ଓଡ଼ିଶାର ଅନ୍ୟତମ କୃଷି ଗଣପର୍ବ ନୂଆଖାଇ ଅବସରରେ ଗୋରଖନାଥ କୃଷକ ମହାସଂଘ ଅନୁକୂଲ୍ୟରେ ନବମ ବାର୍ଷିକ ପ୍ରତିଭାଚୟନ କାର୍ଯ୍ୟକ୍ରମ ଲାଲ ସିଡ୍ସ ଫାର୍ମ ନୂଆଗଡ଼ଠାରେ ପାଳନ କରାଯାଇଛି l ପ୍ରତିଭା ଚୟନ କମିଟିର ସଭାପତି ଶ୍ରୀ ସୁରେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠିତ ଏହି ସଭାରେ ଲାଲର ସଂଯୋଜକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l କମିଟିର ସଂଯାଜକ ଗୀତା ରଥ ମହଦୟ କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ଦେଇଥିଲେ l
ଗୋରଖନାଥ କୃଷକ ମହାସଂଘ ସମ୍ପାଦକ ସୁଦ୍ଧିରଞ୍ଜନ ବାରିକ ଚଳିତ ବର୍ଷ ସଂଗଠନ କି କି କାର୍ଯ୍ୟ ହାତକୁ ନେଇଛି ସେ ବିଷୟରେ ବର୍ଣ୍ଣନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଡଃ ବିଜୟଲକ୍ଷ୍ମୀ ମହାନ୍ତି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପକ ମୁଖ୍ୟ ଅତିଥି , ପୂର୍ବତନ କେନ୍ଦ୍ରାପଡ଼ା ଲୋକସଭା ସଦସ୍ୟା ଶ୍ରୀମତୀ ଅର୍ଚ୍ଚନା ନାୟକ ମୁଖ୍ୟବକ୍ତା , ଡଃ ସତ୍ୟରଞ୍ଜନ ଦାସ କୃଷି ବୈଜ୍ଞାନିକ ବିଶିଷ୍ଟ ଅତିଥି ,କୀର୍ତ୍ତନ ଚନ୍ଦ୍ର ସ୍ୱାଇଁ ପୂର୍ବତନ ମହାକାଶ ବିଜ୍ଞାନୀ ସମ୍ମାନିତ ଅତିଥି ରୂପେ ଏହି କାର୍ଯ୍ୟକ୍ରମ ବିଷୟରେ ଉପସ୍ଥିତ ଲୋକମାନଙ୍କୁ ବୁଝାଇବା ସହିତ ସଂଗଠନ ବିଷୟରେ ଗଭୀର ଆଲୋକପାତ କରିଥିଲେ l
ଏହି କାର୍ଯ୍ୟକ୍ରମ ପାଇଁ ଗୋରଖନାଥ କୃଷକ ମହାସଂଘ ତରଫରୁ ୧ ମାସ ପ୍ରସ୍ତୁତ କରାଯାଇଥାଏ l ସଭା ଉପସ୍ଥାପକ ଅଲେଖ ଚନ୍ଦ୍ର ବେହେରା ତାଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ l ସଭାପତିଙ୍କ ଅଭିଭାଷଣ ପରେ ଶ୍ରୀ ଭଗବାନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ l ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ପାଇଁ ଡଃ ପ୍ରଭାତ କୁମାର ରାଉଳ ( କୁଳପତି ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ), ଡଃ ସତ୍ୟରଞ୍ଜନ ଦାସ ବିଶିଷ୍ଟ କୃଷି ବୈଜ୍ଞାନିକ ସେବା କ୍ଷେତ୍ରରେ , ଡଃ ସୁକୁମାର ଦାସ , ଶ୍ରୀମତୀ ଝୁଲଣା ବାରିକଙ୍କ ଅତୁଳନୀୟ ସେବା ପାଇଁ , ଶିକ୍ଷା କ୍ଷେତ୍ରରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣଙ୍ଘ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ଅଧ୍ୟକ୍ଷା ନିରୁପମା ଚଇନି ଓ ଶ୍ରୀ ନିରଞ୍ଜନ ସ୍ୱାଇଁ ପୂର୍ବତନ ପ୍ରଧାନ ଶିକ୍ଷକ ନାଲିବର ଉଚ୍ଚବିଦ୍ୟାଳୟ , କଳା କ୍ଷେତ୍ରରେ ଶ୍ରୀ ବାବାଜୀ ଚରଣ ସାହୁ ଜାତୀୟ ସ୍ତରରେ ପୁରସ୍କୃତ କଳାଶିକ୍ଷକ , ଶ୍ରୀମତୀ ସୌଦାମିନୀ ପଣ୍ଡା ବିଶିଷ୍ଟ ମହିଳା ପାଲାଗାୟକ ଓ ସମାଜ କ୍ଷେତ୍ରରେ ଶ୍ରୀ ଦେବେନ୍ଦ୍ର ରାଉତ ଓ ଶ୍ରୀ ସ୍ନେହାନ୍ସୁ ଜେନା ମହଦୟଙ୍କୁ ଉକ୍ତ ସଭାରେ ସମ୍ବର୍ଦ୍ଧନା କରାଯାଇଥିଲା l ଗତ ଏକ ମାସର ପ୍ରସ୍ତୁତି ପର୍ବରେ ମହାସଂଘ ତରଫରୁ ରଘୁନାଥପୁର ବ୍ଲକ ଓ ଜଗତସିଂହପୁର ସହରରେ ଥିବା ସମସ୍ତ ୩୦ଟି ଉଚ୍ଚ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଆ ବକ୍ତୃତା , ଇଂରାଜୀ ବକ୍ତୃତା ଓ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା l
ପ୍ରତି ସ୍କୁଲର ଉକ୍ତ ୩ ଟି ବିଷୟରେ ପ୍ରଥମ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ପିଲାମାନଙ୍କୁ ମହାସଂଘ ପରିଷଦକୁ ନିମନ୍ତ୍ରଣ କରାଯାଇ ଏଠାରେ ପ୍ରତିଯୋଗିତା କରାଯାଇଥିଲା l ସମସ୍ତ ବିଷୟରେ ଉତ୍ତୀର୍ଣ୍ଣ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପିଲାଙ୍କୁ ମାନପତ୍ର , ପୁରସ୍କାର ରାଶି ଓ ପୁରସ୍କାର ଦିଆଯାଇଥିଲା l ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପୁରସ୍କାର ସହିତ ଶବ୍ଦକୋଷ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପାଳନ କରାଯାଇଥିବା ଶ୍ରେୟର ଅଧିକାରୀ ହେଉଛନ୍ତି ସର୍ବଶ୍ରୀ ରାଜକିଶୋର ସାହୁ , ପ୍ରାଣକୃଷ୍ଣ ନାୟକ , ଅଜୟ କୁମାର ବରାଳ , ପ୍ରଶନ କୁମାର ତ୍ରିପାଠୀ ଓ ଡଃ ଚିତ୍ତରଞ୍ଜନ ସାହୁ ଯାହାଙ୍କର ଅକ୍ଲାନ୍ତ ପରିଶ୍ରମରେ ଏ କାର୍ଯ୍ୟକ୍ରମ ସଫଳ ହୋଇଛି l
ଅଧିକ ପଢ଼ନ୍ତୁ