News

7th Pay Commission : ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ; ମହଙ୍ଗା ଭତ୍ତାରେ ପୁଣି ହେବ ବୃଦ୍ଧି, ଜାଣନ୍ତୁ କେତେ ବଢ଼ିବ ଦରମା...

କେନ୍ଦ୍ରର କର୍ମଚାରୀଙ୍କ ପାଇଁ ଏକ ବଡ ଖୁସି ଖବର ରହିଛି । ପୁଣି ବଢ଼ିବ ମହଙ୍ଗା ଭତ୍ତା (Dearness Allowance) ।

07 February, 2022 12:08 PM IST By: Sudesna Nayak

କେନ୍ଦ୍ରର କର୍ମଚାରୀ (Central Employee)ଙ୍କ ପାଇଁ ଏକ ବଡ ଖୁସି ଖବର (Big news)ରହିଛି । ପୁଣି ବଢ଼ିବ ମହଙ୍ଗା ଭତ୍ତା (Dearness Allowance)

ସୂଚନା ଅନୁଯାୟୀ, କେନ୍ଦ୍ର ସରକାର (central government) ପୁଣି ଥରେ କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଓ ପେନସନଭୋଗୀ (Pensioners) ଙ୍କ ମହଙ୍ଗା ଭତ୍ତା ଡିଏ (DA)ଓ ମହଙ୍ଗା ରିଲିଫ୍ (Dearness Relief) ୩ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । କର୍ମଚାରୀମାନେ ଯାହାର ଘୋଷଣାକୁ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଏହି ଅପେକ୍ଷା ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି ।

ରିପୋର୍ଟ ଅନୁଯାୟୀ, ମାର୍ଚ୍ଚରେ ମହଙ୍ଗା ଭତ୍ତା ଡିଏ (DA)ବୃଦ୍ଧି ଘୋଷଣା କରି କେନ୍ଦ୍ର ସରକାର (Central Government) ହୋଲି (Holi)ର ଉପହାର ଦେଇପାରନ୍ତି । ଅର୍ଥାତ ଏହା ପରେ କେନ୍ଦ୍ର କର୍ମଚାରୀ (Central Government Employees)ଙ୍କ ବେତନରେ ଏକ ବଡ଼ ବୃଦ୍ଧି ଘଟିବ ।

ବାସ୍ତବରେ କହିବାକୁ ଗଲେ, ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ (AICPI) ତଥ୍ୟ ପ୍ରକାଶ ପାଇବା ପରେ କେନ୍ଦ୍ର କର୍ମଚାରୀଙ୍କ ଡିଏ (DA)କୁ ୩ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ କର୍ମଚାରୀମାନେ (Employees)୩୧ ପ୍ରତିଶତ ଡିଏ (DA)ପାଉଛନ୍ତି । ଡିଏ (DA) ବୃଦ୍ଧି ଘୋଷଣା ପରେ ସେମାନେ ୩୪ ପ୍ରତିଶତ ଡିଏ (DA) ପାଇବେ । ଏହି ବୃଦ୍ଧି ଜାନୁଆରୀ ୨୦୨୨ ପାଇଁ ହେବ ।

ଶ୍ରମ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦୨୧ରେ AICPI ୧୨୫.୪ କୁ ବୃଦ୍ଧି ପାଇଛି । ଏଭଳି ପରିସ୍ଥିତିରେ କେନ୍ଦ୍ର କର୍ମଚାରୀ (Central Employees)ଙ୍କ ମହଙ୍ଗା ଭତ୍ତାର ବୃଦ୍ଧି ପାଇଁ ରାସ୍ତା ମଧ୍ୟ ସଫା ହୋଇଯାଇଛି । ବର୍ତ୍ତମାନ ମନେ କରାଯାଉଛି ଯେ ହୋଲିରେ କେନ୍ଦ୍ର କର୍ମଚାରୀଙ୍କ ଭତ୍ତା ବୃଦ୍ଧି ଘୋଷଣା କରାଯାଇପାରେ ।

ବକେୟା ସମ୍ପର୍କରେ ସରକାର ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାଁନ୍ତି । କିନ୍ତୁ, ଡିଏ (DA) ବୃଦ୍ଧି ଘୋଷଣା ସହିତ କର୍ମଚାରୀମାନେ ବେତନ କ୍ଷେତ୍ରରେ ବହୁତ ଲାଭବାନ ହେବେ ।

ରିପୋର୍ଟ ଅନୁଯାୟୀ, ଯଦି ଜଣେ କର୍ମଚାରୀଙ୍କ ମୌଳିକ ଦରମା (Basic Salary) ମାସକୁ ୩୦ ହଜାର ଟଙ୍କା ଅଟେ, ତେବେ ମହଙ୍ଗା ଭତ୍ତା ୩୪ ପ୍ରତିଶତ ହେବା ପରେ ତାଙ୍କ ଦରମା ମାସକୁ ୯୦୦ ଟଙ୍କା ବୃଦ୍ଧି ପାଇବ । ଅର୍ଥାତ୍ ବାର୍ଷିକ ଦରମା ୧୦,୮୦୦ ଟଙ୍କା ବୃଦ୍ଧି ପାଇବ ।

ପ୍ରକାଶ ଥାଉ ଯେ, ସେହିଭଳି, ଯଦି ଆମେ କ୍ୟାବିନେଟ୍ ସଚିବ ସ୍ତରର ଅଧିକାରୀଙ୍କ ବିଷୟରେ ଆଲୋଚନା କରିବା, ତେବେ ସେମାନଙ୍କ ଦରମା (Salary)ମାସକୁ ୭,୫୦୦ ଟଙ୍କା ବୃଦ୍ଧି ପାଇବ । ଅର୍ଥାତ୍ ସେମାନଙ୍କର ଦରମା (Salary) ବାର୍ଷିକ ୯୦,୦୦୦ ଟଙ୍କା ବୃଦ୍ଧି ପାଇବ ।

7th Pay Commission:ଗୁଡ ନ୍ୟୁଜ, କେନ୍ଦ୍ରୀୟ କର୍ମଚାରୀଙ୍କ DAରେ ୧୪% ବୃଦ୍ଧି

7th Pay Commission:ଗୁଡ ନ୍ୟୁଜ ; କେନ୍ଦ୍ରୀୟ କର୍ମଚାରୀଙ୍କ ଖାତାକୁ ଆସିବ ୭୩,୪୪୦ ଟଙ୍କା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)