News

ମୁଣ୍ଡ ଟେକିଛି ଜଳସଙ୍କଟ, ସଂରକ୍ଷଣ ପାଇଁ ଯୋଜନା

ମହାନଦୀ ସହିତ ଋଷିକୁଲ୍ୟା ନଦୀ ସଂଯୋଗୀକରଣ ଯୋଜନା ରଖିଛନ୍ତି ସରକାର | ଗଞ୍ଜାମ ଜିଲ୍ଲାର ୪ଟି ନଦୀକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ଯାହାଦ୍ୱାରା ବର୍ଷାଜଳକୁ ସଂରକ୍ଷିତ ରଖାଯାଇ ଅନ୍ୟ କାମରେ ବିନିଯୋଗ କରାଯାଇ ପାରିବ ବୋଲି ଆଶା ରଖାଯାଇଛି |

10 June, 2022 2:50 PM IST By: Rajashree

ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜଳ ସଙ୍କଟ ଦେଖାଯାଉଛି , ସେହି ମଧ୍ୟରୁ ଗଞ୍ଜାମ ଜିଲ୍ଲା ଅନ୍ୟତମ | ଗଞ୍ଜାମ ଜିଲ୍ଲାରେ ଏବେ ମୁଣ୍ଡ ଟେକିଚି ଜଳ ସଙ୍କଟ(Water Problem) | ଜିଲ୍ଲାରେ ଥିବା ଜଳ ଉତ୍ସର ଜଳ ସଂରକ୍ଷଣ ପାଇଁ ଯୋଜନା କରୁଛନ୍ତି ସରକାର |

ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲାର ୪ଟି ନଦୀର ଜଳ ସଂରକ୍ଷଣ (river projects in odisha)ପାଇଁ ଯୋଜନା କରିଥିବା ଜଣା ପଡିଛି | ଏଥିପାଇଁ ଆଇଏସ୍ଏସ୍ (ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର୍‌) ବା ଅନ୍ତଃନଦୀ ଜଳାଶୟ ଯୋଜନା ହାତକୁ ନିଆଯାଇଛି।

ମହାନଦୀ ସହିତ ଋଷିକୁଲ୍ୟା ନଦୀ ସଂଯୋଗୀକରଣ ଯୋଜନା ରଖିଛନ୍ତି ସରକାର | ଗଞ୍ଜାମ ଜିଲ୍ଲାର ୪ଟି ନଦୀକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ଯାହାଦ୍ୱାରା ବର୍ଷାଜଳକୁ ସଂରକ୍ଷିତ (water consume)ରଖାଯାଇ ଅନ୍ୟ କାମରେ ବିନିଯୋଗ କରାଯାଇ ପାରିବ ବୋଲି ଆଶା ରଖାଯାଇଛି |

ଆବଶ୍ୟକ ଜଳସେଚନ ସୁବିଧା (river projects in odisha) ହେଉନଥିବାରୁ ରବି ଋତୁରୁ ଚାଷ କରିବା ଚାଷୀଙ୍କ ପାଇଁ କାଠିକର ପାଠ ହେଉଛି | ଖରା ଦିନେ ଜଳ ର ଅଭାବ ଯୋଗୁଁ ବିଭିନ୍ନ ପ୍ରକାର ଅସୁବିଧାର ସାମ୍ନା କରୁଛି ଚାଷୀ | ବର୍ଷାଦିନରେ ଜିଲ୍ଲାର ନଦୀଗୁଡ଼ିକ ଉଛୁଳୁଥିବା ବେଳେ ଖରା ଦିନ ଓ ଶୀତରେ ସମାନ ଅସୁବିଧା ଦେଖିବାକୁ ମିଳୁଛି, ତେଣୁ ବର୍ଷାଦିନରେ ନଦୀରେ ଉଛୁଳା ଜଳକୁ କିପରି ସଂରକ୍ଷିତ ରଖାଯାଇ ପାରିବ ସେ ନେଇ ଅନ୍ତଃନଦୀ ଜଳାଶୟ ଯୋଜନା ହାତକୁ ନେଉଛନ୍ତି ସରକାର ।

ଗଞ୍ଜାମ(Ganjam )ଜିଲ୍ଲାର ଋଷିକୁଲ୍ୟା, ଘୋଡ଼ାହାଡ଼, ଧନେଇ ଓ ଆସିକା ବଡ଼ନଦୀରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ| ଏହି ପ୍ରକଳ୍ପ ପାଇଁ ୩୯୦ କୋଟି ଟଙ୍କା ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଥିବା ବ୍ରହ୍ମପୁର ଜଳ ସମ୍ପଦ ବିଭାଗ ସୂତ୍ରରୁ ପ୍ରକାଶ ପାଇଛି | ଋଷିକୁଲ୍ୟା ନଦୀର ସୋରଡ଼ା ନିକଟସ୍ଥ ସିଙ୍ଗିପୁର ଠାରେ ହେବାକୁ ଥିବା ପ୍ରକଳ୍ପ ପାଇଁ ୩୫ କୋଟି ୯୦ ଲକ୍ଷ ଟଙ୍କା ବଜେଟ୍‌ ରଖାଯାଇଥିବା ବେଳେ କଂସାରୀଗଣ୍ଡ ପାଇଁ ୨୪୦ କୋଟି ୭୦ ଲକ୍ଷ ଟଙ୍କାର ବଜେଟ୍‌ ପ୍ରସ୍ତୁତ କରାଯାଇଛି |

ଜକମରପଲ୍ଲୀରେ ହେବାକୁ ଥିବା ପ୍ରକଳ୍ପ (river projects in odisha) ପାଇଁ ୫୮.୮୭ କୋଟି, ଧନେଇ ନଦୀ ସାନବରଗାଁ ପାଇଁ ୨୭.୨୨ କୋଟି, ଆସିକା ବଡ଼ନଦୀ ଢୋଲପିଟା ପାଇଁ ୩୧ କୋଟି ଟଙ୍କାର ବଜେଟ୍‌ ରହିଛି | ଏହି ଯୋଜନାରେ ନଦୀରେ ସୁଦୃଢ଼ ବନ୍ଧ ତିଆରି କରାଯାଇ ପାଣିକୁ ଅଟାକଇ ରଖାଯିବ ଏବଂ ଆବଶ୍ୟକ ସ୍ଥଳେ ଗେଟ୍‌ ଦେଇ ପାଣି ଛଡ଼ାଯିବ | ବିଶେଷ କରି ବର୍ଷାଦିନରେ ନଦୀରେ ପର୍ଯ୍ୟାପ୍ତ ପରିମାଣ ପାଣି ରହିଥାଏ ତେଣୁ ବର୍ଷାଦିନର ପାଣିକୁ ଗଚ୍ଛିତ ରଖି ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରିବା ପାଇଁ ଏହି ପ୍ରକଳ୍ପ ହାତକୁ ନିଆଯାଇଛି | । ଦୁଇବର୍ଷ ମଧ୍ୟରେ ଏହି ସମସ୍ତ କାମ ସମାପ୍ତ ହେବା ନେଇ ଯୋଜନା ରହିଛି | ବ୍ରହ୍ମପୁର, ଭଞ୍ଜନଗର ଓ ଚିକିଟି ଡିଭିଜନ୍‌ ଅଧୀନରେ ଏହି କାମ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ ଅଶ୍ବିନୀ କୁମାର ମହାନ୍ତି |

ମାଟି ପାତ୍ର ଦ୍ଵାରା କରନ୍ତୁ ଜଳ ସେଚନ: କରନ୍ତୁ ଜଳ ସଂରକ୍ଷଣ |

କିପରି କରିବେ ଜଳ ସଂରକ୍ଷଣ !

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)