News

Rain Alert: କେଉଁ ଅଞ୍ଚଳରେ ହେବ ବର୍ଷା ?

୧୧ ଜିଲ୍ଲାକୁ ଆଲର୍ଟ ଜାରି.....

23 April, 2024 9:42 AM IST By: Tanushree Mahapatra

କାଳବୈଶାଖୀ ବର୍ଷା ସତ୍ତ୍ୱେ କମୁନି ରାଜ୍ୟରେ ଖରା ର ତାତି । ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିବା ଅନୁଯାୟୀ , ମଙ୍ଗଳବାର ଅର୍ଥାତ ଆଜି  ଓ ଗତକାଲି ବୁଧବାର ଦିନ ପାଇଁ ହିଟ୍‌ୱେଭ୍‌ ସୂଚନା ନାହିଁ ରାଜ୍ୟକୁ , କେବଳ ହଟ୍‌ ଆଣ୍ଡ ହ୍ୟୁମିଡ୍‌ କଣ୍ଡିସନ ରହିବା ନେଇ ସତର୍କ କରାଯାଇଛି ।

ମଙ୍ଗଳବାର ଦିନ ଖରା ତାତି ନେଇ ରାଜ୍ୟର ୧୧ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି ପାଣିପାଗ ଦ୍ୱାରା । ଏହି ୧୧ ଜିଲ୍ଲାରେ ଝାଞ୍ଜି ପବନ ବହିବା ସହିତ ତାତି ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ । ସେହିସବୁ ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ବାଲେଶ୍ବର, କେନ୍ଦୁଝର, ବଲାଙ୍ଗିର, ଭଦ୍ରକ, କଟକ, ଖୋର୍ଦ୍ଧା, ମୟୂରଭଞ୍ଜ, ବୌଦ୍ଧ, ଯାଜପୁର, ଢେଙ୍କାନାଳ ଓ ନୂଆପଡ଼ା ଜିଲ୍ଲା ଇତ୍ୟାଦି ।

ସେହିପରି ୨୨ ଜିଲ୍ଲାକୁ କାଳବୈଶାଖୀ ପାଣିପାଗ ବିଭାଗ ଦ୍ୱାରା ସୂଚନା ଦିଆଯାଇଛି ଯେ, ବର୍ଷା ସହ ପବନ ଲାଗି ରହିବ କିଛି ସମୟ ପର୍ଯ୍ୟନ୍ତ । ଅନ୍ୟପଟେ କେତେକ ସ୍ଥାନରେ କୁଆପଥର ବର୍ଷା ହେବା ସହିତ ଅଧିକ ବର୍ଷା ହେବା ସମ୍ଭାବନା ରହିଛି । ସେପଟେ ପୁରୀ, ଖୋର୍ଦ୍ଧା,ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଭଳି ଜିଲ୍ଲାରେ ବର୍ଷା ହେବ ।

ବର୍ଷା ହେବା ପରେ କମିପାରେ ରାଜ୍ୟର ଦିନ ତାପମାତ୍ରା l ସେହି ସମୟରେ ୪୦ରୁ ୫୦ କିମି ବେଗରେ ଏହି ସବୁ ଜିଲ୍ଲାରେ ଝଡ ପବନ ମଧ୍ୟ ହେବ । ଅନ୍ୟପଟେ ୨୫ ତାରିଖ ପରେ ପୁଣି ରାଜ୍ୟରେ ଦିନ ତାତି ବଢ଼ିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ଖରା ତାପମାତ୍ରା ଯୋଗୁଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି ରାଜ୍ୟରେ l

ଅଧିକ ପଢ଼ନ୍ତୁ

ଅଧିକ କୀଟନାଶକ ବ୍ୟବହାର କ୍ୟାନ୍ସରର କାରଣ, ହୋଇଯାଆନ୍ତୁ ସଚେତନ

Lemongrass: ଲେମନଗ୍ରାସ ଚାଷରେ ମିଳୁଛି ପ୍ରବଳ ଲାଭ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)