News

କାମ କରୁନି କୀଟନାଶକ! ଚିନାବାଦାମ ଗଛ ଖାଇଯାଉଛନ୍ତି ପୋକ, ଚିନ୍ତାରେ ଚାଷୀ

ବରୀ/ହରିପୁର: ଯାଜପୁର ବରୀ ଅଞ୍ଚଳର ଚିନାବାଦାମ ଚାଷୀଙ୍କ ପାଇଁ ଏବେ କାଳିମୁଖୀ ପୋକ ଚିନ୍ତାର କାରଣ ସାଜିଛି। ପାଣି ଅଭାବରୁ ଚିନାବାଦାମ ଗଛ ଗୁଡ଼ିକ ଭଲ ବଢ଼ିପାରୁନଥିବା ‌‌ବେଳେ ଏବେ କାଳିମୁଖୀ ପୋକ ଲାଗି ଗଛର ପତ୍ରକୁ ଖାଇଗଲେଣି। କ୍ଷେତରେ କେବଳ ଥୁଣ୍ଟା ଗଛ ଛିଡ଼ାହେଇଛି। ଗଛରେ ପତ୍ର ନଥିବା ବେଳେ କେତେକ ସ୍ଥାନରେ ଗଛ ମରିବା ଆରମ୍ଭ ହେଲାଣି। ଚାଷୀ ଥୁଣ୍ଟା ଗଛରେ ବେଉଷଣ ଜାରି ରଖିଥିବା ବେଳେ ଔଷଧ ମଧ୍ୟ ସିଞ୍ଚନ କରୁଛନ୍ତି। ପଙ୍ଗପାଳ ପରି କାଳିମୁଖୀ ପୋକ ଏବେ ଗୋଟିଏ ପରେ ଗୋଟିଏ କ୍ଷେତରେ ଚିନାବାଦାମ ଗଛରୁ ପତ୍ର ଖାଇ ଯାଉଛନ୍ତି।

24 January, 2021 10:36 PM IST By: KJ Staff

ସେହିପରି ରସୁଲପୁର ଅଞ୍ଚଳରେ ବାଦାମ ଚାଷରେ ବୋଡ଼ାପୋକ ଲାଗିବା ଚିନ୍ତାର କାରଣ ହୋଇଛି। ଫୁଲ ବାହାରିବା ସମୟରେ ପୋକ ଚିନାବାଦାମ ଗଛର ଫୁଲ ଓ ପତ୍ର ଖାଇ ନଷ୍ଟ କରିଦେଉଛନ୍ତି। କୌଣସି କୀଟନାଶକ ଏହି ପୋକକୁ ନିୟନ୍ତ୍ରଣ କରିପାରୁନାହିଁ। ପୋକ କ୍ଷେତ ପରେ କ୍ଷେତ ନଷ୍ଟ କରୁଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ମୁଗୁପାଳ ପଞ୍ଚାୟତରେ ଏପରି ଦେଖିବାକୁ ମିଳିଛି। ରସୁଲପୁର ବ୍ଲକ୍‌ର ଅଧିକାଂଶ ଜମିରେ ଚଳିତ ବର୍ଷ ଚିନାବାଦାମ ଚାଷ ହୋଇଛି। ଏହି ଅଞ୍ଚଳର ଚାଷୀମାନେ ଚିନାବାଦାମ ଚାଷ ଉପରେ ନିର୍ଭର କରିଥାନ୍ତି। ତେଣୁ ରବିଋତୁରରେ ଏହି ଅଞ୍ଚଳର ଅଧିକାଂଶ ଜମିରେ ଚିନାବାଦାମ ଚାଷ ହୋଇଥାଏ। ଚଳିତ ବର୍ଷ ବୋଡ଼ାପୋକ ଲାଗି ଏହି ଚାଷକୁ ନଷ୍ଟ କରିଦେଲେଣି। ବିଭିନ୍ନ କୀଟନାଶକ ବ୍ୟବହାର କରିସାରିଥିବା ‌ବେଳେ ପୋକ ଦମନ ହେଉନାହାନ୍ତି। କଳା ରଙ୍ଗର ଏହି ବୋଡ଼ା ପୋକ ଏକ ଇଞ୍ଚରୁ ଦେଢ଼ ଇଞ୍ଚ ପର୍ଯ୍ୟନ୍ତ ଲମ୍ବ। ଏମାନେ ରାତିରେ ବାହାରି ପତ୍ର ଓ ଫୁଲ ଖାଇଯାଉଛନ୍ତି। ଦିନ ବେଳା ସୂର୍ଯ୍ୟ ତାପରେ ଚିନାବାଦାମ ଗଛ ମୂଳରେ ଛପିରହୁଛନ୍ତି। ୧୫ ଦିନ ହେଲାଣି ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଚାଷୀ ଧନେଶ୍ବର ଲେଙ୍କାଙ୍କ କହିବା ଅନୁଯାୟୀ ୧୫ ଦିନ ମଧ୍ୟରେ ବିଭିନ୍ନ ପ୍ରକାର କୀଟନାଶକ ପ୍ରୟୋଗ କରିସାରିଲେଣି। ତେବେ ବି ପୋକ ଗୁଡ଼ିକୁ ନିୟନ୍ତ୍ରଣ କରିହେଉନାହିଁ। ସେହିପରି ଚାଷୀ ଶ୍ୟାମସୁନ୍ଦର ରଥ ବ୍ଲକ୍‌ରୁ କିଛି କୀଟନାଶକ ଆଣିବା ସହ ବଜାରରୁ ମଧ୍ୟ କୀଟନାଶକ କଣିଆଣି ପକାଇଥିଲେ। ହେଲେ ଏହି ପୋକ ମରୁନାହାନ୍ତି। କେବଳ ଚିନାବାଦାମ ନୁହେଁ ଏହି ପୋକ ପ୍ରଭାବରେ ଆଖପାଖରେ ଥିବା ଅନ୍ୟ ପରିବା ମଧ୍ୟ ନଷ୍ଟ ହେଲାଣି। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କୃଷି ବିଭାଗ ଏଥିପ୍ରତି ଦୃଷ୍ଟିଦେବାକୁ ଚାଷୀମାନେ ଦାବି କରିଛନ୍ତି।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)