News

GOOD NEWS: ଏକର ପିଛା ୨ ହଜାର ଟଙ୍କା!

ଏକର ପିଛା ମୋଟ ୨ ହଜାର ଟଙ୍କାର ବୋନସ୍ ପ୍ରଦାନ କରିବା ପ୍ରସ୍ତାବକୁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି .....

09 August, 2024 12:16 PM IST By: Tanushree Mahapatra

ଦେଶରେ ଜୁନ ମାସରୁ ମୌସୁମୀ ବର୍ଷା ଆରମ୍ଭ ହୋଇଛି l ବିଭିନ୍ନ ରାଜ୍ୟରେ ବର୍ଷା ହେଉଥିବାବେଳେ ଅନ୍ୟ କିଛି ବଳକା ରାଜ୍ୟରେ ଆଦୌ ବର୍ଷା ହୋଇନାହିଁ  ଅଥବା ବର୍ଷା ପରିମାଣ ଅଳ୍ପ ରହିଚି l

ଯାହାଦ୍ୱାରା ଚାଷୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଚାଷ ନଷ୍ଟ ହୋଇଛି ତ ଆଉ କେଉଁଠି ଅଧିକ ଜଳ ପାଇଁ ସଭାସ ପଚି ସଢ଼ି ଯାଇଛି l ତେବେ ଚଳିତ ବର୍ଷ କିଛି ରାଜ୍ୟରେ ପ୍ରବଳ ବର୍ଷା ହୋଇଥିବା ବେଳେ ଆଉ କିଛି କିଛି  ରାଜ୍ୟରେ ଆଦୌ ବର୍ଷା ହୋଇନଥିଲା । ବର୍ଷା କମ୍ ହେବା ଫଳରେ ବିଭିନ୍ନ ରାଜ୍ୟର ଚାଷୀମାନେ ବହୁଳ ଭାବେ କ୍ଷତି ସହିଛନ୍ତି ।

ତେବେ ଏହାରୀ ମଧ୍ୟରେ ଚାଷୀଙ୍କ ପାଇଁ ବଡ ଖୁସି ଖବର l ଏକ ବଡ଼ ଘୋଷଣା କରାଯାଇଛି ସରକାରଙ୍କ ତରଫରୁ । ଚାଷୀଙ୍କୁ ଖରିଫ ଫସଲ ପାଇଁ ପ୍ରତି ଏକର ପିଛା ମୋଟ ୨ ହଜାର ଟଙ୍କାର ବୋନସ୍ ପ୍ରଦାନ କରିବା ପ୍ରସ୍ତାବକୁ ହରିୟାଣା ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ରାଜ୍ୟ ମନ୍ତ୍ରିମଣ୍ଡଳର ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି । ତେବେ ଚାଷୀଙ୍କ ଚିନ୍ତା ହେବ ଦୂର l କାରଣ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ଏହି ଟଙ୍କା ଆର୍ଥିକ ସହାୟତା ଭାବେ ପ୍ରଦାନ କରାଯିବ l

ଅନ୍ୟପଟେ ଗତ ବର୍ଷ ମେ, ଜୁନ ଓ ଜୁଲାଇ ମାସ ତୁଳନାରେ ଚଳିତ ବର୍ଷ କମ୍ ବର୍ଷା ହୋଇଛି । କମ୍ ବର୍ଷା ହେବା ଯୋଗୁଁ କୃଷକମାନେ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହୋଇଛନ୍ତି । ତେଣୁ କୃଷକଙ୍କୁ ବୋନସ ଆକାରରେ ପ୍ରତି ଏକର ପିଛା ୨ ହଜାର ଟଙ୍କା ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି ହରିୟାଣା ସରକାର। ବଡ ଆଲୋଚ୍ୟ ବିଷୟ ହେଉଛି ଯେଉଁ କୃଷକଙ୍କର ୧ ଏକରରୁ କମ୍ ଜମି ଥିବ, ସେହିଭଳି ଚାଷୀଙ୍କୁ ମଧ୍ୟ ୨ ହଜାର ଟଙ୍କା ପ୍ରଦାନ କରାଯିବ । ଫଳ, ଫୁଲ ସହିତ ବିଭିନ୍ନ ପନିପରିବା ଏବଂ ସମସ୍ତ ଖରିଫ ଫସଲ ଉପରେ ଏହି ବୋନସ୍ ଦିଆଯିବ ଚାଷୀଙ୍କୁ । ଏଥିପାଇଁ ଅଗଷ୍ଟ ମାସ ୧୫ରୁ ‘ମେରୀ ଫସଲ, ମେରା ବ୍ୟୋରା’ ପୋର୍ଟାଲ ମାଧ୍ୟମରେ କୃଷକମାନେ ନିଜେ ରେଜିଷ୍ଟ୍ରେସନ କରିବେ ।

ଅଧିକ ପଢ଼ନ୍ତୁ

ଯୋଗାଣ ମନ୍ତ୍ରୀଙ୍କ ସୂଚନା: ଆଳୁ ସ୍ଥିତି ହେବ ସ୍ବାଭାବିକ

କୋରାପୁଟରେ ମିଳିବ ପିଜିଏସ୍ ପ୍ରମାଣିକୃତ ଜୈବିକ ଉତ୍ପାଦ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)