News

ଅଗଷ୍ଟ ୧୯ ଯାଏଁ ଛାଡିବନି ବର୍ଷା....

ଲଘୁଚାପ ପରେ ଲଘୁଚାପ । ଏ ଲଘୁଚାପ ପ୍ରକୋପ ସରିନି, ଆଉ ଗୋଟିଏ ଦାନା ବାନ୍ଧିଲାଣି । ଆସନ୍ତା ୧୩ ତାରିଖରେ ଆସିବ ଚଳିତ ଅଗଷ୍ଟ ମାସର ଦ୍ୱିତୀୟ ଲଘୁଚାପ । ଏହା ପ୍ରଭାବରେ ୧୬ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ ।

12 August, 2022 10:25 AM IST By: Sudesna Nayak

ଲଘୁଚାପ ପରେ ଲଘୁଚାପ (low pressure)। ଏ ଲଘୁଚାପ (low pressure)ପ୍ରକୋପ ସରିନି, ଆଉ ଗୋଟିଏ ଦାନା ବାନ୍ଧିଲାଣି । ଆସନ୍ତା ୧୩ ତାରିଖରେ ଆସିବ ଚଳିତ ଅଗଷ୍ଟ ମାସର ଦ୍ୱିତୀୟ ଲଘୁଚାପ (low pressure)। ଏହା ପ୍ରଭାବରେ ୧୬ ତାରିଖ ଯାଏଁ ରାଜ୍ୟରେ ବର୍ଷା (Rain)ଲାଗି ରହିବ ।

ସୂଚନା ଅନୁଯାୟୀ, ପୁଣି ୧୭ ତାରିଖରେ ଆସିବ ଆଉ ଗୋଟିଏ ଲଘୁଚାପ (low pressure)। ଏହି ଲଘୁଚାପ (low pressure) ପ୍ରଭାବରେ ଓଡ଼ିଶା (Odisha)ରେ ଆସନ୍ତା ୧୯ ତାରିଖ ଯାଏଁ ଲଗାଣ ବର୍ଷା (Rain) ଲାଗି ରହିବ ।

ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା (Rain)ଛେଚିବ । ଏଭଳି ଲଗାଣ ବର୍ଷା (Rain)ଡାକି ଆଣିପାରେ ବଡ଼ ବନ୍ୟାକୁ । ଆଗକୁ ମହାନଦୀ ବି ଉଛୁଳିପାରେ ।

୧୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଯେଉଁ ଲଘୁଚାପ ସୃଷ୍ଟି ହେବ,ଏହା ପ୍ରଭାବରେ ଗଞ୍ଜାମ ଜିଲ୍ଲା, ପୁରୀ ଜିଲ୍ଲା, ନୟାଗଡ଼ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, କଟକ ଜିଲ୍ଲା, ଜଗତସିଂହପୁର ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, କନ୍ଧମାଳ ଜିଲ୍ଲା, ରାୟଗଡ଼ା ଜିଲ୍ଲା, ଗଜପତି ଜିଲ୍ଲା, ଯାଜପୁର ଜିଲ୍ଲା, ଢେଙ୍କାନାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (Rain) ହୋଇପାରେ ।

ପ୍ରକାଶ ଥାଉ ଯେ, ଲଗାଣ ବର୍ଷା (Rain) ଯୋଗୁ ବର୍ତ୍ତମାନ ମହାନଦୀର ଜଳସ୍ତର ବଢ଼ୁଛି । ହୀରାକୁଦ ଡ୍ୟାମରେ ଗୁରୁବାର ରାତି ୯ଟା ସୁଦ୍ଧା ଜଳସ୍ତର ୬୧୩.୭୯ ଫୁଟ ରହିଛି ।

ବୁଧବାର ରାଜ୍ୟରେ ପ୍ରବଳ ବର୍ଷା

ଆସୁଛି ଆଉ ଏକ ଲଘୁଚାପ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)