News

ପ୍ରତିଷ୍ଠିତ ପଦବୀରେ ଆଉ ଜଣେ ଓଡ଼ିଆ

ଆଜି ଦେଶରେ ଅନେକ ବଡ ବଡ ପଦ ପଦବୀରେ ଓଡ଼ିଆ ବ୍ୟକ୍ତିତ୍ୱ ନିଜ ସ୍ଥାନ ଅଧିକାର କରିଛନ୍ତି l ଦେଶର ସରକାରୀ ହେଉ କି ବେସରକାରୀ ସଂସ୍ଥା ନିଜ ଗୁଣ ବଳରେ ଆଜି ପ୍ରତିଷ୍ଠିତ ସ୍ଥାନ ଗ୍ରହଣ କରିବାରେ ସକ୍ଷମ ହୋଇଛନ୍ତି l

29 April, 2023 4:01 PM IST By: Tanushree Mahapatra

ଆଜି ଦେଶରେ ଅନେକ ବଡ ବଡ ପଦ ପଦବୀରେ ଓଡ଼ିଆ ବ୍ୟକ୍ତିତ୍ୱ ନିଜ ସ୍ଥାନ ଅଧିକାର କରିଛନ୍ତି l ଦେଶର ସରକାରୀ ହେଉ କି ବେସରକାରୀ ସଂସ୍ଥା ନିଜ ଗୁଣ ବଳରେ ଆଜି ପ୍ରତିଷ୍ଠିତ ସ୍ଥାନ ଗ୍ରହଣ କରିବାରେ ସକ୍ଷମ ହୋଇଛନ୍ତି  l ଯେପରିକି ଦେଶର ରାଷ୍ଟ୍ରପତି ହେଉଛନ୍ତି ଦେଶ ପାଇଁ ବଡ ଉଦାହରଣ l

ନିଜ ବୁଦ୍ଧି ବଳରେ ଆଜି ଦେଶର ସର୍ବଶ୍ରେଷ୍ଠ ପଦବୀ ଅଧିକାର କରିଛନ୍ତି l  ନିକଟରେ ଆଉ ଜଣେ ଓଡ଼ିଆ ବ୍ୟକ୍ତି ଦେଶର ବୃହତ୍ତମ ବୀମା କମ୍ପାନୀ ଏଲଆଇସିର ନୂଆ ଅଧ୍ୟକ୍ଷ ଭାବେ ଓଡ଼ିଆଙ୍କୁ ନିଯୁକ୍ତି ମିଳିଛି । ସେ ହେଉଛନ୍ତି ସିଦ୍ଧାର୍ଥ ମହାନ୍ତି । ତାଙ୍କୁ ଦେଶର ବୃହତ୍ତମ ବୀମା କମ୍ପାନି ଏଲଆଇସିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ସିଦ୍ଧାର୍ଥ ଏବେ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ତଥା ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି । ତେବେ ଆସନ୍ତା ବର୍ଷ ଜୁନ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକା​ଳ ରହିବ ।

ଫାଇନାନ୍ସିଆଲ ସର୍ଭିସେସ ଇଷ୍ଟିଚ୍ୟୁସନ୍ସ ବ୍ୟୁରୋ – ଏଫଏସ ଆଇବି ପକ୍ଷରୁ ଅଧ୍ୟକ୍ଷ ପଦ ପାଇଁ ସିଦ୍ଧାର୍ଥ ମହାନ୍ତିଙ୍କ ନାମ ସୁପାରିଶ କରାଯାଇଥିଲା । ଏହାକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି ଏବଂ ଆଉ ଜଣେ ଓଡ଼ିଆଙ୍କୁ ସୁଯୋଗ ଦେଇଛନ୍ତି ଜନସେବା ତଥା ଦେଶର ନାଗରିକଙ୍କ ସେବା କରିବା ପାଇଁ । ଏଫଏସଆଇବି ହେଉଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧିନରେ ଥିବା ଏକ ସ୍ବୟଂ ଶାସିତ ସଂସ୍ଥା ।

ତେବେ ସୂଚନା ଅନୁଯାୟୀ ୧୯୮୫ରେ ଏଲଆଇସିରେ ଯୋଗ ଦେଇଥିଲେ ସିଦ୍ଧାର୍ଥ ମହାନ୍ତି । ୨୦୨୧ ଫେବ୍ରୁଆରିରେ ଏଲଆଇସିର ପରିଚାଳନା ନିର୍ଦ୍ଦେଶକ ଭାବେ ତାଙ୍କୁ ନିଯୁକ୍ତ କରାଯାଇଥିଲା । ସିଦ୍ଧାର୍ଥ ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ସହ ମଧ୍ୟ ଆଇନ ଓ ବିଜନେସ ମ୍ୟାନେଜମେଣ୍ଟରେ ମଧ୍ୟ ଡିଗ୍ରୀ ହାସଲ କରିଛନ୍ତି । ତେବେ ଏ ଭଳି ପଦ ରେ ନିଯୁକ୍ତୟୀ ପରେ ସେ ନିଜକୁ ଖୁବ ଗର୍ବ ମାନେ କରିଛନ୍ତି l

ତେବେ ଏଲ୍ଆଇସିର ନୂଆ ମୁଖ୍ୟ ଭାବେ ଦାଇତ୍ୱ ପାଇଥିବା ଏହି ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି ଏବେ ୨୦୨୫ ଜୁନ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ଏହି ପଦବୀ ପାଇଁ  । ସୂଚନା ଅନୁଯାୟୀ ଆସନ୍ତା ବର୍ଷ ଜୁନ୍ ମାସ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ ବୋଲି ଜଣାପଡିଛି । ତେବେ ସୂଚନା ଅନୁଯାୟୀ ଏହା ପରେ ୧ ବର୍ଷ ପାଇଁ ଏଲଆଇସିର ଚିଫ୍ ଏଗଜିକ୍ୟୁଟିଭ୍ ଭାବେ କାର୍ଯ୍ୟ କରିବେ ବୋଲି ଜଣ ପଡିଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)