News

ପିଆଜ ର ଦର ନିୟନ୍ତ୍ରଣ ଲାଗି ଆଉ ଏକ ପଦକ୍ଷେପ

ପିଆଜ ର ଦର ନିୟନ୍ତ୍ରଣ ଲାଗି ଆଉ ଏକ ପଦକ୍ଷେପ

30 September, 2019 3:50 PM IST By: KJ Staff

ପିଆଜ ର ଦର ବୃଦ୍ଧି ରୋକିବାକୁ କେନ୍ଦ୍ର ସରକାର ପୁଣି ନେଇଛନ୍ତି ଆଉ ଏକ ପଦକ୍ଷେପ |ବର୍ତମାନ ଦେଶ ମଧ୍ୟରେ ପିଆଜର ଅଭୟାଭ ରହିଥିବାରୁ ଏବେ ପିଆଜ ରଫ୍ତାନି କୁ ନିଷିଦ୍ଧ କରାଯାଇଛି |ଏଥିପାଇଁ କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ ରଫ୍ତାନି ନିୟମରେ ସଂଶୋଧନ କରିଛନ୍ତି |

ସେପ୍ଟମ୍ବର ୨୬ ରେ କେନ୍ଦ୍ରମନ୍ତ୍ରଟି ରାମବିଳାସ ପାଶ୍ବାନ ରାଜ୍ୟ ସରକାର ଗୁଡିକୁ କେନ୍ଦ୍ର ପାଖରୁ ପିଆଜ କିଣିବା ଲାଗି କହିଥିଲେ |ବଜାରକୁ ପର୍ଯ୍ୟାପ୍ତ ପରିମାଣରେ ପିଆଜ ଯୋଗାଇବା ପାଇଁ ୨ ଜଣ ଅଧିକାରୀ ଙ୍କୁ ମହାରାଷ୍ଟ୍ର ପଠାଯାଇଥିଲା |ଅଧିକାରୀ ମାନେ କୃଷକ ଓ ବ୍ୟବସାୟୀ ଙ୍କ ସହ ଆଲୋଚନା କରି ବଜାରକୁ ପିଆଜ ଛାଡିବା ଲାଗି ପ୍ରବର୍ତାଇଥିବା ପାଶ୍ବାନ କହିଛନ୍ତି |

 ଦର ନିୟନ୍ତ୍ରଣ କରିବା ପାଇଁ ସରକାର ପିଆଜ କେତେ ରହିବ ଏନେଇ ସୀମା ଧାର୍ଯ୍ୟ କରିଛନ୍ତି |ଖୁଚୁରା ବିକ୍ରେତା ମାନେ ସର୍ବାଧିକ ୧୦୦ କି.ଗ୍ରା ଓ ହୋଲସେଲ ବିକ୍ରେତା ମାନେ ସର୍ବାଧିକ ୫୦୦ କି,ଗ୍ରା ପିଆଜ ମହଜୁଦ ରଖିପାରିବେ |ଭାରତ ରୁ ସାଧାରଣତଃ ଶ୍ରୀ ଲଙ୍କା ଏବଂ ବାଂଲାଦେଶ କୁ ପିଆଜ ରଫ୍ତାନି କରିଥାନ୍ତି ମାତ୍ର ଏବେ ୨ ଦେଶକୁ ପିଆଜ ରଫ୍ତାନି ତୁରନ୍ତ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି |
କେନ୍ଦ୍ର ସରକାର ଙ୍କର ଖାଦ୍ୟ ବଜାରିକରଣ ସଂସ୍ଥା ନାଫେଡ଼ ଏବଂ ଅନ୍ୟତମ ବଜାରିକରଣ ସଂସ୍ଥା ଏମଏମଟିସି ମାଧ୍ୟମରେ ବଜାରରେ କେତେ ମାତ୍ର ରେ ପିଆଜ ରହିବ ,ତାହା ପରିଚାଳନା କରାଯିବ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)