News

ବଢ଼ିବ କର୍ମଚାରୀଙ୍କ ଅବସର ବୟସ ସୀମା ଓ ପେନସନ ରାଶି! ଜାଣନ୍ତୁ...

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁବ୍ ଶୀଘ୍ର ଖୁସି ଖବର ଆସିପାରେ । କର୍ମଚାରୀଙ୍କ ଅବସର ବୟସ ଓ ପେନସନ ରାଶି ବଢ଼ାଇବା ନେଇ ସରକାର ବିଚାର କରୁଛନ୍ତି ।

12 April, 2022 11:58 AM IST By: Sudesna Nayak

କେନ୍ଦ୍ରୀୟ କର୍ମଚାରୀ (Central Government Employees)ଙ୍କ ପାଇଁ ଖୁବ୍ ଶୀଘ୍ର ଖୁସି ଖବର (Good News)ଆସିପାରେ । କର୍ମଚାରୀଙ୍କ ଅବସର ବୟସ ଓ ପେନସନ (pension)ରାଶି ବଢ଼ାଇବା ନେଇ ସରକାର ବିଚାର କରୁଛନ୍ତି ।

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟି ଦ୍ୱାରା ଏକ ପରାମର୍ଶ ଦିଆଯାଇଛି । ଏହି ପ୍ରସ୍ତାବରେ କୁହାଯାଇଛି ଯେ କାର୍ଯ୍ୟ କରିବାର ବୟସ ସୀମା ବୃଦ୍ଧି କରାଯିବା ଉଚିତ । ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟି କହିଛି ଯେ ଦେଶରେ ଅବସର ବୟସ ବଢ଼ିବା ସହିତ ୟୁନିଭର୍ସାଲ ପେନସନ୍ (pension) ସିଷ୍ଟମ ମଧ୍ୟ ଆରମ୍ଭ କରାଯିବା ଆବଶ୍ୟକ ।

ବରିଷ୍ଠ ନାଗରିକଙ୍କ ସୁରକ୍ଷା,ଜାଣନ୍ତୁ...

ରିପୋର୍ଟ ଅନୁଯାୟୀ, ଏହି ପରାମର୍ଶ ଅନୁଯାୟୀ କର୍ମଚାରୀମାନଙ୍କୁ ପ୍ରତ୍ୟେକ ମାସରେ ସର୍ବନିମ୍ନ ୨୦୦୦ ଟଙ୍କା ପେନସନ ଦିଆଯିବା ଆବଶ୍ୟକ । ଦେଶର ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଅର୍ଥନୈତିକ ପରାମର୍ଶଦାତା କମିଟି ଉନ୍ନତ ବ୍ୟବସ୍ଥା କରିବାକୁ ସୁପାରିଶ କରିଛି ।

ଦକ୍ଷତା ବିକାଶ ମଧ୍ୟ ଗୁରୁତ୍ୱପୂର୍ଣ୍ଣ,ଜାଣନ୍ତୁ...

ଏହି ରିପୋର୍ଟ ଅନୁଯାୟୀ, ଯଦି କାର୍ଯ୍ୟକ୍ଷମ ବୟସର ଜନସଂଖ୍ୟାକୁ ବଢ଼ାଇବାର ଅଛି ତେବେ ଅବସର ବୟସ ବଢାଇବାର ବହୁତ ଆବଶ୍ୟକତା ରହିଛି । ସାମାଜିକ ସୁରକ୍ଷା ବ୍ୟବସ୍ଥା ଉପରେ ଚାପ କମାଇବା ପାଇଁ ଏହା କରାଯାଇପାରିବ । ଏହି ରିପୋର୍ଟରେ ୫୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ହିଁ ଦକ୍ଷତା ବିକାଶ ବିଷୟରେ ମଧ୍ୟ କୁହାଯାଇଛି ।

ସରକାରଙ୍କୁ ନୀତି ପ୍ରସ୍ତୁତ କରିବା ଆବଶ୍ୟକ,ଜାଣନ୍ତୁ...

ପ୍ରକାଶ ଥାଉ ଯେ, ରିପୋର୍ଟରେ କୁହାଯାଇଛି ଯେ କେନ୍ଦ୍ର (Central Government)ଓ ରାଜ୍ୟ (state Government) ସରକାର ଏଭଳି ନୀତି ପ୍ରସ୍ତୁତ କରିବା ଆବଶ୍ୟକ ଯାହା ଦ୍ୱାରା ଦକ୍ଷତା ବିକାଶ ହୋଇପାରିବ । ଏହି ପ୍ରୟାସରେ ଅସଂଗଠିତ କ୍ଷେତ୍ର, ଦୁର୍ଗମ ଅଞ୍ଚଳ, ଶରଣାର୍ଥୀ, ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ ଯେଉଁମାନଙ୍କ ପାଖରେ ପ୍ରଶିକ୍ଷଣ ହାସଲ କରିବା ପାଇଁ ମାଧ୍ୟମ ନାହିଁ । କିନ୍ତୁ ସେମାନଙ୍କୁ ତାଲିମ ଦିଆଯିବା ଆବଶ୍ୟକ ।

Old Pension scheme: ଲାଗୁ ହେବ ପୁରୁଣା ପେନସନ ସ୍କିମ !

ରାଜ୍ୟ କର୍ମଚାରୀଙ୍କ ପେନସନ ବୃଦ୍ଧି ହେବ, ମିଳିବ ୪ ପ୍ରତିଶତ ଅଂଶଦାନର ଲାଭ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)