News

କ୍ୱିଣ୍ଟାଲ ପିଛା 3100 ଟଙ୍କା ମୂଲ୍ୟରେ ଧାନ କିଣିବେ ସରକାର

ଖରିଫ ଋତୁ କ୍ୱିଣ୍ଟାଲ ପିଛା ଧାନ ୩,୧୦୦ ଟଙ୍କା ମୂଲ୍ୟରେ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବ ସରକାରୀ ସ୍ତରରେ ।

21 June, 2024 4:00 PM IST By: Tanushree Mahapatra

ଅନେକ ଦିନର ଦାବି ଆଜି ପୂରଣ ହୋଇଛି କାରଣ ଚାଷୀଙ୍କୁ ମିଳିବ ଉଚିତ ମୂଲ୍ୟ l ଶ୍ରମ ଖର୍ଚ୍ଚ କରି ଚାଷ କରୁଥିବା ଚାଷୀଙ୍କ ମନକଥା ବୁଝିଛନ୍ତି ସରକାର l ଏଥର ଓଡିଶାର ଧାନ ଚାଷୀଙ୍କ ପାଇଁ ସରକାର ଆଣିଛନ୍ତି ଖୁସି ଖବର । ଏଥର ସରକାରଙ୍କ ଏହି ନିଷ୍ପତ୍ତି ପରେ ରାଜ୍ୟର କୃଷକମାନେ ଧାନର ଉଚିତ ମୂଲ୍ୟ ବୃଦ୍ଧି ପାଇବେ।

ଖରିଫ ଋତୁ କ୍ୱିଣ୍ଟାଲ ପିଛା ଧାନ ୩,୧୦୦ ଟଙ୍କା ମୂଲ୍ୟରେ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବ ସରକାରୀ ସ୍ତରରେ । ଏହା ରାଜ୍ୟର ଚାଷୀଙ୍କୁ ବହୁତ ଆରାମ ପ୍ରଦାନ କରିବ କାରଣ ଏହି ମୂଲ୍ୟ ପାଇଁ ଅନେକ ଦିନରୁ ଚାଷୀ ଦାବି କରିଆସୁଥିଲେ । ସୂଚନା ପ୍ରଦାନ କରି ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କହିଛନ୍ତି ଯେ ଏଥର ଧାନ କ୍ରୟ ମୂଲ୍ୟ ଠିକ ସମୟରେ କୃଷକମାନଙ୍କୁ ଦିଆଯିବ। ଯାହାଦ୍ୱାରା ସେମାନଙ୍କୁ ଟଙ୍କା ପାଇଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ l

ଓଡ଼ିଶାରେ ନୂତନ ସରକାର ଗଢି ହେଵା ପରେ ପ୍ରଥମ କ୍ୟାବିନେଟ ବୈଠକରେ କୃଷି ଉପରେ ପ୍ରାଧାନ୍ୟ ଦିଆଯାଇଥିଲା । ଯାହାକି ଧାନର ଏମଏସପି କୁ ୩୧୦୦ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଚାଷୀମାନେ ଏହି ଏମଏସପି ବୃଦ୍ଧିକୁ ନେଇ ଅନେକ ଖୁସି ରହିଛନ୍ତି । କାରଣ, ପୂର୍ବରୁ ଚାଷୀ ମାନେ ଧାନର ଉଚିତ ମୂଲ୍ୟ ନ ପାଇବାରୁ ଚାଷ ପ୍ରତି ମୁହଁ ଫେରାଇ ନେଉଥିଲେ। ପୂର୍ବରୁ ଅନେକ ଚାଷୀ ଏପରି ରହିଛନ୍ତି ଯେଉଁମାନେ ଧାନ ଚାଷ କରି କ୍ଷତି ସହୁଥିଲେ। କିନ୍ତୁ ଅନେକ କଷ୍ଟ ସହି ଧାନ ଚାଷ କରି କମ ମୂଲ୍ୟରେ ଧାନକୁ ବିକ୍ରି କରୁଥିଲେ l ଏହି ନୂଆ ଦର ଲାଗୁ ହେବା ପରେ ପୁଣି ଥରେ ଚାଷୀ ଚାଷ ପ୍ରତି ଉତ୍ସାହିତ ହେବ l

କଟନି ଛଟନି ରୁ କିପରି ପାଇବେ ଲାଭ ?

ଓଡ଼ିଶାରେ ଧନରେ କଟନି ଛଟନିଚାଷୀଙ୍କ ପାଇଁ ଏକ ବଡ ସମସ୍ୟା l ଚାଷୀଙ୍କୁ ଏହାର ସାମ୍ନା କରିବାକୁ ପଡ଼ିଥାଏ ପ୍ରତିଥର l ଏହି କାରଣରୁ କୃଷକମାନଙ୍କୁ ବିପୁଳ କ୍ଷତିର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି l ମିଲ୍ ମାଲିକ ଏବଂ ମଧ୍ୟସ୍ଥିମାନେ ଏଥିରୁ ଖୁବ ଲାଭ କମାଇଥାନ୍ତି l ଧାନ କିଣିବାରେ ଚାଲିଥିବା ଏହି ଅପ ବ୍ୟବସ୍ଥାକୁ ଶେଷ କରିବାକୁ ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, "ଆମେ ନିଶ୍ଚିତ କରିବୁ ଯେ ଏହି ପ୍ରକ୍ରିୟା ଅନୁଯାୟୀ କ୍ରୟ ସମୟରେ ଚାଷୀଙ୍କୁ କୌଣସି ସମସ୍ୟା ଭୋଗିବାକୁ ପଡ଼ିବ ନାହିଁ l ଏଥର ଉଭୟ ଖରିଫ ଏବଂ ରବି ଋତୁରେ କଟନି ଛଟନି କାରଣରୁ ଚାଷୀମାନେ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଯାହା ଆଗାମୀ ଭବିଷ୍ୟତରେ ଆଉ ହେବାକୁ ପଡ଼ିବ ନାହିଁ l

ଅଧିକ ପଢ଼ନ୍ତୁ

କରି ନାହାନ୍ତି କି E-kyc ? ମିଳିବନି ମାଗଣା ରାସନ....

ପର୍ଯ୍ୟାପ୍ତ ପରିମାଣର ଗହମ ମହଜୁଦ: କେନ୍ଦ୍ର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)