News

Heat Wave: ୩ ଦିନ ହିଟୱେଭ୍ ଆର୍ଲଟ

୩ ଦିନ ପର୍ଯ୍ୟନ୍ତ ରହିବ ହିଟ୍‌ୱେଭ୍‌ ସ୍ଥିତି .....

03 June, 2024 10:48 AM IST By: Tanushree Mahapatra

ଗତକାଲି ଟ୍ୱିନ ସିଟିରେ ରାତିରେ ପ୍ରବଳ ବର୍ଷିଲା ବର୍ଷା ହୋଇଛି l ଅନ୍ୟପଟେ ୩ ଦିନ ପାଇଁ ହିଟୱେଭ ଆର୍ଲଟ ଜାରି କରିଛି ପାଣିପାଗ ବିଭାଗ । ଗରମ ସାଙ୍ଗକୁ କଲବଲ କରୁଛି ଗୁଳୁଗୁଳି ସମସ୍ୟା । ତେଣୁ ରାଜ୍ୟରେ ଆହୁରି ୩ ଦିନ ପର୍ଯ୍ୟନ୍ତ ରହିବ ହିଟୱେଭ୍ ଆଲର୍ଟ ।

ଏ ନେଇ ସତର୍କ କରିଛି ପାଣିପାଗ ବିଭାଗ, ତେଣୁ ରାଜ୍ୟରେ ବଢ଼ିଛି ଅଂଶୁଘାତ ଡର । ସୂଚନା ଅନୁଯାୟୀ, ମେ ଶେଷ ସପ୍ତାହରେ ପଶ୍ଚିମ ଓଡ଼ିଶାର ଏକାଧିକ ସହରରେ ପାରଦ ୪୬ ଡିଗ୍ରୀ ଟପିଥିଲା l ଲୋକଙ୍କୁ ଘରୁ ନ ବାହାରିବାକୁ ଏ ନେଇ ପ୍ରଶାସନ ସତର୍କ କରାଇଥିଲା ।

ଆଗକୁ ଆହୁରି ୩ ଦିନ ପର୍ଯ୍ୟନ୍ତ ରହିବ ହିଟ୍‌ୱେଭ୍‌ ସ୍ଥିତି ଜାରି । ସେହିପରି ଉପକୂଳ ଓଡ଼ିଶା ସହିତ କଲବଲ କରିବ ଗୁଳୁଗୁଳି ସମସ୍ୟା । ଆହୁରି ୫ ଦିନ ପର୍ଯ୍ୟନ୍ତ ଗୁଳୁଗୁଳି ଓଡ଼ିଶାବାସୀଙ୍କୁ କରିବ କଲବଲ। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏ ନେଇ ସୂଚନା ଦେଇଛି, ବିଗତ କିଛି ଦିନ ହୋଇଯିବ ୩ଟି ସହରରେ ତାପମାତ୍ରା ଲଗାତର ୪୫ ଡିଗ୍ରୀ ଠାରୁ ଅଧିକ ରହୁଥିବାର ଦେଖିବାକୁ ମିଳିଛି ।

ତେବେ ରାଜ୍ୟର ୧୨ଟି ସହରରେ ୪୧ ଡିଗ୍ରୀ ଅତିକ୍ରମ କରିଛି ପାରଦ । ତେବେ ଆଗମୀ ୩ ଦିନ ପର୍ଯ୍ୟନ୍ତ ହିଟ୍ ୱେଭ ସ୍ଥିତି ଲାଗି ରହିବ। ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା,ବରଗଡ଼, ସୋନପୁରରେ ହିଟ୍‌ୱେଭ୍‌ ଜାରି ରହିବ ବୋଲି କୁହାଯାଇଛି । ସେପଟେ ବଲାଙ୍ଗିର ଓ ବରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି l 

l  କଳାହାଣ୍ଡି, ନୂଆପଡ଼ା ଓ ସୋନପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଗତକାଲି କଟକ ସହିତ ଭୁବନେଶ୍ବରରେ ପ୍ରବଳ ବର୍ଷା ହୋଇଛି । ବର୍ଷା ସହ ଘଡ଼ଘଡ଼ି ଓ ଜୋରରେ ବୋହିଥିଲା ପବନ । ଯାହା ବିଭିନ୍ନ ସ୍ଥାନରେ ପାଣି ଜମିଲା ଭଳି ସମସ୍ୟା ସୃଷ୍ଟି କରିଥିଲା । ବର୍ଷା ପବନ ଯୋଗୁଁ ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇଯାଇଥିଲା ଲୋକଙ୍କ ପାଇଁ । ପ୍ରାୟ ଏକ ଘଣ୍ଟା ଧରି ଏହି ବର୍ଷା ହୋଇଥିଲା l ବର୍ଷା ହେବା ପରେ ପରେ ରାଜ୍ୟର ପାଣିପାଗରେ ଆସିଥିଲା ସୁଧାର l

ଅଧିକ ପଢ଼ନ୍ତୁ

Plate Making Business: ଆଜି ହିଁ ଆରମ୍ଭ କରନ୍ତୁ

ବଦଳିଗଲା ନିୟମ: ଜାଣନ୍ତୁ ନଚେତ ହେବେ ହଇରାଣ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)