News

ଚାଷୀଙ୍କ ପାଇଁ ବଡ ଖବର, MSP ମୂଲ୍ୟରେ ହୋଇପାରେ ବଡ ବୃଦ୍ଧି

2022-23ରେ ଖରିଫ ଫସଲ ପାଇଁ ସରକାର ଏମଏସପି(MSP) ବଢାଇବାକୁ ଖୁବ ଶୀଘ୍ର ଘୋଷଣା କରିପାରନ୍ତି ବୋଲି ସୂଚନା ମିଳୁଛି ।

06 June, 2022 11:19 AM IST By: Shuvanshu Kar

ଦେଶର ଚାଷୀଙ୍କୁ ଖୁବ ଶୀଘ୍ର ମିଳିପାରେ ବଡ ଆଶ୍ବସ୍ତି । ଚାଷୀଙ୍କ ପାଇଁ ଖୁସି ଖବର ଆଣିବାକୁଯାଉଛନ୍ତି କେନ୍ଦ୍ର ସରକାର । ଏହା ଜରିଆରେ ଚାଷୀଙ୍କୁ ନିଜ ଫସଲର ଆହୁରି ଅଧିକ ମୂଲ୍ୟ ମିଳିବ । 2022-23ରେ ଖରିଫ ଫସଲ ପାଇଁ ସରକାର ଏମଏସପି(MSP) ବଢାଇବାକୁ ଖୁବ ଶୀଘ୍ର ଘୋଷଣା କରିପାରନ୍ତି ବୋଲି ସୂଚନା ମିଳୁଛି ।

କେନ୍ଦ୍ର ସରକାର ଏହି ବର୍ଷ ଏମଏସପିରେ 5ରୁ 20 ପ୍ରତିଶତ ଯାଏଁ ବୃଦ୍ଧି କରିପାରନ୍ତି । ଚାଷ କ୍ଷେତ୍ରରେ ବଢୁଥିବା ଦର ଓ କୃଷି ଉପକରଣରେ ଦରବୃଦ୍ଧି କାରଣରୁ ଏହି ନିଷ୍ପତ୍ତି ଉପରେ ସରକାର ବିଚାର କରୁଛନ୍ତି ।ସରକାରଙ୍କ ଏହି ନିଷଅପତ୍ତି କାରଣରୁ ଚାଷୀଙ୍କୁ ବଡ ଆଶ୍ବସ୍ତି ମିଳିବାର ସମ୍ଭାବନା ରହିଛି ।

2018-19 ପରେ ସବୁଠୁ ଅଧିକ ଉତ୍ପାଦନ ଉପରେ ଆସୁଥିବା ଖର୍ଚ୍ଚକୁ ଦେଖି 50 ପ୍ରତିଶତ ଲାଭର ଏକ ନୂଆ ନୀତି ପ୍ରସ୍ତୁତ କରାଯାଇଛି । ଏହି ନୀତି କାରଣରୁ ଖରିଫ ଫସଲ ପାଇଁ ଏମଏସପିକୁ 4.1ରୁ ନେଇ 28.1 ପ୍ରତିଶତ ଯାଏଁ ବୃଦ୍ଧି କରାଯାଇଛି । ରିପୋର୍ଟ ଅନୁଯାୟୀ ଏମଏସପି ଉପରେ ଗତ 3 ବର୍ଷରେ 1ରୁ 5 ପ୍ରତିଶତ ଯାଏଁ ବୃଦ୍ଧି କରାଯାଇଛି । ସେହିପରି ସୋୟାବିନ ସହ ଚିନାବାଦାମ ପାଇଁ ମଧ୍ୟ ଏମଏସପିରେ ସବୁଠୁ ଅଧିକ ବୃଦ୍ଧି ପାଇଁ ସୁପାରିଶ କରାଯାଇଛି ।

କୃଷକମାନଙ୍କୁ ଉତ୍ତମ ଉପହାର! ଗହମ, ଗ୍ରାମ ପରି 6 ଟି ରବି ଫସଲର MSP ରେ ବୃଦ୍ଧି |

budget 2022 : ବଜେଟର ରାସାୟନ ମୁକ୍ତ କୃଷିକୁ ପ୍ରୋତ୍ସାହିତ ; MSP ରେକର୍ଡ଼ କ୍ରୟ କରାଯିବ

ଖରିଫ ଫସଲ ଉପରେ ଏମଏସପି ବୃଦ୍ଧି ଯୋଗୁଁ ଗ୍ରାମୀଣ ଅଞ୍ଚଳରେ ଚାଷୀଙ୍କ ଆୟ ବଢିବ । ଏହାଫଳରେ ସେମାନଙ୍କ କ୍ରୟ କ୍ଷମତାରେ ମଧ୍ୟ ବୃଦ୍ଧି ଘଟିବ । ଚାଷୀଙ୍କୁ ଦିଆଯିବାକୁଥିବା ଏମଏସପିରେ ଚାଷୀଙ୍କ ପକ୍ଷରୁ ଫସଲରେ ହେଉଥିବା ସମସ୍ତ ଖର୍ଚ୍ଚ ସାମିଲ ରହିଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)