News

Grain ATM: ରାଜ୍ୟର ପ୍ରଥମ ଶସ୍ୟ ଏଟିଏମ୍

ପ୍ରଥମେ ହିତାଧିକାରୀଙ୍କୁ ଶସ୍ୟ ଏଟିଏମ୍ କାର୍ଡ ପ୍ରଦାନ କରାଯିବ.....

09 August, 2024 12:45 PM IST By: Tanushree Mahapatra

ଗତକାଲି ଓଡ଼ିଶାରେ ଖୋଲିଛି ରାଜ୍ୟର ପ୍ରଥମ ଶସ୍ୟ ଏଟିଏମ୍। ଯାହାର ନାମ ‘ଅନ୍ନପୂର୍ତ୍ତି’ ରଖାଯାଇଛି। ଭୁବନେଶ୍ଵରର ମଞ୍ଚେଶ୍ଵର ଠାରେ ଏହି ଏଟିଏମ୍ ଗତକାଲି ଖୋଲିଛି। ଗୁରୁବାର ଦିନ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାର ଶୁଭ ଉଦଘାଟନ କରିଛନ୍ତି। ତେବେ ରାଜ୍ୟ ଯୋଗାଣ ନିଗମ ଲିମିଟେଡ ମାଧ୍ୟମରେ ଏହି ଶସ୍ୟ ଏଟିଏମ୍ ପରିଚାଳିତ କରାଯିବ ।

ତେବେ ଏହି ଏଟିଏମରୁ ଚାଉଳ କିମ୍ବା ଗହମ ଉଠାଇପାରିବେ ଜିତଅଧିକାରୀ l କିନ୍ତୁ ଏଥିପାଇଁ ପ୍ରଥମେ ହିତାଧିକାରୀଙ୍କୁ ଶସ୍ୟ ଏଟିଏମ୍ କାର୍ଡ ପ୍ରଦାନ କରାଯିବ। ଯେଉଁ ଏଟିଏମ୍ କାର୍ଡ ମେସିନରେ ଭର୍ତ୍ତି କରିବା ପରେ ହିଁ ହିତାଧିକାରୀମାନେ ନିଜର ଆଧାର କାର୍ଡ ନମ୍ବର ଏବଂ ରାସନ କାର୍ଡ ନମ୍ବର ପ୍ରଦାନ କରିବେ ସେଠାରେ । ଏହାପରେ ଏଟିଏମ ମାଧ୍ୟମରୁ ଶସ୍ୟ ବାହାରିବ । 

ଏଣିକି ରାଜ୍ୟର ସମସ୍ତ ଜିଲ୍ଲାର ହିତାଧିକାରୀ ଶସ୍ୟ ଏଟିଏମ ବ୍ୟବହାର କରିପାରିବେ । ଯାହା ହିତାଧିକାରୀଙ୍କୁ ଠକେଇ ଶିକାରରୁ ମୁକ୍ତି ପ୍ରଦାନ କରିବ l ତେବେ ଏହି ଏଟିଏମରେ ୨୪ ଘଣ୍ଟିଆ ଚାଉଳ ଓ ଗହମ ଉପଲବ୍ଧ କରାଯିବ । ଆଗକୁ ପ୍ରତି ଜିଲ୍ଲାରେ ଶସ୍ୟ ଏଟିଏମ୍ ସେଣ୍ଟର ଖୋଲାଯିବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଏହି ଶୁଭ ଅବସରରେ ।

ଓଡ଼ିଶା ରାଜ୍ୟରେ ଏହା ପ୍ରତିଷ୍ଠା ହେବା ପୂର୍ବରୁ ଭାରତର ଅନ୍ୟ କିଛି ରାଜ୍ୟରେ ଶସ୍ୟ ଏଟିଏମ୍ ଆରମ୍ଭ ହୋଇଥିଲା। ଏସବୁ ମଧ୍ୟରେ ରହିଛି ହରିୟଣା, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟ। 

ଅଧିକ ପଢ଼ନ୍ତୁ

GOOD NEWS: ଏକର ପିଛା ୨ ହଜାର ଟଙ୍କା!

ଯୋଗାଣ ମନ୍ତ୍ରୀଙ୍କ ସୂଚନା: ଆଳୁ ସ୍ଥିତି ହେବ ସ୍ବାଭାବିକ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)