News

ବେରୋଜଗାରଙ୍କୁ ସରକାର ଦେବେ ୭୫୦୦ !

ବେକାରୀଙ୍କୁ ମାସକୁ ୭୫୦୦ ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦେବାକୁ ଘୋଷଣା ହୋଇଛି ।

06 August, 2024 5:23 PM IST By: Tanushree Mahapatra

ଅନେକ ସମୟରେ ବେକାର ଯୁବକ ଯୁବତୀଙ୍କ ପାଇଁ ସରକାରୀ ସହାୟତା ପ୍ରଦାନ କରିଥାନ୍ତି ସରକାର l କାରଣ ଚାକିରୀ ହରାଇଥିବା କିମ୍ବା ଆଶାୟୀ ଥିବା ବ୍ୟକ୍ତି ଆର୍ଥିକ ସ୍ତରରେ ଦୁର୍ବଳ ହୋଇପଡେ l ଯେଉଁଥିପାଇଁ ସେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୁଏ l ଏହି ସମସ୍ତ ସମସ୍ୟା ଦୂର କରିବାକୁ ସରକାର ଏହି ଯୁବକ ଯୁବତୀଙ୍କୁ ସାହାଯ୍ୟ କରିଥାନ୍ତି l

ଏହି କର୍ମଫରେ ବେରୋଜଗାର ଯୁବଗୋଷ୍ଠୀଙ୍କୁ ସହାୟତା ଯୋଗାଇବା ପାଇଁ ସରକାର ଆରମ୍ଭ କରିଛନ୍ତି ଚେଷ୍ଟା । ଗ୍ରାଜୁଏଟ୍‌ ବା ସ୍ନାତ୍ତକ ହାସଲ କରିଥିବା ସମସ୍ତ ବେକାରୀଙ୍କୁ ମାସକୁ ୫୦୦୦ ଟଙ୍କା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ସେହିଭଳି ପୋଷ୍ଟ ଗ୍ରାଜୁଏଟ୍‌ କିମ୍ବା ସ୍ନାତ୍ତକୋତ୍ତର କରିଥିବା ବେକାରୀଙ୍କୁ ମାସକୁ ୭୫୦୦ ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦେବାକୁ ଘୋଷଣା ହୋଇଛି । 

ବର୍ତ୍ତମାନ ସମସ୍ତ ଶିକ୍ଷିତ ବା ଯୋଗ୍ୟ ଆଶାୟୀ ନିଯୁକ୍ତି ପାଇବାରେ ଅସମର୍ଥ ରହିଛନ୍ତି । ଏହି ବର୍ଗର ଯୁବଗୋଷ୍ଠୀଙ୍କୁ ବେକାରୀ ଭତ୍ତା ଯୋଗାଇ ଦେବାକୁ ସରକାର ସ୍ଥିର କରିଛନ୍ତି । ତେବେ ଯୁବକ ଯୁବତୀ ମାନଙ୍କୁ ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଅବଲମ୍ବନ କରିବାକୁ ହେବ । ଏଥିପାଇଁ ଏହି ଯୁବକ ଯୁବତୀଙ୍କୁ ପ୍ରଥମେ ନଯୁକ୍ତି ପଞ୍ଜିକରଣ କାର୍ଯ୍ୟାଳୟ ମାଧ୍ୟମରେ ନିଜକୁ ପଞ୍ଜିକୃତ କରିବାକୁ ହେବ ।

ଦେଶରେ ବେରୋଜଗାରୀଙ୍କ ସଂଖ୍ୟା ଧୀରେ ଧୀରେ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଅନେକ ଯୋଗ୍ୟ ଆଶାୟୀଙ୍କୁ କୌଣସି କାରଣ ଯୋଗୁଁ ନିଯୁକ୍ତି ମିଳି ପାରୁନାହିଁ । ଯାହାକୁ ଦୃଷ୍ଟିରେ ରଖି ସରକାର ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବା ପାଇଁ ନିଶ୍ଚିନ୍ତ କରିଛନ୍ତି । ଭତ୍ତା ଯୋଗାଇ ସେମାନଙ୍କୁ ଆର୍ଥିକ ସ୍ଥିତି ସ୍ଥିର କରି ନିଯୁକ୍ତି ଖୋଜିବାରେ ସେମାନଙ୍କୁ ସହାୟତା କରୁଛନ୍ତି ସରକାର । 

ବେରୋଜଗାର ଯୁବଗୋଷ୍ଠୀଙ୍କ ପାଖରେ କୌଣସି ଆର୍ଥିକ ସାଧନ ରହି ପାରୁନାହିଁ । ଯାହା ସେମାନଙ୍କୁ ରୋଜଗାର ସାଧନ ଖୋଜିବାରେ ବାଧକ ସାଜୁଛି ତେଣୁ , ସରକାର ଯଥା ସମ୍ଭବ ସହାୟତା କରୁଛନ୍ତି । ତେବେ ଏହି ଯୋଜନାର ଲାଭ ଉଠାଇବା ପୂର୍ବରୁ ମାନଦଣ୍ଡ ବିଷୟରେ ଜାଣିବା ଜରୁରୀ । ଆପଣ ଏହି ୱେବ୍‌ସାଇଟ୍‌ ଭିଜିଟ୍‌ କରି ପାରିବେ ଯେଉଁଠାରେ ବେକାରୀ ଭତ୍ତା ପାଇଁ ସମସ୍ତ ତଥ୍ୟ ପ୍ରଦାନ କରାଯାଇଛି । ଏହାପରେ ପ୍ରୋଫାଇଲ୍‌ ଅପ୍‌ଡେଟ୍‌ କରି ମଧ୍ୟ କିଛି ସାଧାରଣ ତଥ୍ୟ ପ୍ରଦାନ କରିବାକୁ ହେବ ଆପଣଙ୍କୁ । ଏହାପରେ ଯୋଜନାର ଲାଭ ପାଇବାକୁ ଯୋଗ୍ୟ ବିବେଚିତ ହେବେ ଆପଣ।   

ଅଧିକ ପଢ଼ନ୍ତୁ

Farmer Scheme: ପାଣିପମ୍ପ୍‌ ସବ୍‌ସିଡି ଦେବେ ସରକାର !

pm kisan: ଚାଷୀଙ୍କ ପାଇଁ ଏହା ଜରୁରୀ !

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)