News

ଇଥାନଲ ଉତ୍ପାଦନ ପାଇଁ ପଶ୍ଚିମ ବଙ୍ଗରେ ସରକାରୀ ଅନୁମୋଦନ !!

ଗାଁ ଠାରୁ ସହର ପର୍ଯ୍ୟନ୍ତ ମମତା ବାନାର୍ଜୀ ସରକାର କୃଷକଙ୍କ ସ୍ୱାର୍ଥକୁ ନେଇ ତୀବ୍ର ଆଲୋଚନା ହେଉଛି। କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଅନୁମୋଦନ କରାଯାଇଛି।

25 September, 2021 11:22 AM IST By: Sugyan Kumar Nayak

ଗାଁ ଠାରୁ ସହର ପର୍ଯ୍ୟନ୍ତ ମମତା ବାନାର୍ଜୀ ସରକାର କୃଷକଙ୍କ ସ୍ୱାର୍ଥକୁ ନେଇ ତୀବ୍ର ଆଲୋଚନା ହେଉଛି। କୃଷକଙ୍କ ଆୟକୁ  ଦ୍ୱିଗୁଣିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଅନୁମୋଦନ କରାଯାଇଛି। ସରକାରଙ୍କ ଏହି ନିଷ୍ପତ୍ତିକୁ କେନ୍ଦ୍ରରେ ମୋଦୀ ସରକାରଙ୍କ ସହ ଯୋଡ଼ା ଯାଉଛି, କାରଣ ୨୦୧୮ ମସିହାରେ କେନ୍ଦ୍ର ସରକାର ଦେଶରେ ଇଥାନଲ ଉତ୍ପାଦନକୁ ଅନୁମୋଦନ କରିଥିଲେ। ଏଥିପାଇଁ କେନ୍ଦ୍ର ସରକାର ୨୦୧୮ ସଂସଦରେ 'କେନ୍ଦ୍ରୀୟ ଜୈବ ଇନ୍ଧନ' ନୀତି ଆଣିଥିଲେ ଏବଂ  ୨୦୨୨ ସୁଦ୍ଧା କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ରଖାଯାଇଥିଲା।

ମମତା ବାନାର୍ଜୀ ସରକାର ଦୁଇ ବର୍ଷ ପରେ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତିକୁ ଖୁବ୍ ପ୍ରଶଂସା ମଧ୍ୟ କରାଯାଇଥିଲା। ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ସରକାରଙ୍କ ଏହି ନିଷ୍ପତ୍ତି ଉପରେ କହିଛନ୍ତି ଯେ ଭଙ୍ଗା ଚାଉଳରୁ ଇଥାନଲ ତିଆରି ପ୍ରକ୍ରିୟାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି।  ଆଜି ମମତା ସରକାର ଏହାର ଅନୁମୋଦନ ଦେଇଛନ୍ତି ଏବଂ ଏଥିପାଇଁ ବ୍ୟାପକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ପ୍ରତିଶୃତିବଦ୍ଧ। ଆମ ସରକାର ଏହି ଦିଗରେ କାର୍ଯ୍ୟ କରୁଛି। ଏଥିରେ ଚାଷୀଙ୍କ ଆୟ ବୃଦ୍ଧି ପାଇବା ସହିତ ସେମାନେ  ଆତ୍ମନିର୍ଭରଶୀଳ  ମଧ୍ୟ ହେବେ।

ଇଥାନଲକୁ ପେଟ୍ରୋଲରେ ବ୍ୟବହୃତ ହୁଏ ଏବଂ ଏହାର ବ୍ୟବହାର ଦ୍ୱାରା ପ୍ରଦୂଷଣ କମ୍ ହୁଏ। ବଜାରରେ ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସରକାର ଏହାର ଉତ୍ପାଦନକୁ ଅନୁମୋଦନ କରିଛନ୍ତି। ଇଥାନଲ୍ ମଧ୍ୟ ଅଳ୍ପ ପରିମାଣର ସଲଫର୍ ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍ ଏବଂ ହାଇଡ୍ରୋକାର୍ବନ୍ ନିର୍ଗତ କରେ। ୨୦୦୬ ମସିହାରୁ ନୀତୀଶ କୁମାର ଏହା ଦାବି କରି ଆସୁଛନ୍ତି l ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୦୬ ମସିହାରୁ ଇଥାନଲ ଉତ୍ପାଦନ ପାଇଁ ଦାବି କରିଆସୁଥିଲେ। ବଜାରରେ ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଏହାର ଉତ୍ପାଦନକୁ ବୃଦ୍ଧି କରାଯାଇପାରିବ। ଯାହା ଫଳରେ ପ୍ରଦୁଷଣ ମୁକ୍ତ ହେବ। ଚାଷିଙ୍କ ଆୟ ମଧ୍ୟ ବୃଦ୍ଧି ପାଇବ। ଏତେ ଦିନ ଧରି ଦାବି କରିବା ପରେ କେନ୍ଦ୍ର ସରକାର ୨୦୧୮ ମସିହାରେ ଅନୁମୋଦନ କରିଛନ୍ତି। ପୂର୍ବତନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅନେକ ଥର କହିଛନ୍ତି ଯେ ଚାଷୀଙ୍କ ଆର୍ଥିକ ସ୍ଥିତିକୁ  ସୁଦୃଢ଼ କରିବା ପାଇଁ। ବର୍ତ୍ତମାନ ଇଥାନଲ ଉତ୍ପାଦନ କୃଷକଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ଆଣିଛି। ପୂର୍ବରୁ ଆଖୁ ଚାଷୀଙ୍କୁ ଠିକ ସମୟରେ ଦେୟ ନଦେବା କାରଣରୁ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡୁଥିଲା।  କିନ୍ତୁ ଆଖୁରୁ ଇଥାନଲ ତିଆରି ପ୍ରକ୍ରିୟା ଆରମ୍ଭ ହେବା ଦିନ ଠାରୁ ଚାଷୀଙ୍କ ଭାଗ୍ୟ ଉଜ୍ଜ୍ୱଳ ହୋଇଛି। 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)