News

କୃଷକମାନଙ୍କ ନିମନ୍ତେ ସରକାରୀ ଯୋଜନା

ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ୨୦୧୫ ମସିହା ଠାରୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ଆରମ୍ଭ କରାଯାଇଛି l ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥାଏ l ଏହି କାର୍ଡ ମାଟିର ପୋଷକ ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରେ, ସେହି ଅନୁସାରେ କୃଷକମାନେ ମାଟିର ଆବଶ୍ୟକତା ଅନୁସାରେ ଉର୍ବରତା ବଜାୟ ରଖିବା ନିମନ୍ତେ ଖତ ସାର ପ୍ରୟୋଗ କରନ୍ତି l

29 April, 2021 3:36 PM IST By: Sugyan Kumar Nayak

ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା

୨୦୧୫ ମସିହା ଠାରୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ଆରମ୍ଭ କରାଯାଇଛି l ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥାଏ l ଏହି କାର୍ଡ ମାଟିର ପୋଷକ ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରେ, ସେହି ଅନୁସାରେ କୃଷକମାନେ ମାଟିର ଆବଶ୍ୟକତା ଅନୁସାରେ ଉର୍ବରତା ବଜାୟ ରଖିବା ନିମନ୍ତେ ଖତ ସାର ପ୍ରୟୋଗ କରନ୍ତି l

 

ଗ୍ରାମୀଣ ଭଣ୍ଡାର ଯୋଜନା

ଗ୍ରାମାଞ୍ଚଳରେ ଉତ୍ପାଦିତ ହେଉଥିବା କୃଷିଜାତ ସାମଗ୍ରୀର ସଂଗ୍ରହ, ଗଚ୍ଛିତକରଣ, ଗୁଣବତ୍ତା ନିୟନ୍ତ୍ରଣ, ମାନକୀକରଣ କରିବାର ସୁବିଧା ଏହି ଯୋଜନାରେ ହୋଇଥାଏ l ବିକ୍ରି କରିବାର ସମସ୍ୟା ଦୂର କରିବା ପାଇଁ ଋଣ ସୁବିଧା ଏହି ଯୋଜନା ମାଧ୍ୟମରେ ଉପଲବ୍ଧ ହୁଏ l

ପ୍ରଧାନମନ୍ତ୍ରୀ ଆବାସ ବୀମା ଯୋଜନା

ଏହି ଯୋଜନା ଅଧୀନରେ କୃଷକ ନିଜର ଫସଲର ବୀମା କରି ପାରିଥାଆନ୍ତି l ଏହି ଯୋଜନା ଅଧୀନରେ କୃଷକଙ୍କୁ ରବି ଫସଲ ପାଇଁ ୧.୫% , ଖରିଫ ଫସଲ ପାଇଁ ୨% ଏବଂ ଉଦ୍ୟାନ କୃଷି ପାଇଁ ୫% ଅଂଶଦାନ କରିବାକୁ ପଡ଼େ l ଅବଶିଷ୍ଟ ପ୍ରିମିୟମକୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ସମାନ ଭାବରେ ବହନ କରାଯାଏ l

 

ଦୀର୍ଘସ୍ଥାୟୀ କୃଷି ନିମନ୍ତେ ରାଷ୍ଟ୍ରୀୟ ମିଶନ

ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଜଳବାୟୁ ପରିବର୍ତ୍ତନ ସହିତ ଅନୁକୂଳିତ କୃଷିକୁ ପ୍ରୋତ୍ସାହିତ କରିବା l ବର୍ଷ ଉପରେ ନିର୍ଭର କରୁଥିବା କୃଷିକାର୍ଯ୍ୟକୁ ଅଧିକ କରିବା, ମୃତ୍ତିକା ପରୀକ୍ଷଣ କରିବା ଏହି ଯୋଜନା ଅଧୀନରେ କରାଯାଇଥାଏ l

 

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା

ଏହି ଯୋଜନାକୁ ୨୦୧୫ ମସିହାରେ ଶୁଭାରମ୍ଭ କରାଯାଇଥିଲା l ଏହାର ଉଦ୍ଦେଶ୍ୟ ହେଉଛି ପ୍ରତି କ୍ଷେତକୁ ଜଳ ଯୋଗାଇ ଦେବା l ଏହି ଯୋଜନା ମୁଖ୍ୟତଃ ସିଞ୍ଚନ ଏବଂ ବର୍ଷ ଜଳର ଉପଯୋଗ ଉପରେ କେନ୍ଦ୍ରିତ ଅଟେ l

 

ପରମ୍ପରାଗତ କୃଷି ବିକାଶ ଯୋଜନା

ଦେଶରେ ଜୈବିକ ତଥା ପାରମ୍ପରିକ କୃଷିକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଏହି ଯୋଜନା ଲାଗୁ କରାଯାଇଛି l ଜୈବିକ କୃଷି ଦ୍ୱାରା ମାଟିର ସ୍ୱାସ୍ଥ୍ୟ ଠିକ ରହିବା ସହିତ କୃଷିଜାତ ସାମଗ୍ରୀର ଗୁଣବତ୍ତା ଠିକ ରହେ l ଏହି ଜୈବିକ କୃଷିରୁ ଉତ୍ପାଦିତ କୃଷିଜାତ ସାମଗ୍ରୀକୁ କୃଷକ ବିକ୍ରି କରି ଉପଯୁକ୍ତ ମୂଲ୍ୟ ପାଇପାରନ୍ତି l

 

ରାଷ୍ଟ୍ରୀୟ କୃଷି ବଜାର (ଇ-ନାମ)

କୃଷକମାନଙ୍କୁ ସେମାନଙ୍କ ସାମଗ୍ରୀକୁ ଇ-ମାର୍କେଟିଙ୍ଗ ପ୍ଲାଟଫର୍ମ ମାଧ୍ୟମରେ ବିକ୍ରୀକରିବାର ସୁବିଧା ଏହା ପ୍ରଦାନ କରେ l ଏହା ଦ୍ୱାରା କୃଷକମାନେ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପାଇପାରନ୍ତି l କୃଷକମାନଙ୍କ ନିମନ୍ତେ ଏହି ଇ-ମାର୍କେଟିଙ୍ଗ ପଦ୍ଧତିକୁ ସୁଗମ କରିବା ରାଷ୍ଟ୍ରୀୟ କୃଷି ବଜାରର ଲକ୍ଷ୍ୟ ଅଟେ l

 

ପଶୁଧନ ବୀମା ଯୋଜନା ଅଧୀନରେ ହିତାଧିକାରୀ ପଶୁପାଳକ ଯେ କୌଣସି ଗୃହପାଳିତ ପଶୁ ସହିତ ପାଞ୍ଚଗୋଟି ଦୁଧିଆଳୀ ଗାଇଗୋରୁଙ୍କର ବୀମା କରିପାରିବେ l ଏପିଏଲ ଶ୍ରେଣୀଭୁକ୍ତ ହିତାଧିକାରୀଙ୍କୁ ୫୦% ଏବଂ ବିପିଏଲ, ଅନୁସୂଚିତ ଜାତି ତଥା ଉପଜାତି ଶ୍ରେଣୀଭୁକ୍ତ ହିତାଧିକାରୀଙ୍କୁ ୭୦% ଅନୁଦାନ ମିଳିପାରିବ l ପଶୁପାଳକମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଏହି ଯୋଜନାର ଲକ୍ଷ୍ୟ ଅଟେ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)