News

ଜୈବିକ ଚାଷୀଙ୍କୁ ରାଜସ୍ଥାନ ସରକାର ଦେଲେ ଉପହାର

ଦେଶର କୃଷକଙ୍କ ସୁବିଧା ପାଇଁ ସରକାର କ୍ରମାଗତ ଭାବରେ କୃଷିକୁ ଆଧୁନିକତା ସହିତ ଯୋଡିବାକୁ ଚେଷ୍ଟା କରୁଛନ୍ତି, ଯାହା ଦ୍ୱାରା କୃଷକମାନେ ସେମାନଙ୍କ ଉତ୍ପାଦ ପାଇଁ ଭଲ ମୂଲ୍ୟ ପାଇପାରିବେ । ଅନଲାଇନରେ ମଣ୍ଡି କରାଯାଉଛି ଏବଂ ସରକାର ସବୁ ପ୍ରକାରର ଉଦ୍ୟମ କରୁଛନ୍ତି ।

20 July, 2021 10:12 AM IST By: Sugyan Kumar Nayak

ଦେଶର କୃଷକଙ୍କ ସୁବିଧା ପାଇଁ ସରକାର କ୍ରମାଗତ ଭାବରେ କୃଷିକୁ ଆଧୁନିକତା ସହିତ ଯୋଡିବାକୁ ଚେଷ୍ଟା କରୁଛନ୍ତି, ଯାହା ଦ୍ୱାରା କୃଷକମାନେ ସେମାନଙ୍କ ଉତ୍ପାଦ ପାଇଁ ଭଲ ମୂଲ୍ୟ ପାଇପାରିବେ । ଅନଲାଇନରେ ମଣ୍ଡି କରାଯାଉଛି ଏବଂ ସରକାର ସବୁ ପ୍ରକାରର ଉଦ୍ୟମ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ରାଜସ୍ଥାନ ସରକାର ରାଜ୍ୟର ଚାଷୀଙ୍କ ପାଇଁ ଏକ ଉତ୍ତମ ପଦକ୍ଷେପ ନେଇଛନ୍ତି। ଜୈବିକ କୃଷି କରୁଥିଵା କୃଷକମାନଙ୍କ ପାଇଁ ସରକାର ଏକ ଆପ୍ ଲଞ୍ଚ କରିଛନ୍ତି, ଯାହା ଦ୍ୱାରା ସେମାନେ ଅନଲାଇନରେ ସେମାନଙ୍କ ଉତ୍ପାଦକୁ ସହଜରେ କିଣାବିକା କରିପାରିବେ। ରାଜସ୍ଥାନ କୃଷି ବିଭାଗ 'ରାଜ କିସାନ ଜୈବିକ' ମୋବାଇଲ୍ ଆପ୍ ତିଆରି କରିଛନ୍ତି, ଯାହା ମାଧ୍ୟମରେ ରାଜ୍ୟରେ ଜୈବିକ ପଦାର୍ଥ କ୍ରୟ ଏବଂ ବିକ୍ରୟ ବର୍ତ୍ତମାନ ଘରେ ବସି ଅନଲାଇନରେ କରାଯାଇପାରିବ। ଜୈବିକ ପଦାର୍ଥ ବିକ୍ରୟ କରିବାରେ ବର୍ତ୍ତମାନ କୃଷକମାନଙ୍କର କୌଣସି ଅସୁବିଧା ହେବ ନାହିଁ l  କୃଷି ମନ୍ତ୍ରୀ ଲାଲଚାନ୍ଦ କାତାରିଆ କହିଛନ୍ତି ଯେ ରାଜସ୍ଥାନ ରାଜ୍ୟ ଜୈବିକବ ପ୍ରମାଣୀକରଣ ସଂଗଠନରେ ୯୦ ଟି ଜୈବିକ ଉତ୍ପାଦକ ଗୋଷ୍ଠୀ ପଞ୍ଜିକୃତ ହୋଇଛନ୍ତି, ଯେଉଁଥିରେ ୨୦ ହଜାରରୁ ଅଧିକ ଚାଷୀ ଜଡିତ ଅଛନ୍ତି। ଏହି କୃଷକମାନେ ଜୈବିକ ଶସ୍ୟ, ଜୈବିକ ପନିପରିବା, ଜୈବିକ ମସଲା ଏବଂ ଜୈବିକ ଫଳ ଉତ୍ପାଦନ କରୁଛନ୍ତି, କିନ୍ତୁ ସେମାନଙ୍କ ଉତ୍ପାଦ ବିକ୍ରୟ କରିବା ପାଇଁ କ୍ରେତା ଖୋଜିବା କଷ୍ଟକର ହୋ‍ଇଯାଉଛି । ଏଥିରୁ ମୁକ୍ତି ପାଇବା ପାଇଁ କୃଷକ ଏବଂ ଗ୍ରାହକଙ୍କୁ ଏକ ଅନଲାଇନ୍ ପ୍ଲାଟଫର୍ମ ଯୋଗାଇବା ନିମନ୍ତେ 'ରାଜ କିସାନ୍ ଜୈବିକ' ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯାଇଛି।

ଏହି ଆପ୍ ରେ ବହୁ ସଂଖ୍ୟକ କୃଷକମାନେ ପଞ୍ଜୀକୃତ ହେଉଛନ୍ତି ମନ୍ତ୍ରୀ ଲାଲଚାନ୍ଦ କାତାରିଆ କହିଛନ୍ତି ଯେ ଏହି ଆପ୍‍ ରେ ପଞ୍ଜୀକରଣ କରି ଉତ୍ପାଦକ ଏବଂ ବେପାରୀ-ଗ୍ରାହକମାନେ ପରସ୍ପର ସହ ଯୋଗାଯୋଗ କରି ଉତ୍ପାଦ କ୍ରୟ କରିପାରିବେ। ଏଥିରେ ଉଭୟ ବ୍ୟକ୍ତିଗତ ଏବଂ ଗୋଷ୍ଠୀ ପ୍ରମାଣିତ କୃଷକମାନେ ନିଜକୁ ପଞ୍ଜୀକୃତ କରିପାରିବେ । ଏହି ଆପ୍‍ ରେ ଏପର୍ଯ୍ୟନ୍ତ ୧୬୦ ଜଣ କୃଷକ ଏବଂ ୨୯ ଜଣ କ୍ରେତା ପଞ୍ଜୀକୃତ ହୋଇଛନ୍ତି।

ଏହି ଆପ୍ ଗୁଗଲ୍ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ  l ଜୈବିକ ଚାଷକୁ ପ୍ରୋତ୍ସାହିତ କରିବା ଏବଂ କ୍ରୟ ତଥା ବିକ୍ରୟକୁ ସହଜ କରିବା ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। ଏହି କ୍ରମରେ ଜୟପୁରର ଦୁର୍ଗାପୁରାରେ ଥିବା କୃଷି ପରିଚାଳନା ପ୍ରତିଷ୍ଠାନରୁ ଜୈବିକ ଉତ୍ପାଦ ବିକ୍ରୟ ପ୍ରୋତ୍ସାହନ ସ୍ଥାନର ଆରମ୍ଭ କରାଯାଇଥିଲା । କୃଷି ବିଭାଗର ମୁଖ୍ୟ ସଚିବ ଭାସ୍କର ଏ ସାୱନ୍ତ କହିଛନ୍ତି ଯେ ଗୁଗୁଲ୍ ପ୍ଲେ ଷ୍ଟୋରରୁ 'ରାଜ କିସାନ୍ ଜୈବିକ' ମୋବାଇଲ୍ ଆପ୍ ଡାଉନଲୋଡ୍ କରି କୃଷକମାନେ ବିକ୍ରେତା ଭାବରେ ପଞ୍ଜୀକୃତ ହୋଇପାରିବେ। ରାଜସ୍ଥାନ ସରକାର କୃଷକମାନଙ୍କୁ ଜୈବିକ ଚାଷକୁ ପ୍ରୋତ୍ସାହିତ କରିବାକୁ ଉତ୍ସାହିତ କରୁଛନ୍ତି। ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ମୋଟ ୫୦୦୦ କ୍ଲଷ୍ଟର କାର୍ଯ୍ୟକାରୀ ହେଉଛି। ଜୈବିକ ଚାଷ ମାଧ୍ୟମରେ ପରିବେଶ-ସଂରକ୍ଷିତ କୃଷିକୁ ପ୍ରୋତ୍ସାହନ ଦେଇ ଅମଳ ବୃଦ୍ଧି ପାଇଁ ରାସାୟନିକ ସାର ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ପ୍ରୟାସ କରାଯାଉଛି।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)