀ କର୍ମଚାରୀଙ୍କ Dearness Allowance (DA) ଓ ପେନସନଭୋଗୀଙ୍କ Dearness Relief (DR) ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ବର୍ତ୍ତମାନ ୩୧ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଥିବା ବେଳେ ଏଥିରେ ଅତିରିକ୍ତ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ତେବେ ପିଛିଲା ଭାବେ ଗତ ଜାନୁଆରୀ ପହିଲାଠାରୁ କର୍ମଚାରୀ (Central Government Employees) ଓ ପେନସନଭୋଗୀ (Pension)ମାନେ ୩୪ ପ୍ରତିଶତ DA/DR ପାଇବେ । ଏହା ସପ୍ତମ ବେତନ କମିଶନ ଦ୍ୱାରା ପ୍ରସ୍ତାବିତ ସୂତ୍ର ଆଧାରରେ ସ୍ଥିର କରାଯାଇଥିବା ଅର୍ଥ ମନ୍ତ୍ରାଳୟ କହିଛି ।

ନୂଆ ନିୟମ ଲାଗୁ ହେଲେ ୪୭.୬୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଓ ୬୮.୬୨ ଲକ୍ଷ ପେନସନଭୋଗୀ ଉପକୃତ ହେବେ । ରେଳବାଇ, ସର୍ବ ଭାରତୀୟ ସେବା, ସାଧାରଣ ଓ ପ୍ରତିରକ୍ଷା ପେନସନଭୋଗୀ, ବର୍ମା-ପାକିସ୍ତାନ-ବାଂଲାଦେଶରୁ ସ୍ଥାନାନ୍ତର ହୋଇଥିବା ପେନସନଭୋଗୀ (Pension) ଓ ଅନ୍ୟ ସରକାରୀ ଅନୁଷ୍ଠାନ ଓ PSUର ଯୋଗ୍ୟ କର୍ମଚାରୀ ଏହି ଯୋଜନାରେ ସାମିଲ ହେବେ ।

ପ୍ରକାଶ ଥାଉ ଯେ, ସେହିପରି ପଞ୍ଚମ ବେତନ ଆୟୋଗ ଅଧିନସ୍ଥ କର୍ମଚାରୀଙ୍କ DA ୧୩ ପ୍ରତିଶତ ବୃଦ୍ଧି ପାଇଛି । ପୂର୍ବରୁ ଏହା ବେସିକ ପେ'ର ୩୬୮ ପ୍ରତିଶତ ଥିଲା, ଯାହା ଏବେ ୩୮୧ ପ୍ରତିଶତ ହୋଇଛି । ଅନ୍ୟପଟେ ଷଷ୍ଠ ବେତନ କମିଶନରେ ଏହା ବେସିକ୍ ପେ'ର ୧୯୬ ପ୍ରତିଶତରୁ ୨୦୩ ପ୍ରତିଶତ ହୋଇଛି । ଏହା ମଧ୍ୟ ପିଛିଲା ଭାବେ ସେହି ୨୦୨୨ ଜାନୁଆରୀ ପହିଲାରୁ ଲାଗୁ ହେବ ।

DA Hike:ଏହି କେନ୍ଦ୍ରୀୟ କର୍ମଚାରୀଙ୍କ DA ୧୩ ପ୍ରତିଶତ ବୃଦ୍ଧି ପାଇବ,ଜାଣନ୍ତୁ...

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର; DA ବଢ଼ିବା ସହ ବଢ଼ିବ HRA!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)