News

ଖସିଲା ଏହି ସବୁ ଖାଦ୍ୟ ସାମଗ୍ରୀ ଦର, ଖାଉଟି ଖୁସ୍...

ମୁଦ୍ରାସ୍ଫୀତି ଯାଞ୍ଚ ଏବଂ ଖାଦ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ କରିବାକୁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଏହି କାରଣରୁ ଦେଶରେ ଅଟା, ଡାଲି, ଖାଇବା ତେଲ, ଚିନି ମୂଲ୍ୟରେ ହ୍ରାସ ଘଟିଛି। ବ୍ୟବସାୟୀ ଏବଂ ହୋର୍ଡିଂ ଉପରେ ସରକାର କଠୋରତା ବୃଦ୍ଧି କରିଛନ୍ତି। ଏହା ସହିତ ହରଡ଼ ଏବଂ ମସୁର ଡାଲିର ଷ୍ଟକ୍ ଉପରେ ଏକ ସୀମା ଧାର୍ଯ୍ୟ କରାଯାଇଛି। ଯେଉଁ କାରଣରୁ ବ୍ୟବସାୟୀମାନେ ସୀମାଠାରୁ ଅଧିକ ଖାଦ୍ୟ ସାମଗ୍ରୀ ସଂରକ୍ଷଣ କରିପାରିବେ ନାହିଁ ।

07 June, 2023 10:39 AM IST By: Priyambada Rana

ଦେଶରେ କ୍ରମାଗତ ଭାବରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇବାରେ ଲାଗିଛି, ଏହା କମିବାର ନାଁ ହିଁ ନେଉନାହିଁ,  ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ସାଧାରଣ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏଭଳି ପରିସ୍ଥିତିରେ ସରକାର ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆଣିଛନ୍ତି। ବର୍ତ୍ତମାନ ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ସରକାର ଦୃଢ଼ ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ଖାଇବା ତେଲର ମୂଲ୍ୟ ସହିତ ଡାଲିର ମୂଲ୍ୟ ମଧ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି। ଯେଉଁଥିପାଇଁ ସାଧାରଣ ଲୋକଙ୍କ ପକେଟରେ ଏବେ ନିଆଁ ଲାଗିଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ ।

ମୁଦ୍ରାସ୍ଫୀତି ଯାଞ୍ଚ ଏବଂ ଖାଦ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ କରିବାକୁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଏହି କାରଣରୁ ଦେଶରେ ଅଟା, ଡାଲି, ଖାଇବା ତେଲ, ଚିନି ମୂଲ୍ୟରେ ହ୍ରାସ ଘଟିଛି। ବ୍ୟବସାୟୀ ଏବଂ ହୋର୍ଡିଂ ଉପରେ ସରକାର କଠୋରତା ବୃଦ୍ଧି କରିଛନ୍ତି। ଏହା ସହିତ ହରଡ଼ ଏବଂ ମସୁର ଡାଲିର ଷ୍ଟକ୍ ଉପରେ ଏକ ସୀମା ଧାର୍ଯ୍ୟ କରାଯାଇଛି। ଯେଉଁ କାରଣରୁ ବ୍ୟବସାୟୀମାନେ ସୀମାଠାରୁ ଅଧିକ ଖାଦ୍ୟ ସାମଗ୍ରୀ ସଂରକ୍ଷଣ କରିପାରିବେ ନାହିଁ ।

ଏଥି ସହିତ ମୂଲ୍ୟ ହ୍ରାସ କରିବାକୁ ଖାଇବା ତୈଳ କମ୍ପାନୀଗୁଡ଼ିକୁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଯାହା ପରେ କମ୍ପାନୀଗୁଡିକ ୧ ମାସରେ ମୂଲ୍ୟ ୧୫ ରୁ ୨୦ କୁ ହ୍ରାସ କରିଛନ୍ତି । ଯେଉଁଥିପାଇଁ ସାଧାରଣ ଲୋକଙ୍କୁ ଖୁବ୍ ଆଶ୍ୱସ୍ତି ମିଳିଛି । ଏହା ସହିତ ଚିନି ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ବିକ୍ରୟ କୋଟା ବୃଦ୍ଧି କରିଛନ୍ତି। ଆସନ୍ତୁ ଜାଣିବା ଯେ ପୂର୍ବ ବର୍ଷ ତୁଳନାରେ ଗହମ ଏବଂ ଅଟାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି।

ମୂଲ୍ୟ କେତେ ହ୍ରାସ ହୋଇଛି ଜାଣନ୍ତୁ-

-ସୋରିଷ ତେଲ ଏକ ମାସ ପୂର୍ବରୁ ଲିଟର ପିଛା ୧୫୦ ଟଙ୍କା ଥିଲା, ଯାହା ବର୍ତ୍ତମାନ ଲିଟର ପିଛା ୧୪୭ ଟଙ୍କାରେ ପହଞ୍ଚିଛି ।

-ସୋୟାବିନ୍ ତେଲ ଏକ ମାସ ପୂର୍ବରୁ ଲିଟର ପିଛା ୧୩୭ ଟଙ୍କା ଥିଲା, ଯାହା ବର୍ତ୍ତମାନ ଲିଟର ପିଛା ୧୩୩ ​​ଟଙ୍କାରେ ପହଞ୍ଚିଛି । ଏଥିରେ ଲିଟର ପିଛା ୫ ଟଙ୍କା ହ୍ରାସ ଘଟିଛି ।

-ପାମ୍ ଅଏଲ୍ ଲିଟର ପିଛା ୧୦୯ ରୁ ୧୦୬ ଟଙ୍କାକୁ ଖସି ଆସିଛି।

-ସେହିପରି ବନସ୍ପତି ତେଲ ଲିଟର ପିଛା ୧୩୨ ଟଙ୍କା, ଏହାର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

-ସୂର୍ଯ୍ୟମୁଖୀ ତେଲ ୧୧ ଟଙ୍କା ହ୍ରାସ ପାଇ ୧୪୪ ଟଙ୍କାରୁ ୧୩୩ ଟଙ୍କାକୁ ହ୍ରାସ ପାଇଛି ।

-ସେହିପରି ହରଡ଼ ଡାଲି କିଲୋଗ୍ରାମ ପିଛା ୧୧୭ ରୁ ୧୨୩ ଟଙ୍କାକୁ ଖସି ଆସିଛି।

-ମୁଙ୍ଗ ଡାଲି କିଲୋଗ୍ରାମ ପିଛା ୧୧୦ ଟଙ୍କାରେ ଅପରିବର୍ତ୍ତିତ ରହିଛି ।

-ମସୁର ଡାଲି କିଲୋଗ୍ରାମ ପିଛା ୧୦୮ ଟଙ୍କା ।

-ଅଟା କିଲୋଗ୍ରାମ ପିଛା ୩୪ ଟଙ୍କାରେ ଉପଲବ୍ଧ ଏବଂ ଚିନି ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ, ଯାହାକି କିଲୋଗ୍ରାମ ୪୨ ଟଙ୍କା ।

ଖାଦ୍ୟ ସୁରକ୍ଷା ପାଇଁ ଦିନଟିଏ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)