News

ବିକ୍ରି ହେଉନି ସରକାରୀ ବିହନ

ହେଲେ ବିକ୍ରି ହେଉନାହିଁ ଧାନ ବିହନ । 50 ପ୍ରତିଶତ ହ୍ରାସ ପାଇଛି ଧାନ ବିହନ ବିକ୍ରି । ସରକାରୀ ଅଣଧାନ ବିହନ ବିକ୍ରି ମଧ୍ୟ ବନ୍ଦ । ସରକାରଙ୍କ ଓଟିପି(OTP) ସିଷ୍ଟମ କାରଣରୁ ଧାନ ବିହନ ବିକ୍ରିରେ ବାଧା ଉପୁଜୁଥିବା ଜଣାପଡିଛି ।

31 May, 2022 3:37 PM IST By: Shuvanshu Kar

ଆଗକୁ ଆସୁଛି ଖରିଫ ଋୁତୁ । ଖରିଫ ଧାନ ଚାଷ ପାଇଁ ପ୍ରସ୍ତୁତ ହେଲେଣି ଚାଷୀ । ହେଲେ ବିକ୍ରି ହେଉନାହିଁ ସରକାରୀ ଧାନ ବିହନ(government seeds) । 50 ପ୍ରତିଶତ ହ୍ରାସ ପାଇଛି ଧାନ ବିହନ ବିକ୍ରି । ସରକାରୀ ଅଣଧାନ ବିହନ ବିକ୍ରି ମଧ୍ୟ ବନ୍ଦ । ସରକାରଙ୍କ ଓଟିପି(OTP) ସିଷ୍ଟମ କାରଣରୁ ଧାନ ବିହନ ବିକ୍ରିରେ ବାଧା ଉପୁଜୁଥିବା ଜଣାପଡିଛି ।

ଏପଟେ ସରକାରୀ ବିହନ(government seeds) ବିକ୍ରି ବନ୍ଦ ଥିବାରୁ କମ୍ପାନୀ ବିହନ ବିକ୍ରିରେ ବୃଦ୍ଧି ଘଟିଛି । ଗତବର୍ଷ ୫ ଲକ୍ଷ କ୍ବିଣ୍ଟାଲ ବିହନ ଯୋଗାଣ ହୋଇଥିଲା ବିହନ ନିଗମ । ହେଲେ ଚଳିତ ବର୍ଷ ଏହି ବିକ୍ରି ହ୍ରାସ ପାଇ ୩ ଲକ୍ଷ କ୍ବିଣ୍ଟାଲ ଯୋଗାଣ ହୋଇଛି । ଚଳିତ ବର୍ଷ ଏବେସୁଦ୍ଧା ୬୦ ହଜାର କ୍ବିଣ୍ଟାଲ ସରକାରୀ ଧାନ ବିହନ ବିକ୍ରି ହୋଇଥଇବା ସୂଚନା ମିଳିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ବିକ୍ରି ହୋଇଥିବା ବିହନ ଚାଷୀ କିଣି ନାହାନ୍ତି, ବରଂ ଏହା ଡିଲର କିଣିଥିବା ବିହନ ।

ସରକାରୀ ବିହନ(government seeds) ରିହାତିରେ ମିଳିଥାଏ । ଏ ବର୍ଷ ସରକାର ଲାଗୁ କରିଥିବା ଡିବିଟି ସିଷ୍ଟମରେ ଚାଷୀଙ୍କ ଫୋନକୁ ଏକ ଓଟିପି ଆସିବ । ଆଉ ଏହି ଓଟିପି ଦେଖାଇ ବ୍ୟାଙ୍କ ଖାତାରେ ସବସିଡି ଟଙ୍କା ଫେରିପାଇବେ ଚାଷୀ । ତେବେ ଏହି ପ୍ରକ୍ରିୟାରେ ବଜଟିଳ ହୋଇଥିବାରୁ ଚାଷୀ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପାଇଲଟ ବିନା ନୂଆ ନିୟମ ଲାଗୁ କାରଣରୁ ସରକାରୀ ବିହନ ବିକ୍ରିରେ ବ୍ୟତିକ୍ରମ ହୋଇଛି ।

ଧାନ ଚାଷ ପାଇଁ କେମିତି ବାଛିବେ ଉନ୍ନତମାନର ବିହନ, ଜାଣନ୍ତୁ...

ଯକୃତ ରୋଗର ରାମବାଣ ବିରଳ ବ୍ରହ୍ମକମଳ, ଜାଣନ୍ତୁ କେଉଁଠି ହୁଏ ଚାଷ ?

ଅନ୍ୟପକ୍ଷେ ସବସିଡି ଟଙ୍କାର ବାଟମାରଣା ରୋକିବାକୁ ଡିବିଟି ସିଷ୍ଟମ ଲାଗୁ କରିଥିବା କୃଷି ବିଭାଗ କହିଛି । ବର୍ତ୍ତମାନ ଯାଏଁ ସବସିଡି ଟଙ୍କା ଚାଷୀଙ୍କ ଆକାଉଣ୍ଟରେ ଜମା ହେଉଥିଲା । ହେଲେ ଏବେ ଡିଲର ଜରିଆରେ ବିକ୍ରି ହେଉଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)