News

Heavy rain alert: ଏହି ଜିଲ୍ଲାରେ ପ୍ରବଳ ଛେଚିବ!

୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ପବନ ପାଇଁ ୟେଲୋ ଆଲର୍ଟ ଜାରି....

10 May, 2024 10:42 AM IST By: Tanushree Mahapatra

ରାଜ୍ୟରେ କାଳବୈଶାଖୀ ପ୍ରଭାବରୁ ଆଶ୍ବସ୍ତି ମିଳିଛି । ୪ ରୁ ୫ ଦିନ ପାଇଁ କେତେକ ଜିଲ୍ଲାକୁ ପ୍ରବଳ ବର୍ଷା  ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଧୀରେ ଧୀରେ କମିଛି ଦିନର ତାପମାତ୍ରା। ବର୍ଷା ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି କିଛିଦିନ ହେବ । ରାଜ୍ୟରେ ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସାରା ରାଜ୍ୟରେ ଦେଖିବାକୁ ମିଳିବ ବୋଲି ସୂଚନା ରହିଛି । ଗୋଟିଏ ଟ୍ରପ୍ ଲାଇନ୍ ପୂର୍ବ ଆସାମରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ଦେଇ ଗତି କରୁଥିବାରୁ ରାଜ୍ୟରେ କିଛିଦିନ ହେବ ବର୍ଷା ଜାରି ରହିଛି l

ବର୍ଷା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ପବନ ପାଇଁ ୟେଲୋ ଆଲର୍ଟ ଜାରି କରିଛି ବିଭାଗ। ମୟୁରଭଞ୍ଜ,ବାଲେଶ୍ଵର, ଭଦ୍ରକ, ଯାଜପୁରରେ, କେନ୍ଦୁଝର ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ୫୦ କିମି ବେଗରେ ପବନ ବହିବା ସୂଚନା ରହିଛି ତେବେ ଏହି ଜିଲ୍ଲାଗୁଡିକରେ ୟେଲୋ ଆଲର୍ଟ ଜାରି ହୋଇଛି ।

ସେହିଭଳି ଯାଜପୁର,ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦ୍ରାପଡା, କଟକ,ଢେ଼ଙ୍କାନାଳ, ଅନୁଗୁଳ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା,ଝାରସୁଗୁଡ଼ା, ସୁନ୍ଦରଗଡ ଓ ବୌଦ୍ଧ ଭଳି ଜିଲ୍ଲାରେ ୩୦ ରୁ ୪୦ କିମି ବେଗରେ ପବନ ବହିବା ସହ ହାଲୁକା ବର୍ଷା ନେଇ ମଧ୍ୟ ୟେଲୋ ଆଲର୍ତ ଜାରି କରାଯାଇଛି  ।

ବିଶେଷ କରି ମୟୁରଭଞ୍ଜ ଓ ବାଲେଶ୍ଵରରେ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ ହୋଇଛି l  ଏହା ସହିତ ଉତ୍ତର ଉପକୂଳ ଓଡ଼ିଶାରେ ଝଡ଼ ଏବଂ ବର୍ଷା ନେଇ ୟେଲୋ ଆଲର୍ଟ ମଧ୍ୟ ଦିଆଯାଇଛି । ତେବେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ହେବା ନେଇ ସୂଚନା ରହିଛି ପାଣିପାଗ ବିଭାଗ ତରଫରୁ ।

ଅଧିକ ପଢ଼ନ୍ତୁ

MFOI, VVIF Kisan Bharat Yatra: ଗୁଜୁରାଟର ବିଭିନ୍ନ ଗ୍ରାମରେ କୃଷକ ସମ୍ମାନିତ

MFOI, VVIF Kisan Bharat Yatra: ଯାତ୍ରା ସମୟର ବିଶେଷ ଘଟଣା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)