News

୬୨୦ଲକ୍ଷ ଟନ୍‍ ଧାନ ସଂଗ୍ରହ : ଏମଏସପି ଆଧାରରେ ଚାଷୀଙ୍କୁ ମିଳିଛି ୧ଲକ୍ଷ ୧୭ ହଜାର କୋଟି ଟଙ୍କା

ନୁଆଦିଲ୍ଲୀ : ଚଳିତ ଖରିଫ ଋତୁରେ ସରକାର ୬୨୦ଲକ୍ଷ ଟନ୍‍ ଧାନ ସଂଗ୍ରହ କରିଛନ୍ତି। କୃଷି ମନ୍ତ୍ରଣାଳୟ କହିଛି ଗତବର୍ଷର ଏହି ସମୟ ତୁଳନାରେ ଏହା ଶତକଡ଼ା ୧୭.୬% ଅଧିକ। ଗତବର୍ଷ ଏହି ସମୟ ମଧ୍ୟରେ ୫୨୭ଲକ୍ଷ ଟନ୍‍ ଧାନ ସଂଗ୍ରହ କରାଯାଇଥିଲା। ମୋଟ୍‍ ସଂଗୃହୀତ ଧାନ ମଧ୍ୟରୁ କେବଳ ପଞ୍ଜାବରୁ ୨୦୨ ଲକ୍ଷ ଟନ୍‍ ଧାନ ସଂଗ୍ରହ କରାଯାଇଛି।

11 February, 2021 3:40 PM IST By: KJ Staff

ନୁଆଦିଲ୍ଲୀ :  ଚଳିତ ଖରିଫ ଋତୁରେ ସରକାର ୬୨୦ଲକ୍ଷ ଟନ୍‍ ଧାନ ସଂଗ୍ରହ କରିଛନ୍ତି। କୃଷି ମନ୍ତ୍ରଣାଳୟ କହିଛି ଗତବର୍ଷର ଏହି ସମୟ ତୁଳନାରେ ଏହା ଶତକଡ଼ା ୧୭.୬% ଅଧିକ। ଗତବର୍ଷ ଏହି ସମୟ ମଧ୍ୟରେ ୫୨୭ଲକ୍ଷ ଟନ୍‍ ଧାନ ସଂଗ୍ରହ କରାଯାଇଥିଲା। ମୋଟ୍‍ ସଂଗୃହୀତ ଧାନ ମଧ୍ୟରୁ କେବଳ ପଞ୍ଜାବରୁ ୨୦୨ ଲକ୍ଷ ଟନ୍‍ ଧାନ ସଂଗ୍ରହ କରାଯାଇଛି। ଏହା ମୋଟ୍‍ ସଂଗୃହୀତ ଧାନର ୩୨.୭୪ ପ୍ରତିଶତ। ମନ୍ତ୍ରଣାଳୟ କହିଛି ପଞ୍ଜାବ, ହରିଆନା, ଉତ୍ତରପ୍ରଦେଶ, ତେଲଙ୍ଗାନା,ଉତ୍ତରାଖଣ୍ଡ, ତାମିଲନାଡୁ, ଚଣ୍ଡୀଗଡ଼, ଜାମ୍ମୁ ଓ କାଶ୍ମୀର, କେରଳ, ଗୁଜରାତ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଓଡ଼ିଶା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ବିହାର, ଝାଡ଼ଖଣ୍ଡ, ଆସାମ, କର୍ଣ୍ଣାଟକ, ପଶ୍ଚିମବଙ୍ଗ ଓ ତ୍ରିପୁରା ଆଦି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଧାନ ସଂଗ୍ରହ କରାଯାଉଛି। ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ସଂଗ୍ରହ କରାଯାଇ ଏ ବାବଦରେ ୧ଲକ୍ଷ ୧୭ ହଜାର କୋଟି ଟଙ୍କା କୃଷକମାନଙ୍କୁ ଦିଆଯାଇଛି।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)